ହାଡ଼ ଭଙ୍ଗା ଜାଡ଼ ସାଙ୍ଗକୁ ମାଡ଼ି ଆସୁଛି ଲଘୁଚାପ ,ଏହି ସବୁ ଜିଲ୍ଲାକୁ ହାଇ ଆଲର୍ଟ ଜାରିକଲା ପାଣିପାଗ ବିଭାଗ ,ପୁଣି ବର୍ଷାରେ ଭିଜିବ ଓଡ଼ିଶା

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର କଲବଲ କରୁଛି ଶୀତ ଆଜି ରାତିରୁ ଓଡ଼ିଶାର ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ଏନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ତେବେ ଚାଲନ୍ତୁ ଜାଣିବା ଓଡିଶା ଉପରେ କଣ ରହିଛି ପ୍ରଭାବ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ଏସମ୍ପର୍କରେ ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା |

ରାଜ୍ୟରେ ଜାରି ରହିଛି ଶୀତର ପ୍ରଭାବ କାହିଁକିନା ପ୍ରବଳ ଶୀତ ଥରୁଛି ସାରା ଓଡିଶା ସେହିପରି ପାଣିପାଗ ବିଭାଗର ସୂଚନା ଅନୁସାରେ 6.5 ଡିଗ୍ରୀ ସହିତ ଉଦୟଗିରି ସବୁଠାରୁ ଥଣ୍ଡା ସହର ରହିଛି ସେହିପରି ଦଶ ଡିଗ୍ରୀ ତଳେ ରହିଛି ଦଶଟି ସହରର ତାପମାତ୍ରା କାହିଁକିନା କିରେଇରେ 7 ଡିଗ୍ରି,|

ଫୁଲବାଣୀରେ 8.5 ଡିଗ୍ରୀ ,କୋରାପୁଟ 8.7 ଡିଗ୍ରୀ କେଉଁଝର 8.8 ଡିଗ୍ରୀ ,ଝାରସୁଗୁଡ଼ାରେ 9.9 ଡିଗ୍ରୀ ଦାରିଙ୍ଗବାଡ଼ିରେ 9.5 ଡିଗ୍ରୀ ଅନୁଗୁଳ ଏବଂ ରାଉରକେଲାରେ 9.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ସେହିପରି ଅନ୍ୟପଟେ କଟକରେ 13.5 ଡିଗ୍ରୀ ଭୁବନେଶ୍ୱରରେ ରାତ୍ରିର ତାପମାତ୍ରା 13.8 ଡିଗ୍ରୀ ରେକର୍ଡ କରାଯାଇଛି |

ସେହିପରି କନ୍ଧମାଳ ଜିଲ୍ଲାରେ ଶୀତ ଅଧିକ ଅନୁଭୂତ ହେଉଛି କାହିଁକିନା ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି |ସେହିପରି ପ୍ରବଳ ଶୀତ ସାଙ୍ଗକୁ ଧନ ଜୀବନ ନଷ୍ଟ ହେଲାଣି ଏପଟେ ମାଡି ଆସୁଛି ଆଉ ଏକ ଲଘୁଚାପ ଯାହା ନିକଟତର ହେଲେ ଜଣା ପଡ଼ିବ ଶୀତର ପ୍ରଭାବ କେମିତି ହେବ |

Leave a Reply

Your email address will not be published. Required fields are marked *