ଏହି ଗଛ ଗୁଡିକୁ ଦେଖିଲା ମାତ୍ରେ ସେଠାରୁ ତୁରନ୍ତ ଦୌଡି ପଳାନ୍ତୁ ଏବଂ ସାହାଯ୍ୟ ମାଗନ୍ତୁ ଅବହେଳା କଲେ ଆପଣଙ୍କ ଜୀବନ ଯାଇପାରେ

ନମସ୍କାର ବନ୍ଧୁଗଣ ପୃଥିବୀରେ ୬୦ ହଜାରରୁ ଅଧିକ ପ୍ରଜାତିର ଲୋକ ଅଛନ୍ତି ଯାହା ମଧ୍ୟରୁ ଅଧିକାଂଶ ପ୍ରଜାତି ମଣିଷ ମାନଙ୍କ ପାଇଁ ବୋହୁତ ଉପଯୋଗୀ ଯାହାର ବ୍ୟବହାର ମଣିଷ ଅନେକ କାମରେ କରି ଆସୁଅଛି କିନ୍ତୁ ସବୁବେଳେ ଯେ ଗଛ ଆମ ପାଇଁ ଉପଯୋଗୀ ହେବେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ କାରଣ ଗଛ ଗୁଡ଼ିକ ମଧ୍ୟରେ ଏମିତି ପ୍ରଜାତି ରହିଛନ୍ତି ଯାହା ମଣିଷ ମାନଙ୍କ ଜୀବନ ନେଇଯାଇ ପାରନ୍ତି ଏହି ଖତରନାକ ଗଛ ଗୁଡ଼ିକ ପାଖରେ ମଧ୍ୟ ଠିଆ ହେବା ଦ୍ବାରା ମଧ୍ୟ ଆପଣଙ୍କର ମୃତ୍ୟୁ ହୋଇପାରେ, ତେବେ ଆଜି ଆସନ୍ତୁ ଆମେ ଦୁନିଆର ଏମିତି ୫ଟି ଖରତନାକ ଗଛ ବିଷୟରେ ଜାଣିବା ଯେଉଁ ଗୁଡ଼ିକୁ ଦେଖିଲା ପରେ ଆପଣ ସେଠାରୁ ତୁରନ୍ତ ଦୌଡ଼ି ପଳାଇବା ଦରକାର ଏବଂ ଲୋକମାନଙ୍କୁ ସାହାଯ୍ୟ ମାଗିବା ଦରକାର |

ଜିମ୍ପି ଷ୍ଟିଙ୍ଗର – ଅଷ୍ଟ୍ରେଲିଆର ଜଙ୍ଗଲରେ ଦେଖା ଯାଉଥିବା ଏହି ଗଛ ଖରତନାକ ଗଛ ଗୁଡ଼ିକ ଭିତରେ ଅନ୍ୟତମ। ସୁନ୍ଦର କେଶ ଭଳି ଦେଖା ଯାଇଥିବା ଏହି ଗଛର କଣ୍ଟା ଗୁଡ଼ିକ ବୋହୁତ ବିଷାକ୍ତ | ଯେଉଁ ଲୋକ ଏହି ବିଷାକ୍ତ ଗଛର ପତ୍ର ଗୁଡ଼ିକୁ ଛୁଇଁଦିଏ ତେବେ ଏହି ଗଛ ନିଜ ପତ୍ରର କଣ୍ଟା ମାଧ୍ୟମରେ ତା ଶରୀରରେ ବିଷ ଛାଡ଼ିଦିଏ | ଧୀରେ ଧୀରେ ସେହି ହାତ ବିନ୍ଧିବା ଆରମ୍ଭ କରେ ଏବଂ ସେଥିରେ ଲାଲ୍ ରଙ୍ଗର ଚିହ୍ନ ହେଇଯାଏ, ଏହି ବିଷର ପ୍ରଭାବରେ ମୁଣ୍ଡ ବିନ୍ଧା ମଧ୍ୟ ଆରମ୍ଭ ହୋଇଯାଏ ଏମିତିକି ୩ ରୁ ୪ ଦିନ ପର୍ଯ୍ୟନ୍ତ ସେ ଭଲ ଭାବରେ ଶୋଇ ପାରେନାହିଁ | ଏହି ଗଛର ବିଷରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ମେଡିସିନ ବାହାରି ପାରିନାହିଁ ଯାହା ଫଳରେ ଏହି ଯନ୍ତ୍ରଣାକୁ ଅଳ୍ପ ବୋହୁତ ଲୋକଟିକୁ ବର୍ଷକ ପର୍ଯ୍ୟନ୍ତ ଭୋଗିବାକୁ ପଡେ। ଏହି ଗଛର ଫଳରେ ବିଷ ନଥିବା କାରଣରୁ କିଛି ଲୋକ ଏହାକୁ ଖାଇଥାଆନ୍ତି |

ସର୍ବେରାଓଡଲଂ – ସର୍ବେରାଓଡଲଂର ଏମିତି ତ ବୋହୁତ ନାମ ରହିଛି କିନ୍ତୁ ଏହାକୁ ମୃ-ତ୍ୟୁର ଗଛ ମଧ୍ୟ କୁହାଯାଏ | ଏହି ଗଛ ଭାରତ ଏବଂ ଏସିଆର ବୋହୁ ଦେଶରେ ଦେଖିବାକୁ ମିଳେ। ଏହି ଗଛରେ ଏକ ବିଶେଷ ପ୍ରକାର ଫଳ ହୁଏ ଯାହା ବୋହୁତ ବିଷାକ୍ତ ଅଟେ ଯଦି କୌଣସି ଲୋକକୁ ଏହି ଫଳର ରସ ଖାଇବାକୁ ଦିଆଯାଏ ତ ତାର ମୁହଁରୁ ପ୍ରଥମେ ଯନ୍ତ୍ରଣା ଆରମ୍ଭ ହେବ ଏବଂ ତାପରେ ବାନ୍ତି ହେବ ଏବଂ ହାର୍ଟବିଟ୍ ପ୍ରବଳ ବେଗରେ ବଢିଯିବ ଏବଂ ଶେଷରେ ଲୋକଟିର ମୃ-ତ୍ୟୁ ହୋଇଯିବ | ଏହି ଫଳର ରସରୁ ବର୍ତ୍ତମାନ ବାୟୋଡ଼ିଜେଲ ତିଆରି କରାଯାଉଛି ଯାହା ଫଳରେ ଲୋକମାନେ ଏହି ଫଳର ଗଛ ଚାଷ ଆରମ୍ଭ କଲେଣି |

ଟ୍ୟାକ୍ସସ୍ ବକାଟା – ୟୁରୋପ, ଆଫ୍ରିକା ଏବଂ ଏସିଆରେ ଦେଖା ଯାଉଥିବା ଏହି ଗଛ U ନାମରେ ମଧ୍ୟ ଜଣାଯାଏ | ଏହି ଗଛ ୨୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ ଏହି ଗଛର ପ୍ରତ୍ୟେକ ପାର୍ଟରେ ଟକ୍ସିନ୍ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି | ଯଦି କୌଣସି ଲୋକର ଶରୀରରେ ଏହି ଗଛର ବିଷ ଛାଡି ଦିଆଯାଏ ତାହେଲେ ମାରିବା ପରେ ମଧ୍ୟ ଏହି ଲୋକକୁ ଜଣା ପଡ଼ିବ ନାହିଁ ଯେ ତାକୁ ବିଷ ଦିଆଯାଇଛି। ବିଷ ଦିଆଯିବାର କିଛି ସମୟ ପରେ ଲୋକଟି ପଡ଼ିଯିବ ଏବଂ ତାର ମୃ-ତ୍ୟୁ ହୋଇଯିବ |

ଷ୍ଟ୍ରିକ୍ନିନ୍ ଟ୍ରୀ – ଏହି ଗଛ ଭାରତରେ ଦେଖିବାକୁ ମିଳେ ମିଡିୟମ୍ ହାଇଟର ଏହି ଗଛରେ ଏମିତି ଫଳ ହୁଏ ଯାହା ବୋହୁତ ବିଷାକ୍ତ ଅଟେ। ଏଥିରେ ଷ୍ଟ୍ରିକ୍ନିନ୍ ଏବଂ ବୃସିନ୍ ନାମରେ ବିଷାକ୍ତ ପଦାର୍ଥ ରହିଛି। ଷ୍ଟ୍ରିକ୍ନିନ୍ ଏମିତି ଏକ କେମିକାଲ ଯାହା ମଣିଷର ନର୍ଭସ ସିଷ୍ଟମ୍ କୁ ଅକାମୀ କରିଦିଏ ଯାହା ଫଳରେ ମୁଣ୍ଡ ବିନ୍ଧା, ନିଶ୍ବାସ ପ୍ରଶ୍ଵାସ ନେବାରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଯାଏ ଏବଂ ପରେ ପରେ ଲୋକଟିର ମୃ-ତ୍ୟୁ ହୋଇଯାଏ |

ପୋସମ୍ ଉଡ୍ଯ – ଦି ଆପଣ ଭାବୁଛନ୍ତି ଯେ ବମ୍ ର ଉଦ୍ଭାବନ ମଣିଷ କରିଛି ତାହେଲେ ଆପଣ ଭୁଲ୍ ଭାବୁଛନ୍ତି ଅସଲରେ ବମ୍ ର ଉଦ୍ଭାବନ ପ୍ରକୃତି କରିଛି | ଉତ୍ତର ଏବଂ ଦକ୍ଷିଣ ଆଫ୍ରିକାରେ ଦେଖା ଯାଉଥିବା ଏହି ଗଛ ବମ୍ ତିଆରି କରିଥାଏ | ଏହି ଗଛର ଫଳ ଯେତେବେଳେ ବଡ଼ ହୋଇ ପାଚିଯାଏ ତ ଏହା ବମ୍ ଭଳି ଫାଟେ ବ୍ଲାଷ୍ଟ୍ ହେବା ସମୟରେ ଏହି ଫଳର ମଞ୍ଜି ଗୁଡିକ ଘଣ୍ଟା ପ୍ରତି ୨୬୦ କିଲୋମିଟର ସ୍ପିଡରେ ଚାରିଆଡ଼େ ଉଡ଼ି ଯାଆନ୍ତି ଏବଂ ଏତେ ସ୍ପିଡରେ ମଞ୍ଜି ଗୁଡ଼ିକ ଯେଉଁ ଜୀବର ଶରୀରରେ ବାଜିବ ତ ସେହି ଯିବ ଆହତ ହେବା ସ୍ବାଭାବିକ |

Leave a Reply

Your email address will not be published. Required fields are marked *