ଦକ୍ଷିଣ ଆଫ୍ରିକା ଓ ଭାରତ ପ୍ରଥମ ଟି-20 ବାତିଲ ପରେ ରାଗରେ ବର୍ଷିଲେ ସୁନୀଲ ଗାଭାସ୍କର,କହିଲେ ଏମିତି କଥା ଜାଣିଲେ ମୁଣ୍ଡରେ ଦେବେ ହାତ

ନମସ୍କାର ଦର୍ଶକବନ୍ଧୁ ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ୱିଟ୍ୱେଣ୍ଟି ମ୍ୟାଚ ବାତିଲ ହେବା ପରେ ରାଗିଲେ ସୁନୀଲ ଗାଭାସ୍କର ଲାଗୁଚି CSA ପାଖରେ ଟଙ୍କା ନାହିଁ |ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟିଟ୍ୱେଣ୍ଟି ମ୍ୟାଚ ବାତିଲ ହୋଇଛି ଏହି ମ୍ୟାଚ ଡିସେମ୍ବର 10 ରେ ଖେଳାଯିବାକୁ ଥିଲା ବର୍ଷା ହେତୁ ଟସ ପଡ଼ି ପାରି ନଥିଲା ଏବଂ ମ୍ୟାଚ ବାତିଲ ହୋଇ ଯାଇଥିଲା |

ମ୍ୟାଚ ବାତିଲ ହେବା ପରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଉପରେ ବର୍ଷିଛନ୍ତି ସେ କହିଛନ୍ତି ଲାଗୁଚି CSA ପାଖରେ BCCI ଭଳି ଟଙ୍କା ନାହିଁ ଗାଭାସ୍କର କାହିଁକି ରାଗିଲେ ଆସନ୍ତୁ ଜାଣିବା ବର୍ଷା ହେତୁ ସମଗ୍ର ଗ୍ରାଉଣ୍ଡ କଭର କରା ଯାଇନଥିବାରୁ ସୁନୀଲ ଗାଭାସ୍କର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ସମାଲୋଚନ କରିଛନ୍ତି |

ସେ କହିଛନ୍ତି ଯଦି ବର୍ଷା ସମୟରେ ଗ୍ରାଉଣ୍ଡ ଭଲ ଭାବରେ କଭର ହୋଇ ନଥାଏ ତେବେ ବର୍ଷା ପରେ ମଧ୍ୟ ପରବର୍ତ୍ତୀ ଏକ ଘଣ୍ଟା ପାଇଁ ମ୍ୟାଚ ଅନୁଷ୍ଠିତ ହେବ ନାହିଁ ଏହି ସମୟରେ ଯଦି ହଟାତ ବର୍ଷା ହୁଏ ତେବେ ମ୍ୟାଚ ହୋଇପାରିବ ନାହିଁ |ଗାଭାସ୍କର କହିଛନ୍ତି ସେମାନଙ୍କ ପାଖରେ BCCI ଭଳି ଟଙ୍କା ନଥାଇ ପାରେ କିନ୍ତୁ କୌଣସି କ୍ରିକେଟ ବୋର୍ଡ ଗରିବ ନୁହେଁ |

ବର୍ଷା ପାଇଁ ପଡ଼ିଆ କଭର କିଣିବା ପାଇଁ ତାଙ୍କ ପାଖରେ ଅର୍ଥ ଅଛି |ସୁନୀଲ ଗାଭାସ୍କର କହିଛନ୍ତି ଯେ ଯଦି କୌଣସି ବୋର୍ଡ କହୁଛି ଆମ ପାଖରେ ଟଙ୍କା ନାହିଁ ତେବେ ସେ ମିଛ କହୁଛି ସମସ୍ତ ବୋର୍ଡ ପାଖରେ ବହୁତ ଟଙ୍କା ଅଛି

Leave a Reply

Your email address will not be published. Required fields are marked *