ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡେଟ ,ଏହି ଭଳି ରହିବ ପରୀକ୍ଷାର ସମୟ ସୀମା ,Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡେଟ ଯାହାକି ଫେବୃଆରୀ 20 ରୁ ମାର୍ଚ୍ଚ 4 ଯାଏ ଚାଲିବ ମାଟ୍ରିକ ବୋର୍ଡ ପରୀକ୍ଷା ତାହା ସହିତ କେଉଁ ଦିନ କେଉଁ ପରୀକ୍ଷା ହେବ ତାହାକୁ ନେଇ ମଧ୍ୟ ବହୁତ ବଡ଼ ଅପଡେଟ ଆସି ସାରିଛି |ଆଜି ମାଟ୍ରିକ ପରୀକ୍ଷାର ତାରିକ ଘୋଷଣା କରାଯାଇଛି |ଫେବୃଆରୀ 20 ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ମାର୍ଚ୍ଚ 4 ରେ ପରୀକ୍ଷା ଶେଷ ହେବ |

ପ୍ରଥମ ଦିନ ମାତୃ ଭାଷା ସାହିତ୍ୟ ପରୀକ୍ଷା ରହିଛି ଏନେଇ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି |ଘୋଷଣା ସମୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ମଧ୍ୟ ଉପସ୍ଥିତ ଥିଲେ ଏଥର ପରୀକ୍ଷାକୁ ନିର୍ଭୁଲ ଭାବରେ କରାଯିବ ବୋଲି ପଦକ୍ଷେପ ନିଆଯିବ ବୋଲି ସେ କହୁଛନ୍ତି |

ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ତା କରାଯାଇଛି ସବୁ ନୋଡାଲ ଏବଂ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବୋଲି ସେ ଜଣାଇଛନ୍ତି |ରାଜ୍ୟରେ ମୋଟ 313 ଟି ନୋଡାଲ ସେଣ୍ଟର ରହିଛି ଫେବୃଆରୀ 20 ତାରିକ ଦିନ ହେବ ସାହିତ୍ୟ ପରୀକ୍ଷା |

23 ତାରିକରେ ହେବ ଇଂରାଜୀ ପରୀକ୍ଷା ,26 ତାରିକରେ ହେବ ଗଣିତ ପରୀକ୍ଷା ,ଫେବୃଆରୀ 28 ତାରିକରେ ହେବ ସଂସ୍କୃତ ଏବଂ ହିନ୍ଦୀ ପରୀକ୍ଷା ,ମାର୍ଚ୍ଚ 2 ରେ ହେବ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ 4 ରେ ହେବ ସାମାଜିକ ବିଜ୍ଞାନ ଏବଂ ନିଜ ସ୍କୁଲରେ ହେବ ଭୋକେସନଲ ପ୍ରାକ୍ଟିକାଲ ପରୀକ୍ଷା |

ଜାନୁଆରୀ 15 ରୁ 31 ମଧ୍ୟରେ ହେବ ପ୍ରାକ୍ଟିକାଲ ପରୀକ୍ଷା ପରେ ମାର୍ଚ୍ଚ 15 ରେ ଖାତା ଦେଖା ଶେଷ ହେବ ପରେ ମୂଲ୍ୟାଙ୍କନ ସରିବାକୁ ଲକ୍ଷ କରାଯାଇଛି ଏବଂ ଚଳିତ ବର୍ଷ 5 ,05,611 ଜଣ ଛାତ୍ର ଛାତ୍ରୀ ଫର୍ମ ପୂରଣ କରିଛନ୍ତି ବୋଲି ଅପଡେଟ ଆସିଛି |

Leave a Reply

Your email address will not be published. Required fields are marked *