ଦର୍ଶକବନ୍ଧୁ ଆଜି ଆସନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଅଲୌକିକ ଘଟଣା ବିଷୟରେ ଜାଣିବା ତାହା ସଂପୂର୍ଣ୍ଣ ସତ୍ୟ ଘଟଣା ଯାହାର ପ୍ରମାଣ ଆଜି ମଧ୍ୟ ଶ୍ରୀମନ୍ଦିରରେ ଅଛି ଇଂରେଜ ଶାସନ ସମୟର କଥା ଏକ ଜାହାଜ ଚାନ୍ଦିପୁର ବନ୍ଦରରୁ ବାହାରି ସମୁଦ୍ରରେ ଯାଇ ପାରାଦ୍ଵୀପ ବନ୍ଦରରେ ଲାଗିବାର ଥିଲା ପ୍ରାୟ ୧୦୦ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଜାହାଜଟି ବାହାରିଥିଲା ଚାନ୍ଦିପୁର ବନ୍ଦରରୁ ଜାହାଜ ଭିତରେ ଯାତ୍ରୀମାନେ ସୁରକ୍ଷିତ ବସି ଯାତ୍ରା କରୁଥାନ୍ତି ଜାହାଜର ଜଣେ କର୍ମଚାରୀ ଦୂରବୀକ୍ଷଣ ଯନ୍ତ୍ରରେ ସମୁଦ୍ରକୁ ନିରୀକ୍ଷଣ କରୁଥାନ୍ତି କିନ୍ତୁ ହଠାତ୍ ସମୁଦ୍ର ଭିତରେ କର୍ମଚାରୀ ଜଣକ ଏକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦୂରରୁ ଏକ ବିଶାଳକାୟ ଜଳଚର ଜୀବ ଜାହାଜ ଆଡକୁ ମାଡି ଆସୁଥିଲା |
ଦୂରରୁ ଏକ ସାମୁଦ୍ରିକ ଝଡ଼ ମଧ୍ୟ ମାଡ଼ି ଆସୁଥିଲା କର୍ମଚାରୀ ଜଣଙ୍କ ଜାହାଜର କ୍ୟାପଟେନକୁ ଏହି କଥା ତୁରନ୍ତ ଜଣାଇଲେ କ୍ୟାପଟେନ ବିପଦ ସୁନିଶ୍ଚିତ ଜାଣି ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ କିଛି ସମୟ ପରେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖାଯାଇଥିଲା କି ସେହି ଜଳଚର ଜୀବଟି ଏକ ବିଶାଳକାୟ ମାଛ କିଛି ସମୟରେ ଆସି ଜାହାଜରେ ପିଟି ହେବ ଯାତ୍ରୀମାନେ ଏହି ଘଟଣା ଜାଣି ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ କିନ୍ତୁ କ୍ୟାପଟେନ ବ୍ୟତିବ୍ୟସ୍ତ ନ ହେବାକୁ କହିଲେ ଆଉ ସେହି ସମୟରେ ଦେଖିଲେ ଜଣେ ବୃଦ୍ଧ ବ୍ୟକ୍ତି ବ୍ୟତିବ୍ୟସ୍ତ ନ ହୋଇ ଏକ ଫଟୋକୁ ଧରି ସ୍ଥିର ରହିଛନ୍ତି |
କ୍ୟାପଟେନ ଭାବିଲେ ମୃତ୍ୟୁ ସୁନିଶ୍ଚିତ ଜାଣି ବୃଦ୍ଧ ଜଣଙ୍କ ବୋଧେ ନିଜ ପରିବାର ଫଟୋ ଶେଷଥର ପାଇଁ ଦେଖୁଛନ୍ତି କିନ୍ତୁ କ୍ୟାପଟେନ ଦେଖିଲେ ଫଟୋରେ ପରିବାର ଲୋକ କେହି ନାହାଁନ୍ତି କେବଳ ଚକା ଚକା ଆଖି ଥାଇ ତିନୋଟି ଚିତ୍ର ଗୋଟିଏ କଳା ଗୋଟିଏ ଧଳା ଆଉ ଗୋଟିଏ ହଳଦିଆ କ୍ୟାପଟେନ ସେହି ବୃଦ୍ଧ ଜଣଙ୍କୁ ପଚାରିଲେ ଏଗୁଡ଼ା କଣ ବୃଦ୍ଧ ଜଣଙ୍କ କହିଥିଲେ ଇଏ ହେଉଛି ମୋ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ଏହି ଆସୁଥିବା ବିପଦରୁ ସେ ଆମକୁ ରକ୍ଷା କରିବା ପାଇଁ ମୁଁ ପ୍ରାର୍ଥନା କରୁଥିଲି |
ପ୍ରଭୁ ମୋ ଡାକ ନିଶ୍ଚୟ ଶୁଣିବେ କ୍ୟାପଟେନ ଜଣଙ୍କ ବିଦେଶୀ ହୋଇଥିବାରୁ ସେ ପ୍ରଭୁଙ୍କୁ ମାନି ନଥିଲା ଏହି ସମୟ ଭିତରେ ବିରାଟକାୟ ମାଛଟି ଜାହାଜର ପୁରା ନିକଟତର ହୋଇ ସାରିଥିଲା ଯାତ୍ରୀମାନେ ଭଗଵାନଙ୍କୁ ଡାକି ମୃତ୍ୟୁ ନିଶ୍ଚିତ ଜାଣି ଆଖି ବୁଜି ଦେଇଥିଲେ କିନ୍ତୁ ହଠାତ୍ ବିଶାଳକାୟ ମାଛଟି ତାର ଗତିପଥ ବଦଳାଇ ଦେଇଥିଲା ଯାତ୍ରୀମାନେ ଓ ଜାହାଜର କର୍ମକର୍ତ୍ତା ମାନେ ଖୁସୀ ହୋଇଯାଇଥିଲେ କିନ୍ତୁ ତାଙ୍କର ଖୁସୀ ପୁଣି ଲିଭି ଯାଇଥିଲା |
ସାମୁଦ୍ରିକ ଝଡ଼ଟି ଜାହାଜର ନିକଟବର୍ତ୍ତୀ ହୋଇ ଯାଇଥିଲା କିନ୍ତୁ ଆଶ୍ଚର୍ଯ୍ୟର କଥା କିଛି ସମୟ ପରେ ଘୂର୍ଣ୍ଣିଝଡ଼ଟି ସମୁଦ୍ରରେ ଲିନ ହୋଇ ଯାଇଥିଲା ବିଦେଶୀ କ୍ୟାପଟେନ ଜଣଙ୍କ ଧାଇଁ ଯାଇଥିଲେ ସେହି ବୃଦ୍ଧଙ୍କ ପାଖକୁ ଆଉ ତାଙ୍କ ହାତରୁ ଫଟୋଟିକୁ ନେଇ ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ସମସ୍ତେ ମିଶି ଜୟ ଜଗନ୍ନାଥ ବାରମ୍ବାର ଏକ ସ୍ଵରରେ ଉଚ୍ଚାରଣ କରିଥିଲେ।
ମଝି ସମୁଦ୍ର ରେ ଯେତେବେଳେ Captain ଟେକିଦେଲେ ନିଜ ହାତ ସହ ସହ ଲୋକଙ୍କୁ ରକ୍ଷା କରିବାକୁ ପହଁଚିଗଲେ ପ୍ରଭୁ ଜଗନ୍ନାଥ…
