ଗ୍ରୀଷ୍ମ ତାତିରେ ସିଜୁଛି ସାରା ରାଜ୍ୟ ଘରୁ ନବାହାରିବା ସତର୍କ ସୂଚନା ଦେଲେ SRC ,ଏହି ସବୁ ଜିଲ୍ଲାକୁ ରେଡ଼ୱାର୍ଣ୍ଣିଙ୍ଗ ଜାରି

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏସିଆ ମହାଦେଶର ଓମାନର ଜୋବା ସହରରେ ଶୁକ୍ରବାର ପାରଦ ୪୮.୫ ଡିଗ୍ରୀ ଛୁଇଁଛି। ଉତ୍ତପ୍ତ ସହର ତାଲିକାରେ ଏସିଆ ମହାଦେଶରେ ଜୋବା ପ୍ରଥମରେ ରହିଛି। ମିଆଁମାର ରାଷ୍ଟ୍ରର ଚୌକରେ ଦିନ ତାପମାତ୍ରା ୪୭ ୧ଡିଗ୍ରୀ ରେକର୍ଡ ହୋଇଛି, ଯାହା ଏସିଆ ମହାଦେଶର ଦ୍ବିତୀୟ ଉତ୍ତପ୍ତ ସହର। ଓମାନ ଓ ମିଆଁମାରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଓଡ଼ିଶା ମଧ୍ୟ ଏଥୁରୁ ବର୍ତ୍ତିନାହିଁ। ରାଜ୍ୟର ଅନୁଗୋଳରେ ପାରଦ ୪୪.୬ ଅନୁଗୋଳ ୪ର୍ଥ ଉତ୍ତପ୍ତ ଡିଗ୍ରୀ ରେକର୍ଡ ହୋଇଛି ।

ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦେଶର ଉତ୍ତପ୍ତ ସ୍ଥାନ ତାଲିକାରେ ୪୪.୬ ଡିଗ୍ରୀ ସହ ଉଭୟ ଅନୁଗୋଳ ଏବଂ ଆନ୍ଧ୍ରପ୍ରଦେଶର ନାନଦୟାଲ ରହିଛି। ସେହିପରି ଏସିଆ ମହାଦେଶର ଉତ୍ତପ୍ତ ସହର ତାଲିକାରେ ଅନୁଗୋଳ ଚତୁର୍ଥ ସ୍ଥାନରେ ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ବଢ଼ିଛି ଏବଂ ତାପମାତ୍ରା ୫୦ଡିଗ୍ରୀ ମୁହାଁ ହେଲାଣି। ଶୁକ୍ରବାର ୪୪.୬ଡିଗ୍ରୀ ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ତା’ ତଳକୁ ବୌଦ୍ଧରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି।

ନୂଆପଡ଼ା ଏବଂ ବଲାଙ୍ଗୀରରେ ୪୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୧୨ସହରରେ ପାରଦ ୪୩ ଡିଗ୍ରୀ ଅତିକ୍ରମ କରିଛି । ୩୨ ସହରରେ ପାରଦ ୪୦ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ତାପମାତ୍ରା ୪୫ ଡିଗ୍ରୀ ମୁହାଁ ହୋଇଥିବାରୁ ଶୁକ୍ରବାର ସାରା ରାଜ୍ୟ ତତଲା କଡ଼େଇରେ ରାଜି ହେଉଛି । ୪ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବା ସମ୍ଭାବନା ନାହିଁ । ଏଥପାଇଁ ଜିଲାଗୁଡ଼ିକୁ ରେଡ ୱାଶିଂ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଏବଂ ଅନୁଗୋଳ ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ଥ‌ିବାରୁ ଏସବୁ ଜିଲାକୁ ରେଡ ୱାଶିଂ ଜାରି କରାଯାଇଛି । ସମ୍ବଲପୁର, ଯାଜପୁର, କଟକ, ଜଗତସିଂହପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଏବଂ ରାୟଗଡ଼ା ଜିଲାରେ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ୱାର୍ଡିଂ ଜାରି ହୋଇଛି ।

କୋରାପୁଟ ଏବଂ ପୁରୀ ଜିଲାକୁ ମେଲୋ ୱାଣ୍ଟିଂ ଦିଆଯାଇଥିବାବେଳେ ଅପରାହ୍ନରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲାକୁ କାଳବୈଶାଖୀଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥ‌ିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଶିଂ ଦିଆଯାଇଛି। ସତର୍କ ରହିବାକୁ ପାଣିପାଗ ବିଭାଗ ଏବଂ ଏସ୍ଏଆରସି ସତ୍ୟବ୍ରତ ସାହୁ ଜନସାଧାରଣ ଏବଂ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *