ନିଜର ଦ୍ୱତୀୟ ବିବାହକୁ ମୁହଁ ଖୋଲିଲେ ବର୍ଷା ….

ବନ୍ଧୁଗଣ ନମସ୍କାର ବନ୍ଧୁଗଣ ଅନୁଭବ ଏବଂ ବର୍ଷାଙ୍କ ଛାଡ଼ପତ୍ର କଥା ସାମ୍ନାକୁ ଆସିଲା ପରେ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଏହି ଦମ୍ପତି। ସୋସିଆଲ ମିଡିଆରେ ଏହି ଖବର ଖୁବ୍ ଭାଇରାଲ ହେଉଛି କି ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତିଙ୍କୁ ଛାଡି ଖୁବ୍ ଶୀଘ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ଏହା ନେଇ ସତ୍ୟାସତ୍ୟ ପ୍ରଦାନ କରିଛନ୍ତି ବର୍ଷା, ନିଜେ ମିଡ଼ିଆ ସାମ୍ନାକୁ ଆସି କଣ କହିଛନ୍ତି ଆସନ୍ତୁ ଜାଣିବା |

ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଉଠିଥିବା ଗୁଜବ କି ସେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଏହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଏହାର କୌଣସି ମୌଳିକ ସତ୍ୟା ସତ୍ୟତା ନାହିଁ ଏବଂ ଏହା ଭିତ୍ତିହୀନ ଅଟେ। ମୁଁ କୌଣସି ଦ୍ଵିତୀୟ ବିବାହ କରୁନାହିଁ ଏବଂ ମୁଁ ଦ୍ଵିତୀୟ ବିବାହ ବିଷୟରେ ଭାବି ନାହିଁ କି ଆଗକୁ କେବେ ଭାବିବି ନାହିଁ। ମୁଁ ଯାହାକୁ ବିବାହ କରିଛି ତାଙ୍କ ସହ ରହିବାକୁ ଚାହେଁ ଆଉ ଆଗକୁ ବଢ଼ିବାକୁ ଚାହେଁ |

ଆମ ଭିତରେ କିଛି କଳହ ହୋଇଛି ଯାହା ସମୟ ସହିତ ଶେଷ ହୋଇପାରେ। କିନ୍ତୁ ମୁଁ ଦ୍ଵିତୀୟ ବିବାହ କଥା କେବେ ଭାବି ନାହିଁ କି ଆଗକୁ ମଧ୍ୟ ଭାବିବି ନାହିଁ। ଏହାକୁ ନେଇ ବର୍ଷା ମିଡ଼ିଆ ଆଗରେ ଏମିତି କିଛି ବୟାନ ଦେଇଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଏବେବି ନିଜ ମଥାରେ ସିନ୍ଦୂର ପିନ୍ଧିବା ସହିତ ଶାଢ଼ୀ ପିନ୍ଧି ସୋସିଆଲ ୱାର୍କ୍ ରେ ନଜର ଆସୁଛନ୍ତି |

କିଛି ଦିନ ତଳେ ସେ ସାବିତ୍ରୀ ବ୍ରତ ଓଷାରେ ସାବିତ୍ରୀ ବ୍ରତ ମଧ୍ୟ କରିଥିଲେ ଅନୁଭବଙ୍କ ପାଇଁ। ବର୍ଷାଙ୍କ ଏଭଳି ଆଚରଣ ଜଣାଇ ଦେଉଛି ଯେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହିତ ଏକାଠି ହୋଇ ରହିବାକୁ ଚାହୁଁଛନ୍ତି। ଏବେବି ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରେ ହିଁ ରହିଛନ୍ତି। ତେବେ ଦେଖାଯାଉ ଆଗକୁ ତାଙ୍କ କେସ୍ କେଉଁ ମୋଡ଼ ନେଉଛି |

One Comment on “ନିଜର ଦ୍ୱତୀୟ ବିବାହକୁ ମୁହଁ ଖୋଲିଲେ ବର୍ଷା ….”

Leave a Reply

Your email address will not be published. Required fields are marked *