ଆସୁଛି ବଡ଼ ବର୍ଷା ଚାଷୀଙ୍କୁ ଚେତାବନୀ ଜାରିକଲା ପାଣିପାଗ ବିଭାଗ ,ଦୁଇଦିନ ପ୍ରବଳ ବର୍ଷିବ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା SRC

ନମସ୍କାର ଦର୍ଶକବନ୍ଧୁ ଚାଷୀ ଭାଇ ମାନଙ୍କୁ ଚେତାବନୀ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ଏପଟେ ଗତ 24 ଘଣ୍ଟା ମଧ୍ୟରେ 7 ଟି ସ୍ଥାନରେ ପାରଦ 10 ଡିଗ୍ରୀ ତଳକୁ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି ଏହା ମଧ୍ୟରେ ଓଡିଶା ଉପରକୁ ଆସୁଛି ଆଉ ଏକ ଲଘୁଚାପ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ଥଣ୍ଡାର ପରିମାଣ ବଢିଛି

ତେବେ ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ,କୋରାପୁଟ ,କନ୍ଧମାଳ ,ବଲାଙ୍ଗୀରି ,ସୁନ୍ଦରଗଡ଼ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି |

ଅନ୍ୟପକ୍ଷେ ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା 13 ଡିଗ୍ରୀ ଛୁଇଁଛି |ତେବେ ଭୁବନେଶ୍ୱର ସର୍ବନିମ୍ନ ରାତ୍ରିର ତାପମାତ୍ରା 13.2 ଡିଗ୍ରୀ ଏବଂ କଟକରେ 13.5 ଡିଗ୍ରୀ ସେଲସିୟସ ଥିବା ନେଇ ରେକର୍ଡ କରାଯାଇଛି |ଏପଟେ ଅନେକ ପାଣିପାଗ ମଡେଲ ଏହା ମଧ୍ୟ ଆକଳନ କରୁଛନ୍ତି ଆସନ୍ତା ସପ୍ତାହରେ ଆଉ ଏକ ଲଘୁଚାପର ଆକଳନ କରାଯାଉଛି |

ତେବେ ଏହି ଲଘୁଚାପ କେଉଁଠି ପ୍ରଭାବ ପକାଇବ ଏହା ଛଡ଼ା କେଉଁ ଜିଲ୍ଲାରେ ହେବ ବଡ଼ ବର୍ଷା ତାହା ଆଗାମୀ ଦିନ ମାନଙ୍କରେ ଜଣା ପଡ଼ିବ |ଅର୍ଥାତ ଆସୁଥିବା ଲଘୁଚାପ ଯେତେ ନିକଟତର ହେବ ଯେତେ ଚିତ୍ର ସ୍ପଷ୍ଟ ହେବ ଆପଣମାନେ ମଧ୍ୟ ସମ୍ପୂର୍ଣ୍ଣ ଅପଡେଟ ପାଇପାରିବେ

Leave a Reply

Your email address will not be published. Required fields are marked *