ବଡ଼ ବର୍ଷା ପାଇଁ ଚେତାବନୀ ଦେଲା ପାଣିପାଗ ବିଭାଗ ,ଶୀତ ସାଙ୍ଗକୁ ଜାରି ରହିବ ବର୍ଷାର ପ୍ରକୋପ ,ସତର୍କ ସୂଚନା ଜାରି କଲା SRC

ନମସ୍କାର ଦର୍ଶକବନ୍ଧୁ ଓଡ଼ିଶାରେ ପୁଣି ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ଆଶଙ୍କା ପ୍ରକାଶ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆରମ୍ଭ ହେବ ପୁଣି ବର୍ଷା ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା |ରାଜ୍ୟରେ କମୁଚି ରାତିର ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି ରାତିରେ ଖସୁଛି ପାରଦ ବଢୁଛି ଶୀତ ତେବେ ସକାଳୁ ସକାଳୁ ଘରୁ ବାହାରିବା ହୋଇ ପଡିଛି ମୁସ୍କିଲ |

ରାଜ୍ୟରେ 10 ଡିଗ୍ରୀ ତଳକୁ 10 ସହର ରହିଛି ଓ 8 ଡିଗ୍ରୀରେ ଉଦୟଗିରିର ସବୁଠୁ ଥଣ୍ଡା ସହର |ତେବେ ଟୁଇନ ସିଟିରେ 13 ଡିଗ୍ରୀ ଖସିଲା ପାରଦ ରାଜ୍ୟରେ ଶୀତର ଲହରୀ ପାଇଁ ସତର୍କତା ସୂଚନା ଜାରି କରାଯାଇଛି |ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଚେତନତା କରାଇଛନ୍ତି |

ତେବେ ବୟସ୍କ ଏବଂ ଛୋଟ ପିଲାଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ଜରୁରୀ କାମରେ ବାହାରିବାକୁ ଗଲେ ଶୀତ ବସ୍ତ୍ର ପରିଧାନ କରନ୍ତୁ ଶୀତ ଲହରୀ ସମୟରେ ଯଥା ଶୀଘ୍ର ସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି |ତେବେ ବଢୁଥିବା ଶୀତର ପରିମାଣକୁ ଦେଖି ଏହିଭଳି ପଦକ୍ଷେପ ନିଆଯାଇଛି |

ଏହା ସହ ଶୀତର ପରିମାଣ ଆହୁରି ବୃଦ୍ଧି ପାଇବ ଆକଳନ କରାଯାଇଛି |ଏପଟେ ଅନ୍ୟ କିଛି ପାଣିପାଗ ଆକଳନ କରୁଛନ୍ତି କି ଆସନ୍ତା ସମୟରେ ଆଉ ଏକ ଲଘୁଚାପର ସମ୍ଭାବନା ଯାହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି

Leave a Reply

Your email address will not be published. Required fields are marked *