ଜାଣନ୍ତୁ Maa Tarini ମନ୍ଦିରର ଆଶ୍ଚର୍ଯ୍ୟଜନକ ଇତିହାସ, ବୈଜ୍ଞାନିକ ମାନେ ବି ଯୋଡ଼ିଲେ ହାତ…

ଦର୍ଶକବନ୍ଧୁ ମା ତାରିଣୀ କିଏ କାହିଁକି ମା ଦୁର୍ଗା ଏବେ ପଥର ହୋଇ ପୂଜା ପାଉଛନ୍ତି ତରୁଣୀ ରୂପେ ପୁରୀରୁ କେନ୍ଦୁଝରକୁ କେମିତି ଆସିଲେ ମା ତାରିଣୀ ତେବେ ଆସନ୍ତୁ ଜାଣିବା ମା ତାରିଣୀଙ୍କ ରହସ୍ୟ ବିଷୟରେ।ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁରେ ଅବସ୍ଥିତ ମା ତାରିଣୀଙ୍କ ଭବ୍ୟ ମନ୍ଦିର କରୁଣାମୟୀ ମା ତାରିଣୀଙ୍କ ଆଶ୍ରା ଟିକେ ପାଇବା ପାଇଁ କାହିଁ କେତେ ଦୂରରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାଙ୍କ ପାଖକୁ ଧାଇଁ ଆସୁଛନ୍ତି ତ୍ରେତୟା ଯୁଗରେ ଯେତେବେଳେ ଭଗଵାନ ରାମଙ୍କୁ ବନବାସ ହୋଇଥିଲା ମାତା ସୀତାଙ୍କୁ ଅପହରଣ କରି ନେଇ ଯାଇଥିଲେ |

ରାବଣ ଠିକ୍ ସେତିକି ବେଳେ ପ୍ରଭୁ ରାମଚନ୍ଦ୍ର ମା ଦୁର୍ଗତିନାସିନି ଦୁର୍ଗାଙ୍କୁ ଆରାଧନା କରିଥିଲେ ପୂଜାରେ ସନ୍ତୁଷ୍ଟ ହୋଇ ମା ଦୁର୍ଗା ଶୂନ୍ୟବାଣୀ କଲେ ବତ୍ସ ମୁଁ ତମ ପୂଜାରେ ସନ୍ତୁଷ୍ଟ ହେଲି ତୁମ ସମ୍ମୁଖରେ ମା ତାରିଣୀ ଭାବରେ ଆବିର୍ଭୁତ ହେବି କିନ୍ତୁ ଯଦି ତୁମେ ମତେ ଦେଖିଦେବ ମୁଁ ପଥର ପାଲଟି ଯିବି କିନ୍ତୁ ଯେତେବେଳେ ପ୍ରଭୁ ରାମଚନ୍ଦ୍ର ନମସ୍କାର କରି ଉଠୁଥାନ୍ତି ସେତେବେଳେ ହଠାତ ରାମଚନ୍ଦ୍ରଙ୍କ ଆଖି ପଲକ ଖୋଲିଗଲା ଏବଂ ସେ ମାଆଙ୍କୁ ଦର୍ଶନ କରିଦେଲେ ମା ଦେଇଥିବା ବାକ୍ୟ ସତ୍ୟରେ ପରିଣତ ହୋଇଗଲା |

ହଠାତ୍ ସେହି ସ୍ଥାନରେ ମା ପଥର ପାଲଟିଗଲେ ସେହିଦିନଠାରୁ ମାଆଙ୍କୁ ତାରିଣୀ ରୂପେ ସମସ୍ତେ ପୂଜା ଅର୍ଚ୍ଚନା କଲେ।ଇତିହାସ ଅନୁଯାୟୀ ଅନେକ ବର୍ଷ ତଳେ କେନ୍ଦୁଝରର ରାଜା ଥିଲେ ତିଳତ୍ତମ ଭଞ୍ଜ ତାଙ୍କ ପୁଅଙ୍କ ନାମ ଥିଲା ଗୋବିନ୍ଦ ଭଞ୍ଜ ସବୁ ଠିକ୍ ଚାଲିଥାଏ ୧୪୮୦ ମସିହାରେ ରାଜା ତିଳତ୍ତମ ଭଞ୍ଜଙ୍କ ମୃତ୍ୟୁ ହେଲା ଏହାପରେ ରାଜା ହେଲେ ଗୋବିନ୍ଦ ଭଞ୍ଜ ସେ ହେଉଛନ୍ତି ମାଆଙ୍କର ପରମ ଭକ୍ତ ଥରେ ରାଜା ପୁରୁଷୋତ୍ତମ ଦେବ ରାଜା ଗୋବିନ୍ଦ ଭଞ୍ଜଙ୍କୁ ନିମନ୍ତ୍ରଣ ଦେଇ ଡାକିଲେ |

ଏହି ସମୟରେ ଗୋବିନ୍ଦ ଭଞ୍ଜ କହିଥିଲେ କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ ତାଙ୍କ ସହ ନେଇଯିବା ପାଇଁ ଆଉ ସେହିଦିନ ରାତିରେ ମା ତାରିଣୀ ରାଜା ପୁରୁଷୋତ୍ତମ ଦେବଙ୍କୁ ଆଦେଶ ଦେଲେ ରାଜା ଗୋବିନ୍ଦ ଭଞ୍ଜଙ୍କ ସହ ତାଙ୍କୁ ପଠାଇବା ପାଇଁ ଆଉ ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଭଞ୍ଜଙ୍କୁ ମା ତାରିଣୀଙ୍କୁ ଦେଲେ କିନ୍ତୁ ରାଜା ଗୋବିନ୍ଦ ଭଞ୍ଜ ମାଙ୍କୁ ନେବେ କିପରି ପୁଣି ମାଙ୍କ ପାଖରେ ପୂଜା ଅର୍ଚ୍ଚନା କଲେ ଆଉ ମା ସ୍ବପ୍ନରେ କହିଲେ ମୁଁ ଘୋଡାରେ ଯିବି ମୋ ପାଦର ପାଉଁଜିରୁ ଜାଣି ପାରିବୁ |

ମୁଁ ତୋ ପଛେ ପଛେ ଅଛି ଏତିକି ଶୁଣି ରାଜା ବାହାରି ପଡ଼ିଲେ କେନ୍ଦୁଝର ଯିବାକୁ ଘୋଡାରେ ଆସୁ ଆସୁ ଯେମିତି ଆନନ୍ଦପୁର ସୀମା ପାର ହୋଇ କେନ୍ଦୁଝର ସୀମାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ ଠିକ୍ ସେହି ସମୟରେ କେନ୍ଦୁଝରର ମଧ୍ୟ ସ୍ଥଳରେ ମାୟା ବିସ୍ତାର କରିଦେଲେ ମା ତାରିଣୀ ଆଉ ମା ସେହିଠାରେ ପଥର ହୋଇ ଯାଇଥିଲେ ସେହିଦିନଠୁ ମା ସାଲ ବଣରେ ଘଟଗାଁରେ ପୂଜା ପାଇ ଆସୁଛନ୍ତି।

Leave a Reply

Your email address will not be published. Required fields are marked *