ଆଜିର ରାଶିଫଳ 8 ଡିସେମ୍ବର 2023 ଶୁକ୍ରବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଶଙ୍କା କରି ମନ ଅସ୍ଥିର ରହିବ । ସମସ୍ତ କାମ ଠିକ୍‌ ଭାବରେ ଚାଲିବ କିନ୍ତୁ ଝିନ୍‌ଝଟ୍‌ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ ।

ବୃଷ ରାଶି -କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ । ଉଚ୍ଚ ଚିନ୍ତା କରିବେ, ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ ।

ମିଥୁନ ରାଶି -ପ୍ରତ୍ୟେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରିନେବେ । ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି ।

କର୍କଟ ରାଶି -ଯେକୌଣସି କାମରେ ହେଉନା କାହିଁକି ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଭଲ କାମ କଲେ ମଧ୍ୟ ଆତ୍ମୀୟଙ୍କ କଟୁ ସମାଲୋଚନାର ପାତ୍ର ହେବେ।

ସିଂହ ରାଶି -ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବ। ଗତକାଲିର ଯୋଜନା ଠିକ୍‌ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ ।

କନ୍ୟା ରାଶି -ଆଜି ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଏବଂ ଯଥାସମ୍ଭବ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ । ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ତୁଳା ରାଶି -ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆଜି ଦିନଟି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ ।

ବିଛା ରାଶି -ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହେବେ। ଦୀର୍ଘଦିନର ଆଶା ଫଳବତୀ ହେବ ଓ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ ।

ଧନୁ ରାଶି -ଛୋଟ ଛୋଟ କଥାକୁ ଧରିବସିଲେ ନିଜେ ହିଁ ଅସୁବିଧାର ସମ୍ମୁଖୀନ ହେବେ। ଆର୍ଥତ୍କ ଦୁଃସ୍ଥିତି ମାନସିକ ସ୍ତରକୁ ସଂକୁଚିତ କରି ରଖିବ। ସବୁ କାମରେ ପଛୁଆ ହେତୁ ମାନେ ନିଜକୁ ଅପାରଗ ମନେ କରିପାରନ୍ତି।

ମକର ରାଶି -ସାମାଜିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।

କୁମ୍ଭୀର ରାଶି -ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲାଭଳି କାମକରି ସଫଳତା ହାସଲ କରିବେ। ଛୋଟକଥାକୁ ବଡ଼ ଆକାରରେ ଚିନ୍ତାକରି ଅସ୍ଥିରତା ଅନୁଭବ କରିପାରନ୍ତି।

ମୀନ ରାଶି -ଆଜି ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ । ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *