ସ୍କୁଲକୁ ଆସିଲା OSEPA ର ନୂଆ ନିର୍ଦ୍ଦେଶ ,ସରକାରଙ୍କ ବଡ଼ ଘୋଷଣା ସବୁ ଛାତ୍ର ଛାତ୍ରୀ ନାମ ଲେଖାଇବାକୁ ହେବେ ବାଧ୍ୟ ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ସ୍କୁଲକୁ ଆସିଲା OSEPA ପକ୍ଷରୁ ଏକ ନୂଆ ନିର୍ଦେଶ ଯାହାକୁ ସମସ୍ତେ ଜାଣିବା ନିହାତି ଜରୁରୀ | ତେବେ ଆସନ୍ତୁ ଆଉ ଡେରିନକରି ଜାଣିବା, କୌଣସି ଭିନକ୍ଷମ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବେନାହିଁ। ସେମାନଙ୍କ ପଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଧ୍ୟାନ ଦିଆଯିବ। ସ୍କୁଲ କର୍ତ୍ତୃପକ୍ଷ କୌଣସି ବାହାନା ଦେଖାଇ ନାମଲେଖାଇବାକୁ ମନା କରି ପାରିବେନାହିଁ । ଭିନ୍ନକ୍ଷମ ବର୍ଗର ଶିକ୍ଷାର୍ଥୀଙ୍କ ଶତପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେୟା) ପକ୍ଷରୁ ଏଭଳି କଡା ନିର୍ଦ୍ଦେଶ ଦିଆଯାଇଛି।

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧମିକ ଶ୍ରେଣୀ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ତେବେ ରାଇଟ ଟୁ ଏଜୁକେସନ ଆକ୍ଟ ୨୦୦୯ ଅନୁଯାୟୀ, ୬ରୁ ୧୮ ବର୍ଷ ମଧ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ୧୦୦ ପ୍ରତିଶତ ନାମଲେଖାଇବା ପାଇଁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭିନ୍ନକ୍ଷମ ଆକ୍ଟ ୨୦୧୬ ଅନୁଯାୟୀ, ସମସ୍ତ ଭିନ୍ନକ୍ଷମ ଶିକ୍ଷାର୍ଥୀ ରେଗୁଲାର ସରକାରୀ ସ୍କୁଲରେ ସାଧାରଣ ଛାତ୍ରଛାତ୍ରୀଙ୍କ ପରି ପାଠପଢ଼ିପାରିବେ । ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଏବଂ ସ୍ବତନ୍ତ୍ର ଶିକ୍ଷା ଦେବାପାଇଁ ସ୍କୁଲ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ ।

କୌଣସି ବାହାନା ଦେଖାଇ ସେମାନଙ୍କର ନାମଲେଖାକୁ ବାତିଲ କରିପାରିବେ ନାହିଁ । ସମଗ୍ର ଶିକ୍ଷା ଅଧୀନରେ ସମସ୍ତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନାମଲେଖା ପାଇଁ ପଞ୍ଜୀକରଣ କରାଯିବ। ସେମାନଙ୍କୁ ଭିନ୍ନ ଭତ୍ତା ଦିଆଯିବ। ଛାତ୍ରୀଙ୍କୁ ବୃଷ୍ଟି, ଏସକର୍ଟ ଏବଂ ଟ୍ରାନ୍ସପୋର୍ଟ ଏବଂ ରିଡର ଭତ୍ତା ଦିଅଯିବ । ସେମାନଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ, ଯେପରିକି ବ୍ରେଲି, ବଡ଼ ପ୍ରିଣ୍ଟ ବହି, ଆସେସ୍‌ମେଣ୍ଟ କ୍ୟାମ୍ପ, ଥେରାପୀ ସର୍ଭିସ୍, ସ୍ପୋର୍ଟସ୍ ଏବଂ ଏକ୍ସପୋଜର କାର୍ଯ୍ୟକ୍ରମ କରାଯିବ। ସେମାନଙ୍କ ଅଭିଭାବକଙ୍କୁ ତାଲିମ ଦିଆଯିବ ।

ବିଭିନ୍ନ ଆନୁସଙ୍ଗିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଯାହା ଦ୍ଵାରା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ଉତ୍ସାହିତ ହେବେ । ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ସ୍କୁଲ, ଏସ୍ଇଓଏସ୍ ଷ୍ଟୁଡି ସେଣ୍ଟର ଏବଂ ଜଟଣୀ ଠାରେ ଥିବା ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଆଇଟିଆଇରେ ନାମଲେଖା ୧୦୦ ପ୍ରତିଶତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହାକୁ ପୂରଣ କରିବା ପାଇଁ ବ୍ଳକ୍ ରିସୋର୍ସ ପର୍ସନ ଏବଂ ଆଇଇ ଭଲ୍ୟୁଣ୍ଟରକୁ ଦାୟିତ୍ଵ ଦେବାକୁ କୁହାଯାଇଛି। ଭିନ୍ନକ୍ଷମ ଛାତ୍ରୀଙ୍କୁ କେଜିବିଭି ହଷ୍ଟେଲରେ ନାମଲେଖାଇବାକୁ ମଧ୍ୟ କୁହାଯାଇଛି।

Leave a Reply

Your email address will not be published. Required fields are marked *