ନମ୍ରତା ଦାସଙ୍କ ପ୍ରକୃତ ପରିବାର ,ଜୀବନୀ ଏବଂ ତାଙ୍କ ବିଷୟରେ ଲୁଚି ରହିଥିବା କିଛି ଅକୁହା କଥା ଯାହା ଆପଣ ମାନେ ଜାଣି ନଥିବେ

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସଙ୍କ ବିଷୟରେ ତାଙ୍କର ଜୀବନୀ କିଛି ତଥ୍ୟ ବିଷୟରେ ଏହି ଅଭିନେତ୍ରୀ ଜଣଙ୍କ କଣ ପାଇଁ ବିବାହ କଲେ ନାହିଁ ଯାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଅସିଯିବ ତେବେ ଆସନ୍ତୁ ଜାଣିବା | ତେବେ ଆପଣମାନେ ତାରାତାରିଣୀ ଧାରାବାହିକ ନିଶ୍ଚିତ ଦେଖିଥିବେ ଏହି ଓଡ଼ିଆ ଧାରାବାହିକ ଏହିଭଳି ଗୋଟିଏ ଧାରାବାହିକ ଅଟେ ଯାହାକୁ ଦେଖିବା ପାଇଁ ଲୋକମାନେ ନିଜର କାମଧନ୍ଦା ଛାଡ଼ି ବସି ପଡନ୍ତି ଖୁବ୍ କମ୍ ସମୟରେ ଏହି ଧାରାବାହିକଟି ଦର୍ଶକଙ୍କ ପାଖରେ ବେଶ୍ ଲୋକପ୍ରିୟତା ହୋଇ ପାରିଥିଲା |

ଏହି ଧାରାବାହିକରେ ଜେଜେମା ଭୂମିକାରେ ନଜର ଆସନ୍ତି ଅଭିନେତ୍ରୀ ନମ୍ରତା ଦାସ ତେବେ ଆପଣମାନେ ଡଲି ଅପା ତଥା ନମ୍ରତା ଦାସଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ସେ ବର୍ଷ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଆସୁଛନ୍ତି ତାଙ୍କୁ ଗେହ୍ଲାରେ ସମସ୍ତେ ଡଲି ଅପା ବୋଲି ଡାକନ୍ତି ତାଙ୍କର ଜନ୍ମଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିଲା ଓ ତାଙ୍କର ପୂର୍ବଜ ଜମିଦାର ଥିଲେ ତାଙ୍କର ବୋହୁତ ବଡ ପରିବାର ଥିଲା ସେ ଏକ ଯୌଗିକ ପରିବାରରେ ଜନ୍ମ ହୋଇଛନ୍ତି |

ଯେତେବେଳେ ତାଙ୍କୁ ୭ ବର୍ଷ ହୋଇଥିଲା ତାଙ୍କ ମାଆଙ୍କର ନିଧନ ହୋଇ ଯାଇଥିଲା ଏହାପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ ଆଉ ତାଙ୍କର ଦୁଇ ମାଙ୍କ ୫ ଟି ଛୁଆ ଅଛନ୍ତି |ତେବେ ଉଭୟ ବାପା ମାଆଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ଭଉଣୀ ବିବାହ କରିଥିଲେ ସବୁ ଦାୟିତ୍ଵ ଆସିଥିଲା ନମ୍ରତାଙ୍କ ଉପରେ ତାପରେ ସେ ନିଜ ଭାଇ ଭଉଣୀଙ୍କ ଜୀବନ ଭଲ କରିବା ପାଇଁ ବୋହୁତ କଷ୍ଟ କରିଥିଲେ |

ତାଙ୍କର କହିବା ଅନୁଯାୟୀ ତାଙ୍କର ଅଭିନୟ ଡୁନିଆକୁ ଆସିବାକୁ ବୋହୁତ ଇଚ୍ଛା ଥିଲା ଏଥିପାଇଁ ତାଙ୍କ ବାପା ଓ ବଡ଼ ଭଉଣୀ ତାଙ୍କୁ ବୋହୁତ ସପୋର୍ଟ କରୁଥିଲେ ତେବେ ତାଙ୍କଦ୍ୱାରା ଅଭିନୀତ ପ୍ରଥମ ଚଳଚ୍ଚିତ୍ରର ନାଁ ହେଉଛି ଧରିତ୍ରୀ ଯାହା ୧୯୭୩ ମସିହାରେ ରିଲିଜ୍ ହୋଇଥିଲା ଏହା ସହିତ ନମ୍ରତା ଓଡ଼ିଆ ଧାରାବାହିକ ଅଧିକାରରେ ଅଭିନୟ କରିଥିଲେ |

ଯାହା DD1 ରେ ପ୍ରସାରିତ ହେଉଥିଲା ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥାଏ ତେବେ ବର୍ତ୍ତମାନ ସେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରାତାରିଣୀ ଧାରାବାହିକରେ ଜେଜେମା ଚରିତ୍ରରେ ଅଭିନୟ କରୁଛନ୍ତି ତେବେ ଆପଣମାନଙ୍କୁ ଅଭିନେତ୍ରୀ ନମ୍ରତା ଦାସଙ୍କ ଅଭିନୟ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ |

Leave a Reply

Your email address will not be published. Required fields are marked *