ଶ୍ରୀରାମ ପଣ୍ଡାଙ୍କ ଜୀବନୀ ଓ ପରିବାର ବିଷୟରେ ଏମିତି କିଛି କଥା ଯାହା ଆପଣମାନେ ଆଗରୁ କେବେବି ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ଲବେ ଦଶକର ଓଲିଉଡ଼ ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ବହୁତ ସାରା ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ଶ୍ରୀରାମ ପଣ୍ଡା ବର୍ତ୍ତମାନ ସେ କାହିଁକି ସିନେମା ଜଗତ ଠାରୁ ଦୂରେଇ ଯାଇଛନ୍ତି ଏବଂ କଣ କରୁଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ଶ୍ରୀରାମ ପଣ୍ଡାଙ୍କୁ ଆପଣମାନେ ବହୁତ ସାରା ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ ତାଙ୍କ ଅଭିନୟ ମଧ୍ୟ ଆପଣମାନ ନିଶ୍ଚିତ ଭାବରେ ଦେଖିଥିବେ |ଶ୍ରୀରାମ ପଣ୍ଡାଙ୍କ ଜନ୍ମ ସ୍ଥାନ ହେଉଛି ଗଞ୍ଜାମ ଜିଲ୍ଲାର ନବରଙ୍ଗ ପୁର ଠାରେ ବର୍ତ୍ତମାନ ତାଙ୍କ ବୟସ ହେଉଛି 66 ବର୍ଷ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ତ୍ରିପୁରା ମିଶ୍ର |

ସେ ଥିଲେ ଜଣେ କଳାକାର ପ୍ରଯୋଜକ ଏବଂ ଯୋଗ ଶିକ୍ଷକ ମଧ୍ୟ ଥିଲେ |ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମର ନାମ ଥିଲା ଧରିତ୍ରୀ |ତାଙ୍କ ଜୀବନରେ ଆସିଲା ଏକ ବହୁତ ବଡ଼ ପରିବର୍ତ୍ତନ ସେ ଶ୍ରୀରାମ ପଣ୍ଡାରୁ ହୋଇଗଲେ ସ୍ୱାମୀ ନିତ୍ୟା ଚୈତନ୍ୟ |ଶ୍ରୀରାମ ପଣ୍ଡାଙ୍କ ଅଭିନୟ ଗୁଡ଼ିକ ଦର୍ଶକମାନଙ୍କୁ ବେଶ ପସନ୍ଦ ସେ ବହୁତ ସାରା ଆୱାର୍ଡ ମଧ୍ୟ ପାଇଛନ୍ତି |

ସେଥି ମଧ୍ୟରୁ ଜୟଦେବ ଆୱାର୍ଡ ଥିଲା ଅନ୍ୟତମ |ଶ୍ରୀରାମ ପଣ୍ଡା ବହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି ସେ ସମୟରେ ଲୋକମାନଙ୍କୁ ଶ୍ରୀରାମ ପଣ୍ଡାଙ୍କ ଅଭିନୟ ଖୁବ ପସନ୍ଦ ଆସୁଥିଲା |ଆଉ ତାଙ୍କର ଫିଲ୍ମ ଗୁଡ଼ିକ ମଧ୍ୟ ସୁପରହିଟ ହୋଇ ପାରିଥିଲା |

ଶ୍ରୀରାମ ପଣ୍ଡା ଦୀର୍ଘ ଆଠ ବର୍ଷ ହେବ ସଂସାର ଉପରୁ ଲୋଭ ,ମୋହ ମାୟା ସବୁ ଛାଡ଼ି ଦେଇ ସନ୍ନ୍ୟାସ ଧର୍ମ ଗ୍ରହଣ କରିଛନ୍ତି ଗତ କିଛି ବର୍ଷ ହେବ ସେ ସିନେମା ଜଗତ ଠାରୁ ଦୂରେଇ ରହିଛନ୍ତି ଆଉ କୌଣସି ଫିଲ୍ମରେ ମଧ୍ୟ ସେ ନଜର ଆସୁ ନାହଁନ୍ତି

Leave a Reply

Your email address will not be published. Required fields are marked *