ଆଜିର ରାଶିଫଳ ଡିସେମ୍ବର 18 ସୋମବାର 2023,କେମିତି କଟିବ ଆଜିର ଦିନ

ମେଷ ରାଶି -ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗିପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ ।

ବୃଷ ରାଶି -କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ ସୁଖ, ସୌଭାଗ୍ୟ ପ୍ରାପ୍ତି ହେତୁ ଖୁସି ରହିବେ । ଆପଣ ଯାହା ପାଇଁ ବହୁତ କଷ୍ଟ ସ୍ବୀକାର କରି ସାହାଯ୍ୟ କରିଥିଲେ, ସେହି ବ୍ୟକ୍ତି ହିଁ ଶତ୍ରୁତା କରିବ ।

ମିଥୁନ ରାଶି -ରବି ଓ ବୁଧ ରାଶିକୁ ଦେଖୁଥିବାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଉପଭୋଗ୍ୟ ହେବ । ସହକର୍ମୀ ସମସ୍ୟା ସୃଷ୍ଟି କରିବାକୁ ଚେଷ୍ଟାକରି ଅପଦସ୍ଥ ହେବେ ।

କର୍କଟ ରାଶି -ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ସ୍ବାସ୍ଥ୍ୟ ଭଲ ରହିବା ସହ ବ୍ୟବସାୟ ମଧ୍ୟ ଭଲ ରହିବ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହେବ ।

ସିଂହ ରାଶି -ସ୍ବଗୃହୀ ମଙ୍ଗଳ ଯୋଗୁ ଆଜି ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ ଏବଂ ଆଶା ଅପୂରଣ ରହିବ ନାହିଁ । ପ୍ରିୟ ବନ୍ଧୁଙ୍କ ସାକ୍ଷାତ୍‌ରୁ କିଛି ପରିମାଣରେ ଉପକୃତ ହୋଇ ପାରନ୍ତି ।

କନ୍ୟା ରାଶି -କେତୁ ରାଶିରେ ଥିବାରୁ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ । କୌଣସି ଗୃହୋପକରଣ କିଣିବା ସକାଶେ ଯୋଜନା କରି ଶେଷ ସମୟରେ ନିରାଶ ହେବାକୁ ପଡ଼ିପାରେ ।

ତୁଳା ରାଶି -ବନ୍ଧୁଙ୍କ ପାଇଁ ଯେତେ ଭଲ କାମ କଲେ ହେଁ ସେ ଅନ୍ୟର କାନକୁହା କଥା ଶୁଣି ଭଲ ପାଇବେ ନାହିଁ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ ।

ବିଛା ରାଶି -ସ୍ବଗୃହୀ ମଙ୍ଗଳ ଯୋଗୁ ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି । ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ ।

ଧନୁ ରାଶି -ଦେବଗୁରୁଙ୍କ ଦିବ୍ୟଦୃଷ୍ଟିରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ଆଗାମୀ ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତବୋଧ କରିପାରନ୍ତି ।

ମକର ରାଶି -ଚନ୍ଦ୍ର ପ୍ରଭାବରୁ ସାହାଯ୍ୟ ସହଯୋଗ ପାଇ କାମ ଆଗକୁ ବଢ଼ାଇବାରେ ସମର୍ଥ ହେବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ଚର୍ଚ୍ଚା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।

କୁମ୍ଭ ରାଶି -ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିବେ। ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। । କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।

ମୀନ ରାଶି -ପରିସ୍ଥିତିର ଗୁରୁତ୍ୱକୁ ଦେଖି ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ । ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇପାରନ୍ତି ।

Leave a Reply

Your email address will not be published. Required fields are marked *