Ajira anuchinta:ଯେଉଁ ବ୍ୟକ୍ତି ମାନେ ଅର୍ଦ୍ଧ ରାତ୍ରିରେ ଭୋଜନ କରିଥାଆନ୍ତି ,ସେମାନଙ୍କୁ କେଉଁ ରୋଗ ହୋଇଥାଏ

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ ପ୍ରଥମରେ ହେଉଛି….

1. ଯେଉଁ ବ୍ୟକ୍ତିମାନେ ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କୁ କେବେବି ମାନସମ୍ମାନ ପ୍ରାପ୍ତ ହୋଇନଥାଏ ଏବଂ ସେମାନଙ୍କୁ ପୂର୍ବରୁ ମିଳିଥିବା ମାନସମ୍ମାନ ନଷ୍ଟ ହୋଇଯାଇଥାଏ ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ପାଇଁ ଚେଷ୍ଟା କରନ୍ତୁ। ଏହା କଲେ ଆପଣଙ୍କ ମଙ୍ଗଳ ହୋଇଥାଏ |

2. ମନେରଖନ୍ତୁ ଯେଉଁ ମାନେ ଖାଇସାରିବା ପରେ ଅଇଁଠା ବାସନ ଛାଡିକି ଯିବା ଅଭ୍ୟାସ ଥାଏ ଏମାନଙ୍କୁ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଯାଇଥାଏ କିମ୍ବା ସଫଳତା ପାଇଁ ସେମାନଙ୍କୁ ବୋହୁତ କଷ୍ଟ କରିବାକୁ ପଡ଼ିଥାଏ। ତେଣୁ ବନ୍ଧୁଗଣ ମନେରଖନ୍ତୁ କେବେବି ଖାଇ ସାରିବା ପରେ ଅଇଁଠା ବାସନ ଛାଡିକି ଯାଆନ୍ତୁ ନାହିଁ ନଚେତ୍ ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି |

3. ସର୍ବଦା ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ସୂର୍ଯ୍ୟ ଉଦୟ ସମୟରେ ଏବଂ ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ୧୨ ଟାରେ ଖାଇବା, ଶୋଇବା କିମ୍ବା ଝଗଡ଼ା କରିବା ଭଳି ଅଭ୍ୟାସ ରଖିଥାନ୍ତି ସେମାନଙ୍କ ଭାଗ୍ୟ ସର୍ବଦା ଦୁର୍ଭାଗ୍ୟରେ ପରିଣତ ହେବା ସହ ସେମାନଙ୍କ ଘରେ ସର୍ବଦା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ। ଯେଉଁ ବ୍ୟକ୍ତିମାନେ ସର୍ବଦା ଦାନ୍ତରେ ନଖ ଛିଣ୍ଡାଇଥାନ୍ତି ଏବଂ ଖାଇ ସରିବା ପରେ ଥାଳିରେ ହାତ ଧୋଇଥାନ୍ତି ସେମାନେ ଜୀବନରେ ସର୍ବଦା ଦାରିଦ୍ର୍ୟତାର ଶିକାର ହୋଇଥାନ୍ତି। ଏଣୁ ଆପଣ କେବେବି ଏପରି ଭୁଲ୍ କରନ୍ତୁ ନାହିଁ |

4. ମନେରଖନ୍ତୁ ଯେଉଁ ବ୍ୟକ୍ତିଙ୍କର ଅମାବାସ୍ୟା ଦିନ ମଦ ବା ମାଂସ ଖାଇବାର ଅଭ୍ୟାସ ଥାଏ ସେମାନଙ୍କର ଖୁବ୍ ଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ଥାଏ ଏବଂ ସେମାନଙ୍କ ଘରେ ସର୍ବଦା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ। ବନ୍ଧୁଗଣ ମନେରଖନ୍ତୁ ଯେଉଁ ପରିବାରରେ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଏ ସେ ପରିବାର ପ୍ରତି ରାହୁ ଗ୍ରହଙ୍କର ଅଶୁଭ ପ୍ରଭାବ ପଡ଼ି ନଥାଏ ଏବଂ ସେ ପରିବାରର ସର୍ବଦା ମଙ୍ଗଳ ହୋଇଥାଏ |

5. ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ମଙ୍ଗଳବାର, ଗୁରୁବାର, ଶନିବାର, ଏକାଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମାରେ ବାଳ କାଟିବା ଅଭ୍ୟାସ ରହିଥାଏ ସେମାନଙ୍କୁ ଘୋର୍ ଦୁଃଖ ଓ ଦାରିଦ୍ର୍ୟତାର ଶିକାର ହେବାକୁ ପଡ଼ିଥାଏ। ବନ୍ଧୁଗଣ ମନେରଖନ୍ତୁ ଖାଇବା ସମୟରେ ଖାଇବା ପଦାର୍ଥରେ ଚୁଟି ବାହାରିଲେ ଏହା ବିହୁତ୍ ଅମଙ୍ଗଳ ହୋଇଥାଏ ଏବଂ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ ହେବା ସହ ଅନେକ ରୋଗର କାରଣ ମଧ୍ୟ ହୋଇଥାଏ |

6. ଯେଉଁ ବ୍ୟକ୍ତିମାନେ ବାରମ୍ବାର ଚୁଟିକୁ ଛୁଇଁବା ଏବଂ ହାତ ମାରିବାର ଖରାପ ଅଭ୍ୟାସ ରହିଥାଏ ତେବେ ଏମାନଙ୍କର ବୋହୁତ ଅମଙ୍ଗଳ ହୋଇଥାଏ। ବନ୍ଧୁଗଣ ଯେଉଁ ବ୍ୟକ୍ତିଙ୍କର ଚୁଟିକୁ ନବାନ୍ଧି ଚୁଟିକୁ ଖୋଲା କରି ରଖିବାର ଖରାପ ଅଭ୍ୟାସ ରହିଥାଏ ଏହା ସେମାନଙ୍କ ପାଇଁ ବୋହୁତ ଅଶୁଭ ହୋଇଥାଏ ଏବଂ ମନେରଖନ୍ତୁ ଯଦି ଆପଣ ଚୁଟି ବାନ୍ଧି କରି ରଖିଛନ୍ତି ତେବେ ଆପଣଙ୍କ ଚେହେରାରେ ସର୍ବଦା ଚମକ ଆସିଥାଏ |

7. ସର୍ବଦା ମନେରଖନ୍ତୁ ଘରେ ଠାକୁର ପୂଜା କଲା ବେଳେ ପୁରୁଷ ବା ସ୍ତ୍ରୀଲୋକମାନେ କେବେବି ମୁଣ୍ଡ ଖୋଲା କରି ଠାକୁର ପୂଜା କରିବା ଉଚିତ୍ ହୋଇ ନଥାଏ। ନଚେତ୍ ଏହା ଆପାଙ୍କ ପାଇଁ ବୋହୁତ ଅଶୁଭ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ରାତିରେ ମୁଣ୍ଡ କୁଣ୍ଡେଇବାର ଖରାପ ଅଭ୍ୟାସ ରଖିଥାନ୍ତି ଏହା ସେମାନଙ୍କ ପାଇଁ ବୋହୁତ ଅମଙ୍ଗଳ ହୋଇଥାଏ ଏବଂ ସର୍ବଦା ମନେରଖନ୍ତୁ ମୁଣ୍ଡ କୁଣ୍ଡାଇଲା ବେଳେ ସର୍ବଦା କାଠ ପାନିଆ ବ୍ୟବହାର କରିବା ଉଚିତ୍। ଏହାଦ୍ବାରା ମୁଣ୍ଡର ସମସ୍ୟା ମଧ୍ୟ ଦୂର ହୋଇଥାଏ। ବନ୍ଧୁଗଣ ମନେରଖନ୍ତୁ ଯଦି ଆପଣ କେବେ ମୁଣ୍ଡ କୁଣ୍ଡେଇବା ବେଳେ ହାତରୁ ପାନିଆ ଖସିଯିବ ତେବେ ଏହା ବୋହୁତ ଅଶୁଭ ହୋଇଥାଏ ଏବଂ କାନରେ ଯଦି ଆପଣଙ୍କର ଚୁଟି ଉଠୁଛି ଏହା ମଧ୍ୟ ବୋହୁତ ଅଶୁଭ ହୋଇଥାଏ |

8. ଯେଉଁ ବ୍ୟକ୍ତିମାନେ ସର୍ବଦା ଗରମ ପାଣିରେ ଗାଧୋଇବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କ ବାଳ ଝାଡ଼ିବା ସହିତ ଆଖି ଖରାପ ହେବାର ସମ୍ଭାବନା ବୋହୁତ ଅଧିକ ରହିଥାଏ। ଯେଉଁ ବ୍ୟକ୍ତିମାନେ ଘରେ ଲାଗିଥିବା ଗଛକୁ ସକାଳେ ଏବଂ ସନ୍ଧ୍ୟାରେ ଜଳ ଅର୍ପଣ କରନ୍ତି ସେମାନଙ୍କର ସବୁ ଦୁଃଖକଷ୍ଟ ଓ ସମସ୍ୟା ସହିତ ଲଢ଼ିବା ପାଇଁ ଶକ୍ତି ରହିଥାଏ ଏବଂ ସେମାନଙ୍କ ଅବସାଦ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ। ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ବାହାରୁ ଆସି ଜୋତା, ଚପଲ ଓ ମୌଜା ଏଠି ସେଠି ପକାଇବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସର୍ବଦା ଶତ୍ରୁ ବୃଦ୍ଧି ହୋଇଥାଏ ଏବଂ ସେମାନଙ୍କ ପାଇଁ ବୋହୁତ ଅମଙ୍ଗଳ ମଧ୍ୟ ହୋଇଥାଏ |

9. ବନ୍ଧୁଗଣ ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ସକାଳୁ ଉଠିବା ପରେ ସେଜକୁ ଅସଜଡା କରି ଛାଡି ଦେଇଥାନ୍ତି ସେମାନଙ୍କୁ ଦିନସାରା ବୋହୁତ ଅଶାନ୍ତି ମିଳିଥାଏ ଏବଂ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତ କରିଥାନ୍ତି। ମନେରଖନ୍ତୁ ଗାଧୋଇବା ବେଳେ ପାଦକୁ ଭଲ ଭାବରେ ସଫା କରିବା ଉଚିତ୍ ଏବଂ ବାହାରୁ ଆସିଲେ ପାଦ ଭଲକରି ଧୋଇବା ଉଚିତ୍। ଏହାଦ୍ବାରା ମନ ସ୍ଥିର ହୋଇଥାଏ ଏବଂ ମାନସିକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କୁ କ୍ରୋଧ ମଧ୍ୟ କମ୍ ଆସିଥାଏ |

10. ବନ୍ଧୁଗଣ ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ଦୂରକୁ ଯାଇଥିବା ସମୟରେ ଘରକୁ ଫେରିଲା ବେଳେ ଖାଲି ହାତରେ ଘରକୁ ଫେରି ଥାଆନ୍ତି ସେମାନଙ୍କ ଘରେ ଦାରିଦ୍ର୍ୟତା ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ସର୍ବଦା ଘରେ ଆସନ୍ତି ଦେଖା ଦେଇଥାଏ। ଏଣୁ ଆପଣ ଘରକୁ ଯେବେବି ଫେରୁଛନ୍ତି ତ ମନେରଖନ୍ତୁ କିଛି ନା କିଛି ଜିନିଷ ସାଙ୍ଗରେ ଆଣିବା ଉଚିତ୍। ଏହାଦ୍ବାରା ଆପଣଙ୍କ ଗୃହ ଉପରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ଆପଣଙ୍କ ଘରେ ଧନ ବୃଦ୍ଧି ହୋଇଥାଏ ଏବଂ ପରିବାରରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି ହୋଇଥାଏ |

11. ଯେଉଁ ବ୍ୟକ୍ତିମାନେ ନାକରେ ବାରମ୍ବାର ଆଙ୍ଗୁଠି ଭର୍ତ୍ତି କରିଥାନ୍ତି କିମ୍ବା ଦାନ୍ତ ରଗଡ଼ିଥାନ୍ତି ସେମାନଙ୍କର ସର୍ବଦା ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ଓ ସେମାନଙ୍କର ସାମାଜିକ ମାନ ପ୍ରତିଷ୍ଠା ମଧ୍ୟ ନଷ୍ଟ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ପ୍ରତି କଥାରେ ମିଛ କହିବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ଅନ୍ତର୍ନିହିତ ଶକ୍ତି ହ୍ରାସ ପାଇଥାଏ ଏବଂ ଭାଗ୍ୟ କେବେବି ସେମାନଙ୍କ ସାଥ୍ ଦେଇ ନଥାଏ। ଏଣୁ ଆପଣ ଯଥା ସମ୍ଭବ ଚେଷ୍ଟା କରନ୍ତୁ କି ମିଛ ନକହିବା ପାଇଁ |

12. ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ଛୋଟ ଛୋଟ ସ୍ବାସ୍ଥ୍ୟ ସମସ୍ୟାରେ ଔଷଧ କିଣି ଆଣି ଖାଇବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଗତ ସମସ୍ୟା ଖୁବ୍ ଶୀଘ୍ର ଦେଖା ଦେଇଥାଏ ତେଣୁ ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ମଧ୍ୟ ଔଷଧ ଖାଇବା କେବେବି ଉଚିତ୍ ହୋଇନଥାଏ। ମନେରଖନ୍ତୁ ଯେଉଁ ବ୍ୟକ୍ତିମାନେ ସକାଳୁ ଜଳଖିଆ ନଖାଇ ଚାହା ପିଇବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କର କ୍ରମଶଃ ହଜମ ଶକ୍ତି ହ୍ରାସ ପାଇଥାଏ ଏବଂ ଅନେକ ସ୍ବାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଖୁବ୍ ଶୀଘ୍ର ଦେଖା ଦେଇଥାଏ |

ବନ୍ଧୁଗଣ ଏହା ଥିଲା ଆଜିର କିଛି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ ଯଦି ଆପଣମାନେ ଏହାକୁ ପାଳନ କରନ୍ତି ତେବେ ଆପଣଙ୍କର ଓ ଆପଣଙ୍କ ପରିବାରର ମଙ୍ଗଳ ହେବ |

Leave a Reply

Your email address will not be published. Required fields are marked *