Ajira anuchinta:ଧନ ବୃଦ୍ଧି କରିବାର ସହଜ ଉପାୟ ,ମହିଳା ଏବଂ ପୁରୁଷ ଉଭୟେ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ବଡ ଓ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ |

ବନ୍ଧୁଗଣ ବିବାହ ହେଉଛି ୮ ପ୍ରକାର ଯଥା ବ୍ରହ୍ମ, ବୈଧ୍ୟ, ଆଶ୍ର, ପ୍ରଜପତ୍ୟ, ଆସୁର, ଗାନ୍ଧର୍ବ୍ୟ, ରାକ୍ଷସ ଓ ପୈଶାଚ ବ୍ରହ୍ମ, ବୈଧ୍ୟ, ଆଶ୍ର, ପ୍ରଜପତ୍ୟ ଏହି ଚାରି ପ୍ରକାର ଶାସ୍ତ୍ର ସମ୍ମତ ହୋଇଥାଏ | ଦର୍ଶକ ବନ୍ଧୁ ବର ଠାରୁ ଧନ ନେଇ ତାକୁ ଯଦି କନ୍ୟା ବିବାହ କରେ ତେବେ ଏହାକୁ ଆସୁର ବିବାହ କୁହାଯାଏ ଦର୍ଶକ ବନ୍ଧୁ ଯଦି ନିଜ ଇଚ୍ଛାରେ ବର ଓ କନ୍ୟା ଦୁହେଁ ବିବାହ କରନ୍ତି ତେବେ ତାକୁ ଗାନ୍ଧର୍ବ୍ୟ ବିବାହ କୁହାଯାଇଥାଏ | କନ୍ୟାର ପିତା ଠାରୁ କନ୍ୟାକୁ ଛଡ଼ାଇ ଆଣି ବିବାହ କଲେ ତାକୁ ରାକ୍ଷସ ବିବାହ ବୋଲି କୁହାଯାଇଥାଏ କପଟ କରି କନ୍ୟାକୁ ଭୁଲାଇ ବିବାହ କଲେ ତାକୁ ପୈଶାଚ ବିବାହ କୁହାଯାଏ ବରକୁ ନିମନ୍ତ୍ରଣ କରିଆଣି ଯଥା ଶକ୍ତି କନ୍ୟାକୁ ଅଳଙ୍କୃତ କରି ବିବାହ କଲେ ତାଙ୍କଠାରୁ ଉତ୍ତମ ପୁତ୍ର ଉଭୟ କୁଳର ୨୧ ପୁରୁଷ ଉଦ୍ଧାର କରିଥାଏ |

ଦର୍ଶକ ବନ୍ଧୁ ବାତୁଳ, ପତ୍ତିତ, କୁଷ୍ଠ ରୋଗି, ନପୂଷକ, ନିଜ ଗୋତ୍ରରେ ଜାତ, ଅନ୍ଧ, ବଧିର ଓ ଅପରିଷ୍କାର ରୋଗୀକୁ କନ୍ୟା ଦେବା ଅନୁଚିତ୍ ହୋଇଥାଏ | ଦର୍ଶକ ବନ୍ଧୁ ମନେରଖନ୍ତୁ ବରର କୂଳ, ସ୍ଵଭାବ, ବୟସ, ରୂପ, ବିଦ୍ୟା, ଧନ, ସହାୟତା ଗୁଣ ପରୀକ୍ଷା କରି ହିଁ କନ୍ୟାଦାନ କରନ୍ତୁ ଏହା ଶାସ୍ତ୍ର ସମ୍ମତ ଉଚିତ୍ ହୋଇଥାଏ | ଦର୍ଶକ ବନ୍ଧୁ ଯେଉଁ ପୁରୁଷର ସ୍କନ୍ଦ ଓ ଗ୍ରିବା ସୁଦୃଢ ହୋଇଥିବ ଶୁକ୍ର ଗାଢ଼ ହୋଇଥିବ, ମୂତ୍ର ଶବ୍ଦ ଓ ଫେଣ ଯୁକ୍ତ ହୋଇଥିବ ତାକୁ ଉତ୍ତମ ଲକ୍ଷଣ ଯୁକ୍ତ ପୁରୁଷ କୁହାଯାଇଥାଏ | ବର ମାତାର ନାମ ସହିତ ଯଦି କନ୍ୟାର ନାମ ସମାନ ହୁଏ ତେବେ ବିବାହ ହେବା ଅନୁଚିତ୍ ହୋଇଥାଏ ଦର୍ଶକ ବନ୍ଧୁ ଯେଉଁ କନ୍ୟା ଲଜ୍ୟାହିନ, ସ୍ଵଭାବ ଉଗ୍ର, ଦାନ୍ତ ଅସୁନ୍ଦର, ଆଖି ପିଙ୍ଗଳ ବର୍ଣ୍ଣ, ସର୍ବାଙ୍ଗ ଲୋମ ଯୁକ୍ତ ଓ କଟି ସ୍ଥୂଳ ଏହିପରି କନ୍ୟାକୁ କେବେବି ବିବାହ କରନ୍ତୁ ନାହିଁ ଯେଉଁ କନ୍ୟା ଶ୍ୟାମ ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମ ଯୁକ୍ତ, ଭ୍ରୁଲତା ସୁନ୍ଦର, ଚରିତ୍ର ଉତ୍କୃଷ୍ଟ, ଶାନ୍ତ ସୁନ୍ଦର ଏମାନେ ବିବାହ ଯୋଗ୍ୟ ଅଟନ୍ତି |

ଦର୍ଶକ ବନ୍ଧୁ ମନେରଖନ୍ତୁ ବଡ଼ ଭାଇ ବିବାହ ନ ହୋଇଥିଲେ ସାନ ଭାଇ କେବେବି ବିବାହ କରନ୍ତୁ ନାହିଁ ନଚେତ୍ ଏହା ସେମାନଙ୍କୁ ପତିତ କରାଇଥାଏ | ଯଦି ବଡ଼ ଭାଇ ବିଦେଶରେ ରହିଥାନ୍ତି, ଅତି ରୋଗୀ ହୋଇଥାନ୍ତି, ଶାରିରୀକ ଅକ୍ଷମ କିମ୍ବା ଚୋର ହୋଇଥାନ୍ତି ତେବେ ସାନ ଭାଇ ବିବାହ କରି ପାରିବେ ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶସ୍ତ୍ରରେ ନିଷେଧ ଅଟେ | ଏକା ବର୍ଷରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ୍ ହୋଇଥାଏ | ମାମୁଁର ଝିଅ ମାତୃ କୂଳରେ ଜାତ ହୋଇଥିବା କନ୍ୟା ଓ ସମାନ ପର୍ବରେ ଜନ୍ମ ହୋଇଥିବା କନ୍ୟା ସହିତ ବିବାହ ନିଷେଧ ଅଟେ ଭିନ୍ନ ଭିନ୍ନ ମାତା ଠାରୁ ଜାତ ହୋଇଥିବା ସନ୍ତାନ ଏକ ଦିନରେ ଏକା ମଣ୍ଡପରେ ବିବାହ କରି ପାରିବେ | ଦର୍ଶକ ବନ୍ଧୁ ଯାଆଁଳା ଦୁଇ ଭାଇ କିମ୍ବା ଦୁଇ ଭଉଣୀ ଏକା ବର୍ଷ କିମ୍ବା ଏକା ଦିନରେ ବିବାହ କରି ପାରିବେ ବିବାହ କରୁଥିବା ସମୟରେ ଔଷଚ୍ୟ ଘଟିଲେ କର୍ମ ବନ୍ଦ୍ କରିବା ଉଚିତ୍ ହୋଇ ନଥାଏ | ଦର୍ଶକ ବନ୍ଧୁ ବିବାହ ଅତମ୍ଭରୁ ଯଦି ଔଷଚ ଘଟେ ତେବେ କର୍ମ ବନ୍ଦ୍ ହେବା ଉଚିତ୍ ଦର୍ଶକ ବନ୍ଧୁ ମନେରଖନ୍ତୁ ଯଦି ବିବାହ ସମୟରେ କନ୍ୟା ଋତୁମତି ହୁଏ ତେବେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ୍ ଅଟେ | ବିବାହ ସମୟରେ ଯଦି ବର କିମ୍ବା କନ୍ୟାର ମାତା ରଜ୍ଵସାଳା ହୋଇଥାନ୍ତି ତେବେ ସେହି ସମୟରେ ବିବାହ କର୍ମ ହୁଏନାହିଁ ଶୁଦ୍ଧି ହେବା ପରେ ହିଁ ବିବାହ କର୍ମ ହୋଇଥାଏ |

ଦର୍ଶକ ବନ୍ଧୁ କନ୍ୟାଦାନ, ଦୀପଦାନ, ଅନ୍ନଦାନ, ଆଶ୍ରୟଦାନ ରାତ୍ର କାଳରେ କରାଗଲେ ଅଶୁଭ ହୋଇ ନଥାଏ ଜ୍ୟେଷ୍ଠ ମାସରେ ଜ୍ୟେଷ୍ଠ ପୁତ୍ର କିମ୍ବା ଜ୍ୟେଷ୍ଠ କନ୍ୟାର ବିବାହ ଶାସ୍ତ୍ର ସମ୍ମତ ନିଷେଧ ଅଟେ ମାଘ, ଫାଲଗୁନ, ବୈଶାଖ, ମାର୍ଗଶିର, ଜ୍ୟେଷ୍ଠ ଓ ଆଷାଢ଼ ମାସରେ ବିବାହ କଲେ କନ୍ୟା ସୌଭାଗ୍ୟବତୀ ଓ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ | ଚୈତ୍ର, ଭାଦ୍ରବ, ଶ୍ରାବଣ, ଆଶ୍ୱିନ, କାର୍ତ୍ତିକ, ପୌଷ ମାସରେ ବିବାହ କଲେ ଅନ୍ୟ ଅତି ଶୀଘ୍ର ବିଧବା ହୋଇଥାଏ | ଦର୍ଶକ ବନ୍ଧୁ ଜନ୍ମ ମାସ, ଜନ୍ମ ଦିବସ ଓ ଜନ୍ମ ନକ୍ଷତ୍ରରେ ବର ଓ କନ୍ୟାର ବିବାହ ନିଷେଧ ଅଟେ ଜନ୍ମ ବୃହସ୍ପତିରେ ବିବାହ କଲେ କନ୍ୟାର ସନ୍ତାନ ହାନୀ ହୋଇଥାଏ ଜନ୍ମ ଏକାଦଶୀରେ ବିବାହ କଲେ କନ୍ୟା ବୋହୁତ ଧନବତି ହୋଇଥାଏ | ଅମାବାସ୍ୟା, ପୌଷ ଓ ଚୈତ୍ର ମାସରେ ବର୍ଷା ଓ ଶରତ ଋତୁରେ ମାସାନ୍ତରେ ବୃହସ୍ପତି ସିଂହ ରାଶିରେ ଥିବା ସମୟରେ ବିବାହ ନିଷେଧ ଅଟେ |

ଚନ୍ଦ୍ର କନ୍ୟାର ଅଷ୍ଟମ, ଚତୁର୍ଥ, ପଞ୍ଚମ, ନବମ, ଦ୍ୱିତୀୟ ଓ ଦ୍ଵାଦଶ ରାଶିରେ ଥିବା ସମୟରେ ବିବାହ କଲେ କନ୍ୟା ବିଧବା ହୁଏ ଓ ଦୁଃଖ ଓ ରୋଗଗ୍ରସ୍ତ ହୋଇଥାଏ | ଗୁରୁ, ଶୁକ୍ର, ବୁଧ ଓ ସୋମବାର ଦିନ ବିବାହ କଲେ କନ୍ୟା ଭାଗ୍ୟବତୀ ହୋଇଥାଏ ମେଷ ସହିତ କନ୍ୟା, ତୁଳା ସହିତ ମିନ, ମିଥୁନ ସହିତ ବୃଷ, ମକର ସହିତ ସିଂହ, କୁମ୍ଭ ସହିତ କର୍କଟ, ବୃଷ ସହିତ ଧନୁ ବିବାହ କଲେ ମୃ-ତ୍ୟୁ ଯୋଗ ହୁଏ | ସିଂହ ସହିତ ମୀନ, ତୁଳା ସହିତ ବୃଷ, କୁମ୍ଭ ସହିତ କନ୍ୟା, ମିଥୁନ ସହିତ ମକର, ମେଷ ସହିତ ବୃଷ ରାଶି ବିବାହ କଲେ ଶୁଭ ଫଳ ମିଳିଥାଏ | ଧନୁ ସହିତ ବୁଷ, କୁମ୍ଭ ସହିତ ମକର, ମେଷ ସହିତ ମୀନ, ସିଂହ ସହିତ କର୍କଟ, ମିଥନ ସହିତ ବୃଷ ଓ ତୁଳା ସହିତ କନ୍ୟା ରାଶି ବିବାହ କଲେ ଧନ ବୃଦ୍ଧି ହୋଇଥାଏ |

ବର ଓ କନ୍ୟା ଏକ ରାଶି ହେଲେ, ସମସପକ୍ତ ହେଲେ, ଚତୁର୍ଥ ଓ ଦଶମ ହେଲେ ତୃତୀୟ ଓ ଏକାଦଶ ରାଶି ହେଲେ ଏହାକୁ ରାଜଯୋଟକ ବୋଲି କୁହାଯାଇଥାଏ ରାଜଯୋଟକରେ ବିବାହ କଲେ ବୋହୁତ ଶୁଭ ହୋଇଥାଏ | ଏକ ରାଶି ଥିବ କିନ୍ତୁ ନକ୍ଷତ୍ର ଭିନ୍ନ ଥିବ ତେବେ ଏହାକୁ ରାଜଯୋଟକ ବୋଲି କୁହାଯାଇଥାଏ ଏହିସବୁ ବିବାହ ତଥ୍ୟ ବିହାରୀ କର୍ମକାଣ୍ଡ ପୁସ୍ତକରେ ବର୍ଣ୍ଣନା କରାଯାଇଅଛି | ତେବେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର କିଛି ବଡ ଓ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଯଦି ଆପଣ ଏହାକୁ ପାଳନ କରନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେବ |

Leave a Reply

Your email address will not be published. Required fields are marked *