ଆଜିର ରାଶିଫଳ 13 ଡିସେମ୍ବର 2023 ବୁଧବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -କାର୍ଯ୍ୟଟି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବାରେ ବ୍ୟତିକ୍ରମ ରହିବ ନାହିଁ । ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ଭୋଗ ବିଳାସ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ ।

ବୃଷ ରାଶି -ଶିଳ୍ପ, ବ୍ୟବସାୟ, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ଜଣେ ଅନ୍ତରଙ୍ଗ ବନ୍ଧୁ କିମ୍ବା ବାନ୍ଧବୀଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ।

ମିଥୁନ ରାଶି -କେତୁ ଚତୁର୍ଥସ୍ଥ ଯୋଗୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି ହେବ । ପ୍ରତ୍ୟେକ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଠିକ୍‌ ହେବ ନାହିଁ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ ।

କର୍କଟ ରାଶି -ଫଳ ସ୍ବରୂପ ଯେଉଁ ଆଶା ନେଇ ଯାହା କରିବେ ପ୍ରତିବଦଳରେ କିଛି ପାଇବେ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।

ସିଂହ ରାଶି -ଈର୍ଷାପରାୟଣ ନିକଟସ୍ଥ ବନ୍ଧୁବର୍ଗ କିମ୍ବା ବ୍ୟକ୍ତିବିଶେଷ ପରୋକ୍ଷ ସମାଲୋଚନା କରିପାରନ୍ତି । ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ ।

କନ୍ୟା ରାଶି -ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ଷଷ୍ଠସ୍ଥ ଶନି ଯୋଗୁ ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ ।

ତୁଳା ରାଶି -ଶୁକ୍ର ନିଜ ରାଶିରେ ଅବସ୍ଥାନ କରିଥିବା ହେତୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ । ଏକାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି ।

ବିଛା ରାଶି -ସକାଳୁଆ ଯାତ୍ରାରେ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ ।

ଧନୁ ରାଶି -କେତୁଙ୍କ କୁପ୍ରଭାବରୁ ଆଜି ଘରର ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତାର କାରଣ ହୋଇପାରେ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ।

ମକର ରାଶି -ମନ କଥା ମନରେ ରଖି ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ । ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ ।

କୁମ୍ଭ ରାଶି -ଶୁକ୍ରଙ୍କ ଅନୁକମ୍ପାରୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ । ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କଲେ ଶୁଭହେବ ।

ମୀନ ରାଶି -ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ଅଫିସ କାମରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ।

Leave a Reply

Your email address will not be published. Required fields are marked *