ତିନି ବର୍ଷର ଝିଅ ମାକୁ ରାସ୍ତା ମଝିରେ ଏମିତି ବଞ୍ଚେଇଥିଲା ,ଏହି ପିଲାଟିର ଏଭଳି କାର୍ୟ୍ଯ ଦେଖି ଆଖିରୁ ଲୁହ ଝରିଗଲା ପୋଲିସ ବାବୁଙ୍କର

ନମସ୍କାର ଦର୍ଶକବନ୍ଧୁ ଥରେ ନଜର ପକାନ୍ତୁ ଏହି ତିନି ବର୍ଷର ଛୋଟ ଝିଅ ଉପରକୁ ପାଦରେ ଖଣ୍ଡା ଜୋତା ଧୂଳି ବାଲିରେ ଲଟପଟ ଦେହ ଆଉ ଦେହରେ ଖଣ୍ଡେ ଜିମା ଏହି ଛୋଟ ଝିଅଟିକୁ ଦେଖିଲା ପରେ ଆପଣଙ୍କୁ ଟିକେ ଦୁଃଖ ଲାଗୁ ଥାଇପାରେ ହେଲେ ଏହି ତିନିବର୍ଷ ଝିଅର କାଣ୍ଡ ଆପଣ ଜାଣିବେ ତାହେଲେ ଆପଣଙ୍କ ପାଦ ତଳୁ ମଧ୍ୟ ମାଟି ଖସିଯିବ |ବୟସ ସିନା ମାତ୍ର ତିନି ବର୍ଷ ହେଲେ ମୁଣ୍ଡରେ ତିରିଶ ବର୍ଷ ଲୋକର ବୁଦ୍ଧି |ସବୁଦିନ ଭଳି ଏହି ମହିଳା ନିଜ ଦୁଇ ଛୁଆଙ୍କୁ କାନ୍ଧରେ ଧରି ବାହାରି ଯାଇଥିଲେ |

ପ୍ଲାଟ ଫର୍ମକୁ ଆଉ ଭାବିଥିଲେ ମାଗି ଯାଚି ଯାହା ଆଣିଲେ ନିଜ ଭୋକିଲା ପିଲାଙ୍କ ପେଟରେ ଦାନା ଦେବେ କିନ୍ତୁ ସେଦିନ ତାଙ୍କ ଭାଗ୍ୟ ସାଦ ଦେଲା ନାହିଁ ଆଉ ଦେଖୁ ଦେଖୁ ମହିଳା ଜଣଙ୍କ ଚେତା ଶୂନ୍ୟ ହୋଇ ଯାଇଥିଲେ |ଏପଟେ ନିଜ ମା କୁ ଏମିତି ଅବସ୍ଥାରେ ଦେଖି କଣ କରିବେ ଏହି ଛୋଟ ପିଲାଟି କିଛି ବୁଝି ପାରୁନଥିବା ବେଳେ ତିନିବର୍ଷର ଝିଅଟି ଦୌଡ଼ି ଯାଇଥିଲା ନିଜ ମା କୁ ବଞ୍ଚାଇବା ପାଇଁ କିନ୍ତୁ ସେହି ତିନି ବର୍ଷର ଝିଅର କନକନ କଥାକୁ କେହିବି ବୁଝି ପାରିନଥିଲେ |

ଆଉ ପଇସା ମାଗୁଛି ଭାବି ଗୋଡ଼େଇ ଦେଉଥିଲେ ହେଲେ ତିନି ବର୍ଷର ଝିଅ ହାର ମାନି ନଥିଲା |ନିଜ ମା କୁ ବଞ୍ଚାଇବା ଏହି କୁନି ଝିଅଟି ସବୁ ବୁଦ୍ଧି ଲଗାଇ ଦେଇଥିବା ବେଳେ ଠିକ ସେତିକି ବେଳେ ତାର ପୋଲିସ ଉପରେ ନଜର ପଡ଼ିଥିଲା ଆଉ ପୋଲିସକୁ ହାତ ଧରି ଟାଣି ଆଣି ଥିଲା ତା ମା ପାଖକୁ ଏପଟେ ପୋଲିସ ମ୍ୟାଡମ ମହିଳାଙ୍କ ମୁହଁକୁ ପାଣି ଛାଟି ଉଠାଇବାକୁ ଚେଷ୍ଟା କଲେ |

ମହିଳା ଜଣକ ଉଠି ନଥିଲେ ଶେଷରେ ପୋଲିସ ଆମ୍ବୁ ଲାନ୍ସ ଯୋଗେ ମହିଳାଙ୍କୁ ମେଡିକାଲ ନେଇଥିବା ବେଳେ ତାଙ୍କୁ ଚିକିତ୍ସା କରା ଯାଇଥିଲା ଆଉ ଛୋଟ ଛୋଟ ପିଲା ଦୁହେଁଙ୍କୁ ଖାଇବାକୁ ଦିଆ ଯାଇଥିଲା ଏପଟେ ମହିଳାଙ୍କ ହୋସ ନଥିବା ବେଳେ ତାଙ୍କର ଦୁଇ ପିଲା ବହୁତ ଯତ୍ନ ନେଇଥିଲେ |

Leave a Reply

Your email address will not be published. Required fields are marked *