ଚାଲିଗଲା ବାତ୍ୟା କିନ୍ତୁ କେତେକ ଜିଲ୍ଲାରେ ରହିବ ବାତ୍ୟାର ପ୍ରଭାବ ଆଉ ହେବ ବର୍ଷା ,ଚାଷୀ ମାନଙ୍କୁ ସତର୍କ ରହିବାକୁ ନେଇ ସତର୍କ ସୂଚନା

ନମସ୍କାର ଦର୍ଶକବନ୍ଧୁ ଆଜି ଆନ୍ଦ୍ରପ୍ରଦେଶ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କଲାପରେ ଧୀରେ ଧୀରେ ଦୁର୍ବଳ ହେଲା ବାତ୍ୟା ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇ ଉତର ଦିଗରେ ଘଣ୍ଟାପ୍ରତି 11କିଲୋମିଟର ବେଗରେ ଗତିକରି 36 ଗଡ଼ ମୁହାଁଇଛି ଅବପାତ | ଅଜିସେହି ଅବପତଟି ଆହୁରି ଦୁର୍ବଳ ହୋଇ ୱେଲମାର୍କ ଲୋ ପ୍ରେସରରେ ବା ସ୍ପଷ୍ଟ ଜୀବିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି |

ଆଉ ଏହାର ପ୍ରଭାବ ଦେଖୁଛି ଓଡିଶା ତେବେ ଦର୍ଶକବନ୍ଧୁ ଆସନ୍ତୁ ନଜରପକେଇ ଆଜି ରାଜ୍ୟର କେଉଁସବୁ ଜିଲ୍ଲାମାନଙ୍କରେ ବର୍ଷାର ପ୍ରଭାବ ରହିଛି ତାହା ସହିତ କେଉଁ ସବୁ ଜିଲ୍ଲାମାନଙ୍କ ପାଇଁ ବର୍ଷାର ସମ୍ଭାବନାକୁ ନେଇକି ଏଲୋ ୱାରନିଙ୍ଗ ଜାରିକରିଛି ପାଣିପାଗ ବିଭାଗ |

ତେବେ ଦକ୍ଷିଣ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା କ୍ରମେ ଦୁର୍ବଳ ହୋଇଥିଲା ସତ କିନ୍ତୁ ଲ୍ୟାଣ୍ଡଫଲ ପରର ପ୍ରଭାବ ପଡିଥିଲା ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଆଉ ଗଞ୍ଜାମ |

ଆଉ ଏପଟେ ସାରା ଓଡ଼ିଶାରେ ଥଣ୍ଡା ପବନ ସହ ଝିପିଝିପି ବର୍ଷାରେ କ୍ଷେତରେ ନଷ୍ଟ ହେଲା ଧାନ | ତେବେ ବାତ୍ୟା ଯୋଗୁ ବୁଧବାର ସକାଳୁ ଆରମ୍ଭ ହୋଇଥିବା ବର୍ଷାରେ ପାଚିଲା ଧାନ କ୍ଷତିଗ୍ରସ୍ତ ହେବାକୁ ବସିଛି |

ଆଉ କଟା ହୋଇ ବିଲରେ ପଡିଥିବା ଧାନ କଚଡ଼ା ଆଉ କଟା ହୋଇନଥିବା ଧାନ ଏହି ବର୍ଷା ଯୋଗୁ ନଷ୍ଟ ହେବ ଆଶଙ୍କା ଦେଖାଦେଇଛି | ଫଳରେ ବର୍ଷକର ଭାତହାଣ୍ଡି ଉଜୁଡ଼ିବାକୁ ବସିଛି | ଆଉ ଏପଟେ ପାଣିପାଗଵିଭଗ ଆକଳନରୁ ଜଣାପଡିଛୁ ଆଜିବି ରାଜ୍ୟରେ ହେବ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *