ପ୍ରଭୁ ଜଗନାଥଙ୍କ ଆତ୍ମକାହାଣୀ କାହିଁକି ପ୍ରଭୁ ପୁରୀ ଆସିଲେ ,ପ୍ରକୃତ କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ହାତ ଯୋଡ଼ିଦେବେ

ନମସ୍କାର ବନ୍ଧୁଗଣ ପ୍ରଭୁ ଶ୍ରୀ ଜଗନ୍ନାଥ ପୁରୀକୁ ଆସିଲେ କେମିତି ପ୍ରଭୁଙ୍କ ଦେହ ଅଧାଗଢ଼ା ହେଲା କେମିତି କେମିତି ନୀଳମାଧବରୁ ପ୍ରଭୁ ଜଗନ୍ନାଥଙ୍କର ହେଲା ବିଗ୍ରହ ପ୍ରତିଷ୍ଠା ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ପ୍ରଭୁ ଜଗନ୍ନାଥଙ୍କର ଗୁପ୍ତ ରହସ୍ୟ।ମଧ୍ୟ ଭାରତରେ ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ରାଜା ରହୁଥିଲେ ତାଙ୍କର ରାଜ୍ୟର ନାମ ଥିଲା ଅବନ୍ତି ଯିଏକି ଭଗଵାନ ବିଷ୍ଣୁଙ୍କର ବଡ ଭକ୍ତ ଥିଲେ ଥରେ ଜଣେ ଋଷି ତାଙ୍କ ରାଜଉଆସକୁ ଭ୍ରମଣ କରିବା ପାଇଁ ଆସିଥିଲେ ଦିନେ ସେ ତାଙ୍କୁ ଜଗନ୍ନାଥଙ୍କ ଗୁପ୍ତ ମନ୍ତ୍ରଣା ଦେଇ କହିଥିଲେ ଯେ ଓଡ଼ିଶାରେ ଭଗଵାନଙ୍କୁ କେଉଁଠି ପୂଜା କରାଯାଉଛି ତୁମକୁ ସନ୍ଧାନ କରିବାକୁ ହେବ |

ଏହାଶୁଣି ରାଜା ଖୁସୀ ହୋଇଗଲେ ଏବଂ ଆଦେଶ ଦେଇ ମନ୍ତ୍ରୀ ମଣ୍ଡଳକୁ କହିଲେ ସମସ୍ତେ ପ୍ରଭୁ ନୀଳମାଧବଙ୍କ ସନ୍ଧାନ କରିବେ ଆଉ ମତେ ଜଣାଇବେ ଏହାପରେ ଚାରି ଦିଗକୁ ଲୋକ ପଠାଇ ଦିଆଗଲା ପୂର୍ବ ଦିଗକୁ ବିଦ୍ୟାପତି ଯାଇଥିଲେ ସେଠାରେ ସେ ଲଳିତାଙ୍କୁ ବିବାହ କରିଲେ ଏହାପରେ କିଛିଦିନ ବିତିଗଲା ଦିନେ ବିଦ୍ୟାପତି ଦେଖିଲେ ଏକ ବିଚିତ୍ର ଦୃଶ୍ୟ ରାତି ପାହିବା ପୂର୍ବରୁ ଲଳିତାଙ୍କ ପିତା ଫଳମୂଳ ସହିତ ପୂଜା ସାମଗ୍ରୀ ଧରି ପୂଜା କରିବା ପାଇଁ ସେ ଯାଉଛନ୍ତି ଏସବୁ ଦେଖି ନାମରେ ଆଶ୍ଚର୍ଯ୍ୟ ସୃଷ୍ଟି ହେଲା |

ବିଦ୍ୟାପତିଙ୍କର ସେ ଲଳିତାଙ୍କୁ ପଚାରିଲେ ତମର ପିତା ପୂଜା ସାମଗ୍ରୀ ନେଇ କୁଆଡେ ଯାଉଛନ୍ତି ଏହାଶୁଣି ଲଳିତା ମନା କରିଦେଲେ ଆଉ କହିଲେ ଏହା ବିଷୟରେ ମୋ ପିତା ମତେ କହିବା ପାଇଁ ମନା କରିଛନ୍ତି କିନ୍ତୁ କିଛି ସମୟ ବୁଝାବୁଝି ପରେ ଲଳିତା ଏବଂ ତାଙ୍କ ପିତା ନୀଳମାଧବଙ୍କ ସନ୍ଧାନ ଜଣାଇଲେ ଆଉ ବିଦ୍ୟାପତି ସେଠାରେ ନୀଳମାଧବଙ୍କୁ ଆଖିରେ କଳା କନା ବାନ୍ଧି ଯାଇ ସେଠାରେ କନା ଖୋଲି ଦର୍ଶନ କଲେ।
ଏପଟେ ଇନ୍ଦ୍ରଦ୍ୟୁମ୍ନ ଚିନ୍ତାରେ ବସିଥାନ୍ତି ସେହି ସମୟରେ ବିଦ୍ୟାପତି ପ୍ରବେଶ କରନ୍ତି

ରାଜଗୃହ ମଧ୍ୟକୁ ଏବଂ ପ୍ରଭୁ ନୀଳମାଧବଙ୍କ କଥା ବଖାଣୁଥାନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏହାପରେ ରାଜା ବାହାରି ପଡିଲେ ଜଙ୍ଗଲର ସେହି ଗୁମ୍ଫା ମଧ୍ୟକୁ କିନ୍ତୁ ପ୍ରଭୁ ନୀଳମାଧବ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ଆଉ ଶୂନ୍ୟବାଣୀ ଦେଇ କହିଲେ ହେ ରାଜା ଇନ୍ଦ୍ରଦ୍ୟୁମ୍ନ ତୁମେ ଯାଅ ସମୁଦ୍ର ଗଣ୍ଡରେ ମୋର ଏକ ଦାରୁ ଭାସୁଥିବ ସେହି ଦାରୁକୁ ଆଣି ମୋର ଏକ ମୂର୍ତ୍ତି ସ୍ଥାପନ କରିବ ଏବଂ ମତେ ତୁମ୍ଭରି ଦ୍ଵାରା ନିର୍ମାଣ କରାଯାଇଥିବା ପୁରୀ ଶ୍ରୀକ୍ଷେତ୍ର ମନ୍ଦିରରେ ପୂଜା ଅର୍ଚ୍ଚନା କରିବ ଏବେଠାରୁ ମୁଁ ପୁରୀରେ ପ୍ରଭୁ ଜଗନ୍ନାଥ ନାମରେ ପୂଜା ଅର୍ଚ୍ଚନା ପାଇବି ଏହିପରି ଭାବରେ ପ୍ରଭୁ ଜଗନ୍ନାଥଙ୍କ ବିଘ୍ର ତିଆରି କରାଯାଇଥିଲା।

Leave a Reply

Your email address will not be published. Required fields are marked *