Ration କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ,ଶୁଣିଲେ ଖୁସିରେ ନାଚି ଉଠିବେ ଆପଣ ,ଆପଣଙ୍କୁ ମଧ୍ୟ ମିଳିବ ଏପରି ଲାଭ

ନମସ୍କାର ଦର୍ଶକବନ୍ଧୁ ଏବେ କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ନେଇ ଆସିଲେ ରାସନ କାର୍ଡ ଧାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେବେ ଏହି ଖବରଟିକୁ ଶେଷ ଯାଏ ଦେଖନ୍ତୁ |କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଜି ଆହୁରି ପାଞ୍ଚ ବର୍ଷ ବୃଦ୍ଧି କରିସାରିଛନ୍ତି ଏ ବାବଦରେ ରାଜ୍ୟ ସରକାର 1250 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି |

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2024 ଜାନୁଆରୀ 1 ରୁ 2028 ଡିସେମ୍ବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାରଙ୍କର ଏହି ନିଜସ୍ୱ ଯୋଜନାରେ ଦଶ ଲକ୍ଷ ହିତାଧିକାରୀ ମାସକୁ ମୁଣ୍ଡ ପିଛା ପାଞ୍ଚ କିଲୋ ଲେଖାଏଁ ଚାଉଳ ପାଇପାରିବେ |

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟରେ ତିନି ଲକ୍ଷ ଚଉଦ ହଜାର ନଅ ଶହ ତେଇଶି ପରିବାର 9,057 ,055 ଜଣ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ମାସିକ ମାଗଣା ପାଞ୍ଚ କିଲୋ ଚାଉଳ ଯୋଗାଇ ଦେବେ ଏ ବାବଦରେ ବର୍ଷକୁ 250 କୋଟି ଟଙ୍କା ହିସାବରେ ପାଞ୍ଚ ବର୍ଷରେ ବାରଶହ ପଚାଶ କୋଟି ଟଙ୍କା ନିଜ ଫାଣ୍ଡିରୁ ଖର୍ଚ୍ଚ ହେବ ରାଜ୍ୟରେ ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହେବେ |

ସେଥି ପ୍ରତି ଦୃଷ୍ଟି ରଖିବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକଥା ନେଇ ଦୃଢ଼ ନିର୍ଦେଶ ଦେଇଛନ୍ତି |ଯେମିତିକି ଆପଣ କିଛି ଦିନ ପୂର୍ବରୁ ଏଇଟା ବି ଜାଣିଥିବେ କେନ୍ଦ୍ର ସରକାର ମଧ୍ୟ ରାସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଥିଲେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଲୋକମାନଙ୍କୁ ମଧ୍ୟ ସାହାଯ୍ୟ କରିବ |

ଏହାର ଉଦେଶ୍ୟ ହେଉଛି ଦେଶର କୌଣସି ଗରିବ ଯେମିତି ଖାଲି ପେଟରେ ନ ଶୁଅନ୍ତୁ |ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ଦେଶ ବାସୀଙ୍କୁ ସବୁଠାରୁ ବଡ଼ ଭେଟି ଦେଇଥିଲେ ମାଗଣା ରାସନକୁ ନେଇ ବଡ଼ ଘୋଷଣା କରି ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆହୁରି ପାଞ୍ଚ ବର୍ଷ ବଢ଼ାଇ ଦିଆଯିବ |

Leave a Reply

Your email address will not be published. Required fields are marked *