କାର୍ ସଫା କରୁଥିବା ପିଲାଙ୍କୁ ବାବୁ ଜଣଙ୍କ ଦାମୀ ଗାଡିରେ ବସାଇ କାହିଁକି ନେଇଗଲେ… ଜାଣନ୍ତୁ

ରାସ୍ତାରେ କାର ସଫାକରିଥିଲେ ବସ୍ତି ପିଲା ଗାଡି ମାଳିକକୁ ମାଗୁଥିଲେ 10 ଟଙ୍କା ପିଲାଙ୍କୁ ଦେଖି ଗାଡି ମାଲିକ ଭାବୁକ ହୋଇଗଲେ ଦେଲେନି 10 ଟଙ୍କା ସାଙ୍ଗରେ ନେଇଗଲେ | ଏବେ ସୋସିଆଲ ମିଡ଼ିଆ ଯୁଗରେ ସବୁଦିନ କିଛିନା କିଛି ଘଟଣାର ଫୋଟୋ ଏବଂ ଭିଡ଼ିଓ ଭାଇରଲ ହେଉଛି ଆଉ ସେହି ସବୁ ମଧ୍ୟରୁ କିଛି ଅଜବ ଲାଗିଥାଏ ତ ଆଉ କିଛି ଛୁଇଁଯାଇଥାଏ ହୃଦୟକୁ ଏବେ ମଧ୍ୟ ଏମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ହେଉଛି ଭାଇରଲ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ |

ଦର୍ଶକବନ୍ଧୁ ରାସ୍ତାରେ ଯାଉ ଯାଉ ଟ୍ରଫିକର ଅଟକିଥିଲା ଏକ ବଡ଼ ଦାମିକା କାର ଆଉ ସବୁଦିନ ଭଳି ଧାଇଁଆସିଥିଲେ କିଛି ପିଲା ଗାଡିର କାଚକୁ ସଫା କରିବାକୁ ଲାଗିଥିଲେ | ଇଚ୍ଛା ଥିଲା ଗାଡି ସଫାକଲେ କିଛି ଟଙ୍କା ମିଳିବ ଆଉ ସେଇ ଟଙ୍କାରେ ସେମାନେ କିଛି ଖାଇବେ କାରଣ ଏଇଟା ଥିଲା ସେମାନଙ୍କର ନୀତିଦିନ ବ୍ୟବସାୟ ତେଣୁ ସେମାନେ ଗାଡି ପୋଛି ସାରି ସେମାନେ ଗାଡି ଭିତରେ ବସିଥିବା ମାଲିକଙ୍କୁ ପଇସା ମାଗିଥିଲେ ଗାଡ଼ିରେ ଥିବା ବାବୁ ଜଣଙ୍କ ପିଲାଙ୍କୁ ପଚାରିଲେ କଣ ନବକୁହ ଗୋଟିଏ ପିଲା 10 ଟଙ୍କା ମାଗିଥିଲା |

ହେଲେ ବାବୁ ପଚାରିଥିଲେ 10 ଟଙ୍କା ନେଇ ତମେ କଣ କରିବା ଆଉ ପିଲାଟି କହିଥିଲା ରୁଟି ଖାଇବା ବୋଲି | ବାବୁ କହିଲେ 10 ଟଙ୍କାରେ କେମିତି ରୁଟି ଖାଇବା ପିଲାଟି କହିଥିଲା ଆମର ସେତିକିରେ ଚାଲିଯିବ ଆଉ ସେତିକିବେଳେ ଗାଡି ସଫାକରିଥିବା ଅନ୍ୟକିଛି ପିଲାମଧ୍ୟ କହିଥିଲେ ଆମେ ବି ରୁଟି ଖାଇବୁ 10 ଟଙ୍କା ଦିଅନ୍ତୁ | ଆଉ ସେମାନେ ଭାବିଥିଲେ ବାବୁ ଯେତେବେଳେ ପଚାରୁଛନ୍ତି ନିଶ୍ଚୟ ସମସ୍ତଙ୍କୁ 10ଟଙ୍କା ଲେଖାଏଁ ଦେବେ ହେଲେ ଏହି ପିଲାମାନେ ଜାଣିନଥିଲେ କି ତାଙ୍କ ସାଙ୍ଗରେ କଣ ଘଟିବାକୁ ଯାଉଛି |

ବବୁଜଣଙ୍କ ସେମାନଙ୍କୁ 10 ଟଙ୍କା ଦେଇନଥିଲେ ଆଉ କହିଥିଲେ ତମେ ଚାଲ ମୁ ତମକୁ ରୁଟି ଖୁଆଇବି ଏହା କହି ବାବୁ ଜଣଙ୍କ ସବୁ ପିଲାଙ୍କୁ ଗାଡ଼ିରେ ବସିବାକୁ କହିଥିଲେ ଆଉ ପିଲାମାନେ ରୁଟି ଖାଇବା ଲୋଭରେ ଗାଡ଼ିରେ ବସିଯାଇଥିଲେ ବାବୁଙ୍କୁ ପଚାରିଲେ ଆମକୁ କୁଆଡେ ନେଉଛନ୍ତି ବାବୁ କହିଥିଲେ ମୁଁ ଯୁଆଡେ ଯିବି ତମେ ମାନେ ସିଆଡେ ଯିବ | ଆଉ ଏହାପରେ ଗାଡି ଜିଁଲାଗିଥିଲା 5ଷ୍ଟାର ହୋଟେଲରେ ବସ୍ତିରେ ରହୁଥିବା ଏହି ପିଲାମାନଙ୍କୁ ଏହି ସବୁ ଅଜବ ଲାଗୁଥିଲା ହେଲେ ବବୁଜଣଙ୍କ ସବୁପିଲାଂକୁ ହୋଟେଲକୁ ନେଇ ବସେଇ ନିଜେବି ସେମାନଙ୍କ ସହ ବସିଯାଇଥିଲେ ଏମିତିକି ସେହି ପିଲାମାନେ ଚେୟାରରେ କିମେତି ବସିବେ ଆଉ କେମିତି ଖାଇବେ ସେକଥାବି ବାବୁ ଜଣକ ନିଜେ ମଧ୍ୟ ଶିଖାଇଦେଇଥିଲେ | ଦେଖନ୍ତୁ ଭିଡ଼ିଓ…

Leave a Reply

Your email address will not be published. Required fields are marked *