କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା ,ପରୀକ୍ଷାକୁ ନେଇ ସରକାର ନେଲେ ଏଭଳି ବଡ଼ ପଦକ୍ଷେପ ,ଯୁକ୍ତ ଦୁଇ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ କିଛି ନୂଆ ସୂଚନା ଯାହା ସମସ୍ତେ ଜାଣିରଖିବା ଜରୁରୀ |ସମସ୍ତ କଲେଜ ଏବଂ ବିଶ୍ୱ ବିଦ୍ୟାଳୟରେ ଆଣ୍ଟି ରାଗିଙ୍ଗ ପଦକ୍ଷେପ ନେବାକୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ କୁହାଯାଇଛି |ଆଣ୍ଟି ରାଗିଙ୍ଗ କମିଟି ସ୍କ୍ୱାଡ଼ ଗଠନ ,ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବା ,ସଚେତନତା ପାଇଁ କର୍ମଶାଳା କରିବା ପାଇଁ ନିର୍ଦେଶ ଦେଇଛି ୟୁଜିସି |

ସମସ୍ତ ୱେବସାଇଟକୁ ଅପଡେଟ ରଖିବା ସହ ନୋଡାଲ ଅଫିସରଙ୍କ ତଥ୍ୟ ଦେବା କୁହାଯାଇଛି |ଆଲାର୍ମ ବେଲ ଲଗାଇବା ପାଇଁ କୁହାଯାଇଛି |ନିୟମିତ ବ୍ୟବଧାନରେ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ କରିବା ସହ ବିଶୃଙ୍ଖଳିତ ଛାତ୍ର ଛାତ୍ରୀଙ୍କୁ ଚିହ୍ନଟ ,ଶିକ୍ଷାନୁଷ୍ଠାନରେ ଆଣ୍ଟିରାଗିଙ୍ଗ ଚେତାବନୀ ଲଗାଇବା ପରିଦର୍ଶନ ,ଶୌଚାଳୟ ଜାଞ୍ଜ କରିବା ପାଇଁ କୁହାଯାଇଛି |

କଲେଜର ବିଭିନ୍ନ ସ୍ଥାନ ,ନିକଟସ୍ତ ବାସ ଷ୍ଟପରେ ସଚେତନତା ପୋଷ୍ଟର ଲଗାଇବା ପାଇଁ ୟୁଜିସି କହିଛି |ବୁକଲେଟରରେ ଆଣ୍ଟି ରାଗିଙ୍ଗ ସଚେତନତା ନାମଲେଖା କେନ୍ଦ୍ର ,ସବୁ ବିଭାଗ ,ଗାନ୍ଥ ଘର ,କ୍ୟାଣ୍ଟିନ ଆଦିରେ ପୋଷ୍ଟର ଲଗାଇବା ପାଇଁ କୁହାଯାଇଛି |ପୋଷ୍ଟର ୟୁଜିସିର ୱେବସାଇଟ www .ugc .ac .in ରେ ଉପଲବ୍ଧ ରହିଛି |

କେହି ଯଦି ରାଗିଙ୍ଗ କାରଣରୁ ମାନସିକ ଚିନ୍ତାରେ ଥାନ୍ତି ଏବଂ କର୍ତ୍ତୃପକ୍ଷ ଯଦି କିଛି ପଦକ୍ଷେପ ନ ନିଅନ୍ତି ତେବେ ନେସନାଲ ଆଣ୍ଟି ରାଗିଙ୍ଗ ହେଲ୍ପ ଲାଇନ ନମ୍ବର 5522 ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି |

Leave a Reply

Your email address will not be published. Required fields are marked *