ସେଦିନ ମାମୁ ଘର ଗାଁ ରେ ଘଟିଲା ଏପରି ଘଟଣା ଯାହାକୁ ଜାଣିଲା Pare ଆପଣଙ୍କ ରୁମ ତାଙ୍କରି ଉଠିବ !

ଦର୍ଶକବନ୍ଧୁ ମୋ ନାଁ ହେଉଛି ବିଜୟ ଘର ରାଉରକେଲା ମୋ ମାମୁଁଙ୍କ ଘର ମୋ ଗାଁ ପାଖରୁ ପାଖାପାଖି ୧୫ କିଲୋମିଟର ହେବ ଖରଛୁଟି ହୋଇଥାଏ ମୋର ସେତେବେଳେ ଦଶମ ପରୀକ୍ଷା ସରିଥିଲା ମୁଁ ଛୁଟି କଟାଇବା ପାଇଁ ମାମୁଁ ଘରକୁ ପ୍ରତିବର୍ଷ ପରି ସେବର୍ଷ ମଧ୍ୟ ଯାଇଥିଲି ମୋ ଅଜା ଜଣେ ଜମିଦାର ଥିଲେ ସେଥିପାଇଁ ମୋ ମାମୁଙ୍କର ଏକ ବିରାଟ ପୁରୁଣାକାଳିଆ ଘର ଥିଲା ଯାହା ବ୍ରିଟିଶ ଅମଳରେ ତିଆରି ହୋଇଥିଲା ମାମୁଁ ଘରେ କେବଳ ଅଜା ଆଉ ଆଇ ରୁହନ୍ତି ଦୁଇ ମାମୁଁ ବାହାରେ ଚାକିରୀ କରନ୍ତି ସେଦିନ ଆଇ ରନ୍ଧିଥିବା ଗରମ ଗରମ ଚିକେନ ଆଉ ଭାତ ଖାଇ ମୁଁ ମୋ ରୁମ୍ କୁ ଶୋଇବା ପାଇଁ ଗଲି।ଅଧା ରାତିରେ ମୋର ନିଦ ହଠାତ୍ ଭାଙ୍ଗି ଯାଇଥିଲା ମୁଁ ମୋବାଇଲ୍ ଦେଖିଲି ରାତି ୨ ଟା ବାଜିଥିଲା

ମତେ ପରିସ୍ରା ଲାଗିଲା ମୁଁ ପରିସ୍ରା କରି ଫେରିଲା ବେଳକୁ ହଠାତ୍ ଦେଖିଲି ମୋ ରୁମ୍ ଆଗରେ କେହି ଜଣେ ଛିଡ଼ା ହୋଇଛି କିନ୍ତୁ ମୁଁ ନିଦ ଆଖିରେ ଠିକ୍ ସେ ଦେଖି ପାରିନଥିଲି ଆଖି ଦୁଇଟି ମଳି ଭଲ ଭାବରେ ଦେଖିଲି ତ ଆଶ୍ଚର୍ଯ୍ୟର କଥା ସେଠାରେ କେହି ନାହାଁନ୍ତି ଭାବିଲି ଏକ ବୋଧେ ନିଦୁଆ ଆଖିର ଭ୍ରମ ହୋଇଥିବ ଦିନରେ ମୁଁ ଏହି କଥା ସବୁ ମଧ୍ୟ ଭୁଲି ଯାଇଥିଲି ଦିନରେ ସାଙ୍ଗସାଥୀ ଙ୍କ ସହିତ ଖେଳ ପରେ ସନ୍ଧ୍ୟା ବେଳକୁ ଘରକୁ ଆସି ରାତିରେ ଅଜା ଆଇଙ୍କ ସହିତ ଖୁବ୍ ମଜା ମସ୍ତି କରିଥିଲି ଆଉ ରାତିରେ ଖାଇ ସାରିବା ପରେ ମୁଁ ମୋ ରୁମ୍ କୁ ଶୋଇବା ପାଇଁ ଯାଇଥିଲି କିନ୍ତୁ ଅଧା ରାତିରେ ପୂର୍ବଦିନ ପରି ମୋ ନିଦଟି ଭାଙ୍ଗି ଯାଇଥିଲା |

ସେତେବେଳକୁ ରାତି ୨ଟା ହୋଇଥିଲା ବାହାରେ କିଏ କାମ କରୁଥିବାର ଶବ୍ଦ ଶୁଭିଥିଲା ଦେଖିଲି ଗୌରାଙ୍ଗ ମାମୁଁ ଅଗଣାରେ କାମ କରୁଛନ୍ତି ଗୌରାଙ୍ଗ ମାମୁଁ ହେଉଛନ୍ତି ଅଜାଙ୍କ ବଡ଼ ଭାଇଙ୍କ ପୁଅ।ମୁଁ ତାଙ୍କୁ ପଚାରିଲି ଗୌରାଙ୍ଗ ମାମୁଁ ଏତେ ରାତିରେ କଣ କାମ କରୁଛ ସେ କହିଲେ ମୁଁ ଏମିତି ରାତିରେ ଆସି କାମ କରେ ଭାବିଲି ଦିନରେ କାମ ହେଉନଥିବ ସେଥିପାଇଁ ସେ ରାତିରେ କାମ କରୁଛନ୍ତି |

ଗୌରାଙ୍ଗ ମାମୁଁ କହିଲେ ଆସେ ବାରିପଟକୁ ଯିବା କାଠ ଆଣିବା ପାଇଁ ଅଧା ରାତିରେ ମୁଁ ତାଙ୍କ ସହିତ ବଡି ପଟକୁ ଯାଇଥିଲି କିନ୍ତୁ ସେ ଆହୁରି ଆଗରୁ ଆଗକୁ ଚାଲିଥାନ୍ତି ଧିରେ ଧିରେ ମାମୁଁ ବାଡ଼ିକୁ ପାର କରି ପଛପଟ ବିଲ ଆଡକୁ ଯାଉଥାନ୍ତି ମୋର ଟିକେ ନାମ ଭିତରେ ସନ୍ଦେହ ହେଲା ସେହି ସମୟେ ମାମୁଁ ହଠାତ୍ ଜୋର୍ ରେ ଯାଇ ଅଜା ଘର ସମାଧି ଭିତରେ ପଶି ଯାଇଥିଲେ|

ମୁଁ ଡରିଯାଇ ଦୌଡ଼ି ଦୌଡ଼ି ଆସି ଅଜା ଆଉ ଆଇଙ୍କୁ ଉଠାଇ ସବୁକଥା କହିଥିଲି ଅଜା ମୋ କଥା ଶୁଣି କହିଲେ ଗୌରାଙ୍ଗ ମାମୁଁ ମରିବାର ବର୍ଷେ ହେଲାଣି ଅଜା କହିଲେ ଗୌରାଙ୍ଗ ମାମୁଁଙ୍କ ପ୍ରେତାତ୍ମା ଏମିତି ଅଧା ରାତିରେ ବେଳେ ବେଳେ ଆସେ ଆଉ ଆଜିବି ତାଙ୍କ ଆତ୍ମା ସମାଧି ଭିତରେ ରହିଛି।

Leave a Reply

Your email address will not be published. Required fields are marked *