ଆଜିର ରାଶିଫଳ ଡିସେମ୍ବର 21 ଗୁରୁବାର 2023,କେମିତି କଟିବ ଆଜିର ଦିନ

ମେଷ ରାଶି -କାର୍ଯ୍ୟ ତ୍ୱରାନ୍ବିତ ହେବା ବଦଳରେ ହଠାତ୍‌ ଅଟକି ରହିଯାଇପାରେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ଓ ଲାଭବାନ୍‌ ହେବେ। ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ , ଅଳଙ୍କାରାଦି ପଦାର୍ଥ କିମ୍ବା ମୂଲ୍ୟବାନ ଜିନିଷ ଆଣିପାରନ୍ତି।

ବୃଷ ରାଶି -ପିଲାଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୌରବାନ୍ବିତ ହୋଇପାରନ୍ତି। କର୍ମ କ୍ଷେତ୍ର, ଯାନବାହନ, ସଭା ସମିତିରେ ଟେନ୍‌ସନ ଲାଗିରହିବ। ଆତ୍ମୀୟତା ଦେଖାଉଥିବା ଲୋକମାନେ ପରୋକ୍ଷଭାବେ ବିରୁଦ୍ଧାଚରଣ କରିପାରନ୍ତି।

ମିଥୁନ ରାଶି -କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧକତାରେ ଯାତ୍ରାରୁ ଦୂରେଇ ରହିବା ଭଲ। ଅଫିସ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ। ବ୍ୟବସାୟ ବେଶ୍‌ ଭଲରେ ଚାଲିବ, କିନ୍ତୁ ଲାଭ ବିଶେଷ ହେବ ନାହିଁ।

କର୍କଟ ରାଶି -ଟଙ୍କା ପଇସା, ନେବା ଆଣିବା କ୍ଷେତ୍ରରେ ସତର୍କ ନ ରହିଲେ ଅନୁତାପ କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ର, ଯାନବାହନ କ୍ରୟ, ଦୋକାନବାଡି ପ୍ରଭୃତିରେ ଶୁଭଫଳ ପାଇବେ। ଅଧିକାଂଶ ସମୟ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ।

ସିଂହ ରାଶି -ସାମୟିକ ଭାବେ ଭାଇ, ସ୍ତ୍ରୀ, ବାଣିଜ୍ୟ, ଯାତ୍ରା ପ୍ରଭୃତି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଉପରେ ସନ୍ଦେହ ପାରିପାର୍ଶ୍ୱିକ ପରିସ୍ଥିତିକୁ କେତେକାଂଶରେ ଅସ୍ବାଭାବିକ କରିବ। ଆକସ୍ମିକ ଆଗନ୍ତୁକ ଅତିଥି ଦୁଶ୍ଚିନ୍ତାର କାରଣ ହୋଇପାରନ୍ତି। ପରିବହନ,ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାନୁଯାୟୀ ଫଳ ପାଇବେ।

କନ୍ୟା ରାଶି -ବହୁତ ଦିନ ହେଲା ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡ଼ା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ

ତୁଳା ରାଶି -ସନ୍ତାନଙ୍କ ଉନ୍ନତି, ସାକ୍ଷାତକାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବା ସାଙ୍ଗକୁ ବୁଦ୍ଧିଜୀବୀଙ୍କ ସୁନଜରରେ ଆସିବେ। ସାହିତ୍ୟସଭା, ଆନୁଷ୍ଠାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ।

ବିଛା ରାଶି -କ୍ରୋଧ ସମ୍ବରଣ ନ କରି କଡ଼ା କଥା କହିବା କାରଣରୁ ଅସୁବିଧାର ସମ୍ମୁଖୀନ ହେବେ। ଶିଳ୍ପ, ବାଣିଜ୍ୟରେ ମାଲ ପରିବହନ ପାଇଁ ଅସୁବିଧା ହେବ ନାହିଁ। ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରରେ ସମାଧାନ ମଧ୍ୟ ହୋଇଯିବ।

ଧନୁ ରାଶି -ବୁଧାଦିତ୍ୟ ଯୋଗ ପ୍ରଭାବରୁ ଦିନଟି ପ୍ରତ୍ୟେକ ଦୃଷ୍ଟି କୋଣରୁ ବହୁତ ଭଲ ରହିବ। ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ ହେବ। ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଗଲେ ପରେ ପସ୍ତେଇବେ। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ।

ମକର ରାଶି -କର୍ମଭାବର ଶୁଭତ୍ୱ ହେତୁ ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହେବେ। ଆଜି ବ୍ୟବସାୟ ଭଲ ହେବାରୁ ଖୁସି ରହିବେ। ହିତୈଷୀଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ରାଗ, ରୁଷା ଓ ଅଭିମାନ ଭିତରେ ସମୟ କଟାଇବେ।

କୁମ୍ଭ ରାଶି -ସ୍ବଗୃହୀ ଶନିଜନିତ କର୍ମକ୍ଷେତ୍ରର ବିବଦମାନ ସ୍ଥିତି ସମାଧାନ ଦିଗକୁ ଗତିକରିବ। ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପାରେ। ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବେ। ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ।

ମୀନ ରାଶି -ଭାବପ୍ରବଣତାବଶତଃ ନିଜର ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନହାନି ଘଟିପାରେ। ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରିଆସିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *