ହୁମା ମନ୍ଦିର ମାଛକୁ କାଟି ପଥର କରିବା କାହାଣୀ ,ପ୍ରକୃତ ସତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ହାତ ଯୋଡ଼ିଦେବେ ଆପଣ

କେବେ ଆପଣ ବୁଲି ଯାଇଛନ୍ତି କି ହୁମା ମନ୍ଦିର ?ଓଡିଶାର ସମ୍ବଲପୁର ଠାରୁ ୨୩ କିଲୋମିଟର ଦକ୍ଷିଣରେ ମହାନଦୀ କୂଳରେ ରହିଛି ହୁମା ମନ୍ଦିର । ହୁମା ମନ୍ଦିରରେ ଭଗବାନ ବିମଳେଶ୍ୱରଙ୍କୁ ପୂଜା କରାଯାଏ । ହୁମା ମନ୍ଦିରର ବାମ ପାଶ୍ୱର୍ରେ ଭୈରବୀ ଦେବୀଙ୍କ ମନ୍ଦିର ରହିଛି । ମନ୍ଦିର କୂଳ ପାଖରେ ଥିବା ନଦୀରେ କୁଡୋ ମାଛକୁ ଆପଣ ଦେଖିବାକୁ ପାଇବେ । ମନ୍ଦିର ମହାନଦୀ କୂଳରେ ଥିବା ଏକ ପଥର ଅବସ୍ଥିତ ।

ଆପଣ ଜାଣିଛନ୍ତି କି ଏଠାରେ କିପରି ଭଗବାନଙ୍କ ଆବିର୍ଭାବ ହେଲା । ଚାଲନ୍ତୁ ଆମେ ଆପଣଙ୍କୁ କହିବୁ । ଜଣେ ଦୁଗ୍ଧ ଚାଷୀ ନିଜର ଗାଇକୁ ଚରାଇବା ସବୁ ଦିନ ଜଙ୍ଗଲକୁ ଛାଡନ୍ତି । ଏହି ପରି ଭାବରେ ଦିନେ ସେ ଦେଖିଲେ କି ତାଙ୍କ ଗାଇର ସ୍ତନ କମି ଯାଇଛି । ତେଣୁ ସେ ଏହା ଜାଣିବା ପାଇଁ ନିଜେ ଗାଇର ପଛେ ପଛେ ଗଲେ ।

ଗାଇଟି ଗି ମହାନଦୀ ପାର ହୋଇ କୂଳରେ ଥିବା ଏକ ପଥରେ ପାଖରେ ପହଁଚିବା ପରେ ଗାଇର ସ୍ତନରୁ ଆପେ କ୍ଷୀର ବାହାରୁଛି । ଏହା ପରେ ସେହି ପଥରରେ ଭଗବାନ ଶିବଙ୍କ ଆବିର୍ଭାବ ହେଲା । ଶିବଙ୍କ ଉପସନା ଜଣେ ଦୁଗ୍ଧ ଚାଷୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହା ପରେ ଏଠାରେ ମନ୍ଦିର ସ୍ଥାପନ ହୋଇଛି ।

ଏହି ମନ୍ଦିରକୁ ସମ୍ବଲପୁରର ପଂଚମ ରାଜା ବଳିୟାର ସିଂ ଙ୍କ ଦ୍ୱାରା ନବୀନିର୍ମାଣ କରାଯାଇଥିଲା । ଏହା ପରେ ରାଜା ଅଜିତ ସିଂ ଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ମନ୍ଦିରଟି ବକ୍ର ହେବାର ଅନେକ କାରଣ ରହିଛି । ମହାନଦୀରେ ବନ୍ୟା ହେତୁ ବା ଭୂକମ୍ପ ହେତୁ ଅନେକ କଥା ସ୍ଥାନୀୟ ଲୋକମାନେ କୁହନ୍ତି । ହୁମା ମନ୍ଦିରର ଭରି ରହିଛି ଅନେକ ରହସ୍ୟ ।

Leave a Reply

Your email address will not be published. Required fields are marked *