ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ତୃତୀୟ ଟେଷ୍ଟରୁ ବାଦ ପଡିଲେ KL Rahul ଏଣ୍ଟ୍ରି କରିବେ ଏହି ଷ୍ଟାର ବ୍ୟାଟର

ନମସ୍କାର ଦର୍ଶକବନ୍ଧୁ ତୃତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଦଳରୁ ବାଦ ପଡ଼ିଲେ କେଏଲ ରାହୁଲ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋର୍ଟରେ ଫେବୃଆରୀ 15 ରୁ ଆରମ୍ଭ ହେବ ଏହି ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି ଭାରତୀୟ ଦଳର ଉଇକେଟ କିପର ବ୍ୟାଟର କେଏଲ ରାହୁଲ ରାଜକୋର୍ଟରେ ଟେଷ୍ଟ ଖେଳିବେ ନାହିଁ |

ପୂର୍ବରୁ ଅବଗତ କରା ଯାଇଥିଲା ଯେ ରାହୁଲ ଖେଳିବା ଏବଂ ନଖେଳିବା ତାଙ୍କ ଫିଟନେସ ଉପରେ ନିର୍ଭର କରେ ଆଉ ସମ୍ପୂର୍ଣ୍ଣ ରିପୋର୍ଟ ଅନୁଯାଇ କେଏଲ ରାହୁଲ ସମ୍ପୂର୍ଣ୍ଣ ଫିଟ ହୋଇନଥିବା କାରଣରୁ ତୃତୀୟ ଟେଷ୍ଟ ଖେଳିବେ ନାହିଁ ଅନ୍ୟପଟେ ଭାରତୀୟ ଦଳ ପାଇଁ ଆଶ୍ବସ୍ତିକର ଖବର ଯେ ରବୀନ୍ଦ୍ର ଜାଡେଜା ଫିଟ ହୋଇଛନ୍ତି |

ତାଙ୍କ ତୃତୀୟ ଟେଷ୍ଟ ଖେଳିବା ପ୍ରାୟତଃ ସ୍ପଷ୍ଟ |ବର୍ତ୍ତମାନ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ 1-1 ରେ ବରାବର ରହିଛି ପ୍ରଥମ ମ୍ୟାଚକୁ ଇଂଲଣ୍ଡ 28 ରନରେ ଜିତି ଥିବା ବେଳେ ଦ୍ୱିତୀୟ ଟେଷ୍ଟରେ 106 ରନରେ ବିଜୟ ଲାଭ କରିଥିଲା

ଏବେ ତୃତୀୟ ଟେଷ୍ଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛି |ସୂଚନା ମୁତାବକ କେଏଲ ରାହୁଲଙ୍କ ସ୍ଥାନରେ କର୍ଣ୍ଣାଟକ ବ୍ୟାଟର ଦେବଦତ୍ତ ପାଦିକଲ ଖେଳିବା ନିଶ୍ଚିତ ଲାଗୁଚି | ଘରୋଇ କ୍ରିକେଟରେ ପାଡିକଲ ଚମତ୍କାର ଫର୍ମରେ ଅଛନ୍ତି |

Leave a Reply

Your email address will not be published. Required fields are marked *