LIC ନେଇ ଆସିଲା ଦମଦାର ସ୍କିମ ,ଏହିପରି ନିବେଶ କଲେ ଆପଣ ପାଇପାରିବେ ଲକ୍ଷ ଲକ୍ଷ ଟଙ୍କା ,ଜାଣନ୍ତୁ କିପରି ଉଠାଇବେ ବେନିଫିଟ

ନମସ୍କାର ଦର୍ଶକବନ୍ଧୁ LIC ନେଇ ଆସିଛି ତାର ଗ୍ରାହକ ମାନଙ୍କ ପାଇଁ ବହୁତ ସୁନ୍ଦର ପ୍ଲାନ ଏଥିରେ ଆପଣ ନିବେଶ କରି ଏକ ବର୍ଷରେ ପାଇପାରିବେ ଏକ ଲକ୍ଷ ଟଙ୍କା କଣ ଆସିଛି ପ୍ଲାନ ଆପଣ ଯଦି LIC ରେ ନୂଆ ପଲିସି କରିବାକୁ ଚାହୁଁଛନ୍ତି ବା LIC ର ଏହି ନୂଆ ପ୍ଲାନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜିର ବିଷୟଟି ଆପଣଙ୍କ ପାଇଁ |ଦେଶର ସବୁଠୁ ବଡ଼ ବୀମା କମ୍ପାନୀ LIC ପକ୍ଷରୁ ଏକ ଆକର୍ଷଣୀୟ ପେନସନ ପ୍ଲାନ LIC ଜୀବନ ଉତ୍ସବ ଲଞ୍ଚ କରାଯାଇଛି |ଏହି ପ୍ଳାନର ବିଶେଷତ୍ୱ ହେଉଛି ସୀମିତ ସମୟ ମଧ୍ୟରେ ପ୍ରିମିୟମ ଭରିବା ପରେ ଆପଣଙ୍କୁ ଗ୍ୟାରେଣ୍ଟେଡ ରିଟର୍ଣ୍ଣ ମିଳିପାରିବ |

ଏଥିରେ LIC ପକ୍ଷରୁ 10 ପ୍ରତିଶତ ଆୟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି LIC ଜୀବନ ଉତ୍ସବର ବିଶେଷତ୍ୱ ହେଉଛି ଏହାର ପ୍ରିମିୟମ ଟର୍ଣ୍ଣ ପାଞ୍ଚରୁ ଷୋହଳ ବର୍ଷ ପର୍ଯ୍ୟନ୍ତ ରହିବ |ଅର୍ଥାତ ଆପଣଙ୍କୁ ସୀମିତ ସମୟ ମଧ୍ୟରେ LIC ପ୍ରିମିୟମ ଭରିବାକୁ ହେବ ପ୍ରିମିୟମ ପେ ଟର୍ଣ୍ଣ ଆଧାରରେ କିଛି ବର୍ଷ ପରେ ଆପଣଙ୍କୁ ପଲିସିର ଫାଇଦା ମିଳିବା ଆରମ୍ଭ ହୋଇଯିବ |

ଏହି ପଲିସିରେ ଡେଟ ବେନିଫିଟ ମଧ୍ୟ ଦିଆଯିବ ଯଦି ପଲିସି ଅବଧି ସମୟରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତେବେ ଆପଣଙ୍କୁ ବାର୍ଷିକ ପ୍ରିମିୟମରୁ ସାତ ଗୁଣା ଅଧିକ ମିଳିବ ଏହି ବେନିଫିଟ କେବେବି ମୋଟ ଜମା ହୋଇଥିବା ପ୍ରିମିୟମର ଶହେ ପାଞ୍ଚ ପ୍ରତିଶତରୁ କମ ନୁହେଁ |ସେହିପରି ପଲିସି ଅବଧି ପୂରଣ ହେବା ପରେ ବ୍ୟକ୍ତି ଜୀବିତ ରହିଲେ ରେଗୁଲାର ଫ୍ଲେକ୍ସି ଆଧାରରେ ପ୍ରତି ବର୍ଷ ବୀମା ରାଶିରେ ଦଶ ପ୍ରତିଶତ ଇନକମ ଵନିଫିଟ ପ୍ରଦାନ କରାଯିବ |

LIC ଜୀବନ ଉତ୍ସବରେ ବୀମା ରାଶି ଅତିକମରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ |ଯଦି ଆପଣଙ୍କ ବୟସ 25 ବର୍ଷ ଆପଣ ଯଦି LIC ଜୀବନ ଉତ୍ସବ ଯୋଜନାରେ ଦଶ ଲକ୍ଷ ବୀମା ରାଶି ବାର ବର୍ଷ ପ୍ରିମିୟମ ପେ ଟର୍ମ କରୁଛନ୍ତି ଏଥିରେ ଆପଣଙ୍କୁ ଛତିଶ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଭରିବାକୁ ହେବ |

ପଲିସି ପ୍ରଥମ ବର୍ଷ 92,535 ଟଙ୍କା ଦ୍ୱିତୀୟ ବର୍ଷ ବାରବର୍ଷ ପର୍ଯ୍ୟନ୍ତ 90,542 ଟଙ୍କା ପ୍ରତି ବର୍ଷ ପ୍ରିମିୟମ ଭରିବାକୁ ପଡ଼ିବ ପ୍ରିମିୟମ ଟର୍ମ ପୁରା ହେବା ପରେ ଆପଣଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ ଏହା ପରେ ଆପଣଙ୍କୁ 39 ତମ ବର୍ଷରୁ 100 ବର୍ଷ ପର୍ଯ୍ୟନ୍ତ LIC ପକ୍ଷରୁ ଏକ ଲକ୍ଷ ଟଙ୍କାର ଆୟ ପ୍ରଦାନ କରାଯିବ |

Leave a Reply

Your email address will not be published. Required fields are marked *