ଠାକୁର ପୂଜା କଲା ବେଳେ ଫୁଲ କେଉଁ ଫୁଲ ପୂଜା କରିବା ଉଚିତ ନୁହେଁ ,ହୋଇପାରେ ମହା ଅନର୍ଥ ,ଭୟଙ୍କର କଥା ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା କେଉଁ ଫୁଲ ଠାକୁର ପୂଜା କରିବା ସମୟରେ ଉପଯୁକ୍ତ ନୁହେଁ ତେବେ ଚାଲନ୍ତୁ ଜାଣିବା |ପୋକ ଖାଇଥିବା କଟା ଫଟା ,କଢ଼ ଉତ୍କଣ୍ଠ କଣ୍ଠ ଯୁକ୍ତ ପୁଷ୍ପ ଅନ୍ୟ ଦେବତାଙ୍କ ତଥା ପାଦ ସ୍ପର୍ଶରେ ଆସିଥିବା ଫୁଲ ଭୂମି ଉପରେ ପଡ଼ିଥିବା ଫୁଲ ଚୋରେଇ ଆଣିଥିବା ପୁଷ୍ପ ଦେବୀ ଦେବତାଙ୍କ ଉପରେ ଚଢ଼ାଇବା ଉଚିତ ନୁହେଁ |

କମଳା ଫୁଲ 11 ଦିନ ଯାଇ ବାସି ହୁଏ ନାହିଁ କୁମୁଦ ଫୁଲ ପାଞ୍ଚ ଦିନ ଯାଏ ବାସି ହୁଏ ନାହିଁ |ତୁଳସୀ ପତ୍ର ,ବେଲ ପତ୍ର ଅଗସ୍ତ୍ୟ ପତ୍ର ଏହି ସବୁ ଫୁଲ କେବେ ବାସି ହୁଏ ନାହିଁ |ବେଲପତ୍ର ଅଁଳା ଏବଂ ତୁଳସୀର ଛିଣ୍ଡା ପତ୍ର ମଧ୍ୟ ଚଢାଇ ପାରିବେ ଶାସ୍ତ୍ରରେ ନିୟମ ଅନୁସାରେ ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ନିଷେଧ ଅଟେ |

ଭଗବାନ ଶଙ୍କରଙ୍କୁ କୁନ କଦଳୀ ,ବିଷ୍ନୁ ଙ୍କୁ ଦୂରୁଦୁରା ,ଦେବୀଙ୍କୁ ଅରଖ ମନ୍ଦାର ଏବଂ ସୂର୍ଯ୍ୟଙ୍କୁ ଟଗର ଅର୍ପଣ କରାଯାଏ ନାହିଁ ମାତ୍ର ତାନ୍ତ୍ରିକ ପଦ୍ଧତିରେ ଚଢାଇ ପାରିବେ କୌଣସି ପତ୍ର କିମ୍ବା ପୁଷ୍ପ କୌଣସି ଦେବତାଙ୍କୁ ଓଲଟା କରି ଚଢ଼ାଇବା ଅନୁଚିତ |

ଶ୍ରୀକୃଷ୍ଣଙ୍କ ପାଇଁ ଗୋମୂତ କନିଆରୀ ଫୁଲ ,ମଲ୍ଲି ,ଚମ୍ପା ,ପଳାସ ପତ୍ର ,ପଳାସ ପୁଷ୍ପ ,ଦୁବ ଭ୍ରାଂଗର ଏବଂ ବନ ମାଲ ଆଦି ପରମ ପ୍ରିୟ ଅଟେ କମଳ ପୁଷ୍ପ ଲକ୍ଷ୍ମୀଙ୍କ ନିବେଶ ଥିବା ହେତୁ ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ପ୍ରିୟ ଏବଂକମଳା ଠାରୁ ତୁଳସୀ ହଜାର ଗୁଣ ପ୍ରିୟ ଅଟେ

Leave a Reply

Your email address will not be published. Required fields are marked *