ପୁଣି ସୃଷ୍ଟି ହେଲା ଲଘୁଚାପ ଆଜିଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲା ଛାରଖାର ହୋଇପାରେ ,ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ନମସ୍କାର ଦର୍ଶକବନ୍ଧୁ ଆଜି ସକାଳୁ ଜାରି ହୋଇଥିବା ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ପୁଣି ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ ଆରବସାଗରରେ ବର୍ତ୍ତମାନ ଏକ ଘୁର୍ଣ୍ଣିଝଡ଼ ସୃଷ୍ଟି ପରବର୍ତ୍ତୀ ସମୟରେ ଏହା ସକ୍ରିୟ ହୋଇ ଓଡିଶା ମୁହାଁ ହେବାର ସମ୍ଭାବନା ରହିଛି |ତେବେ ଓଡ଼ିଶାର କେଉଁ ସବୁ ଜିଲ୍ଲାକୁ ନେଇ ସମ୍ଭାବନା ରହିଛି ଜିଲ୍ଲା ଗୁଡ଼ିକରେ କେତେ ପରିମାଣରେ ବର୍ଷା ହେବ ଏବଂ କେଉଁ ସବୁ ଜିଲ୍ଲା ଗୁଡ଼ିକରେ ଆଲର୍ଟ ଜାରି କରାଯିବ ଏନେଇ କଣ ରହିଛି ବଡ଼ ଖବର ଚାଲନ୍ତୁ ଜାଣିବା |

ତେବେ ଭାରତୀୟ ପାଣିପାଗ ପକ୍ଷରୁ ଆଉ ଏକ ଲଘୁଚାପ ଆସୁଥିବା ନେଇ ଚେତାବନୀ ଦେଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ |ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାଇ ଆରବସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି ମାଳଦୀପ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି |

ଏହା ଫଳରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳରୁ ବର୍ଷା ହେବାର ସମ୍ଭାବନା ରହିଛି | ଏହା ଫଳରେ କିଛି ସ୍ଥାନରେ କାଳ ବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ IMD ର ପୂର୍ବାନୁମାନ ଅନୁସାରେ ଆରବସାଗରରେ ଏକ ଚକ୍ରବର୍ତ ବଳୟ ସୃଷ୍ଟି ହୋଇପାରେ |

ଏହା ପ୍ରଭାବରେ କେରଳ ତାମିଲନାଡୁ ପୁଡୁଚେରୀ ଏବଂ ଲାକ୍ଷାଦ୍ଵୀପର କିଛି ସ୍ଥାନରେ ଆସନ୍ତା 3 ରୁ 4 ଦିନ ପ୍ରବଳ ବର୍ଷା ହୋଇପାରେ | ତେବେ ଲଘୁଚାପ ସମେତ ବାତ୍ୟା ନେଇ କୌଣସି ସୂଚନା ଦେଇ ପାଣିପାଗ ବିଭାଗ |

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଅଧିକ ଅପଡେଟ ଦେବ ପାଣିପାଗ ବିଭାଗ ତେବେ ସମ୍ଭାବ୍ୟ ଲଘୁଚାପ ଓଡିଶା ଉପରେ ପ୍ରଭାବ ପକାଇବ କି ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା କହି ହେବ ନାହିଁ ପରବର୍ତ୍ତୀ ସମୟରେ ଏନେଇ ଅପଡେଟ ଦେବ ପାଣିପାଗ ବିଭାଗ |

Leave a Reply

Your email address will not be published. Required fields are marked *