Vastu : ଆପଣ ରାତିରେ ଶୋଇବା ସମୟରେ ଦେଖୁଛନ୍ତି କି ଏହି ସବୁ ସ୍ବପ୍ନ ,ଭୟଙ୍କର ଅର୍ଥ ଜାଣିରଖନ୍ତୁ ଖୁବ ଶୀଘ୍ର ହୋଇଯିବେ କୋଟିପତି

ପ୍ରତ୍ୟେକ ମଣିଷ ରାତିରେ ଶୋଇବା ସମୟରେ ସ୍ବପ୍ନ ଦେଖିଥାଏ | ବେଳେବେଳେ ମଣିଷ ସ୍ବପ୍ନରେ ଅଜବ ଅଜବ ଜିନିଷ ମଧ୍ୟ ଦେଖିଥାଏ | ସ୍ବପ୍ନର ମଧ୍ୟ ମଣିଷ ଜୀବନ ସହ ସମ୍ପର୍କ ରହିଛି | ଅଧିକାଂଶ ସମୟରେ ଦେଖାଯାଏ, ସ୍ବପ୍ନରେ ଆମେ ଯାହା ଦେଖିଥାଉ ତାସହ ଆମର କିଛି ନା କିଛି ସମ୍ପର୍କ ରହିଥାଏ | ଯେପରିକି ସ୍ବପ୍ନରେ ସାପ ଦେଖିବା, ପାଣିରେ ବୁଡିଯିବା, କୂଅରେ ପଡିଯିବା, କାହାର ପିଛା କରୁଥିବା, କାନ୍ଦୁଥିବା, ବିକୃତିଆ ମୁହଁ ଆଦି ଆମେ ସ୍ବପ୍ନରେ ଦେଖିଥାଉ | ଏହିସବୁ ସ୍ବପ୍ନ ଦେଖିବା ପରେ ସାଧାରଣତଃ ମଣିଷ ଭୟଭୀତ ହୋଇଯାଇଥାଏ | ସ୍ବପ୍ନଶାସ୍ତ୍ର ଅନୁସାରେ, ସ୍ବପ୍ନରେ ଆମେ ଯାହା ଦେଖିଥାଉ ତାସହ ଆମର କୌଣସି ନା କୌଣସି ସମ୍ପର୍କ ଥାଏ | କିଛି ସ୍ବପ୍ନ ଦେଖିବାପରେ ଆମର ସମସ୍ୟା ବଢି ଯାଇଥାଏ | କିଛି ସ୍ବପ୍ନ ମଣିଷକୁ ଭଲ ସୂଚନା ଦେଇଥାଏ ତ କିଛି ଅଶୁଭ ସଂକେତ ଦେଇଥାଏ | କିଛି ସ୍ବପ୍ନ ନିକଟ ଭବିଷ୍ୟତରେ ସଫଳତା ଲାଭ କରିବା ସୂଚନା ଦେଇଥାଏ | ଅପରପକ୍ଷରେ କିଛି ସ୍ବପ୍ନ କ୍ଷତି ଓ କଷ୍ଟ ମିଳିବାର ସଂକେତ ଦେଇଥାଏ | ଆସନ୍ତୁ ଜାଣିବା ଏପରି କିଛି ସ୍ବପ୍ନ ବିଷୟରେ ଯାହାକୁ ଦେଖିଲେ ନିକଟ ଭବିଷ୍ୟତରେ ଆପଣ ଅସରନ୍ତି ଧନର ଅଧିକାରୀ ହୋଇଯିବେ ।

୧. ସ୍ବପ୍ନଶାସ୍ତ୍ର ଅନୁସାରେ, ଯଦି ସ୍ବପ୍ନରେ ଆପଣ ନିଜକୁ ବାଲିରେ ଚାଲୁଥିବାର ଦେଖନ୍ତି ତାହେଲେ ଆପଣଙ୍କୁ ଶତ୍ରୁମାନଙ୍କ ଠାରୁ କୌଣସି କ୍ଷତି ହେବାର ସଂକେତ ଦେଇଥାଏ |

୨. ସ୍ବପ୍ନରେ ଯଦି ଆପଣ ଗଛ କଟାଯାଉଥିବା ଦେଖନ୍ତି ତାହେଲେ ସେ ମଧ୍ୟ ଅଶୁଭ ହୋଇଥାଏ | ନିକଟ ଭବିଷ୍ୟତରେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିବ |

୩. ଯଦି ଆପଣ ସ୍ବପ୍ନରେ ବନ୍ୟା ହୋଇଥିବା ଦେଖନ୍ତି କିମ୍ବା ପାଣିରେ ବୁଡ଼ିଯାଉଥିବା ଦେଖନ୍ତି ତାହେଲେ ଏହା ଧନ ହାନିର ସଂକେତ ଦେଇଥାଏ |

୪. ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହାନି ହେଉଥିବା ଯଦି ଆପଣ ସ୍ବପ୍ନରେ ଦେଖନ୍ତି, ତାହେଲେ ଆପଣଙ୍କର ବଡ କ୍ଷତି ହେବାର ସମ୍ଭାବନା ରହିଛି | ଏହାଦ୍ୱାରା ଧନ ହାନି, ମାନ ସମ୍ମାନ ହାନି ଏବଂ ପ୍ରତିଷ୍ଠା ହାନି ହେବାର ସଂକେତ ଦେଇଥାଏ |

୫. ଯଦି ଆପଣ କୌଣସି ବ୍ୟକ୍ତିଙ୍କ ସହ ଝଗଡା କରୁଥିବା କିମ୍ବା ଚୋର ଡକାୟତଙ୍କୁ ସ୍ବପ୍ନରେ ଦେଖନ୍ତି ତାହେଲେ ସତର୍କ ହୋଇଯାଆନ୍ତୁ | ଆପଣଙ୍କ ଧନ ହାନି ହେବାର ସମ୍ଭାବନା ରହିଛି |

୬. ସ୍ବପ୍ନରେ ଖାଲି ଦୋକାନ ଦେଖିବା ଆର୍ଥିକ ସମସ୍ୟାର ସଂକେତ ବୋଲି କୁହାଯାଏ | ଏହାଦ୍ୱାରା ଧନ ହାନି ହୋଇଥାଏ |

୭. ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଯଦି ଆପଣ ସ୍ବପ୍ନରେ ନିଜକୁ ଜୁଆ ଖେଳୁଥିବା ଦେଖନ୍ତି ତାହେଲେ ମଧ୍ୟ ଆପଣଙ୍କର ଧନ ହାନି ହେବାର ସଂକେତ ଦେଇଥାଏ ଏହି ସ୍ବପ୍ନ |

୮. ଶାସ୍ତ୍ରରେ ଝାଡୁର ଅନେକ ମହତ୍ୱ ରହିଛି | ଝାଡୁର ସମ୍ପର୍କ ଲକ୍ଷ୍ମୀ ଏବଂ ଧନ ସହ ରହିଛି | ଯଦି ଆପଣ ସ୍ବପ୍ନରେ ଝାଡୁ ଦେଖୁଛନ୍ତି ତାହେଲେ ଆପଣଙ୍କର ଧନ କ୍ଷୟ ହେବାର ସମ୍ଭାବନା ରହିଛି |

୯. ସ୍ବପ୍ନରେ ଯଦି ଆପଣ ପେଚା ଦେଖନ୍ତି ତାହେଲେ ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହାଦ୍ୱାରା ଧନ ହାନି ହେବାସହ କୌଣସି ଅଶୁଭ ଘଟଣା ଘଟିବାର ଆଶଙ୍କା ଥାଏ |

୧୦. ସ୍ବପ୍ନରେ ଯଦି ଆପଣ ନିଜର ଟଙ୍କା ଚୋରି ହେଉଥିବା ଦେଖନ୍ତି ତାହେଲେ ମଧ୍ୟ ଏହା ଧନ ହାନିର ସଂକେତ ଦେଇଥାଏ | ଫାଟି ଯାଇଥିବା କିମ୍ବା ଚିରି ଯାଇଥିବା ପକେଟ ସ୍ବପ୍ନରେ ଦେଖିଲେ ମଧ୍ୟ ଅନେକ କ୍ଷତି ହୋଇଥାଏ |

Leave a Reply

Your email address will not be published. Required fields are marked *