Post Office ରେ ଲାଗୁ ହେଲା ନିୟମ ,ଯଦି ଆପଣ FD କରିଛନ୍ତି ଶୀଘ୍ର ଦେଖନ୍ତୁ ନଚେତ ଦେଇପାରନ୍ତି ବଡ଼ ଆକାରର ଜୋରିମାନା

ନମସ୍କାର ଦର୍ଶକବନ୍ଧୁ ପୋଷ୍ଟାଲରେ ଆସିଲା ନୂଆ ସୁବିଧା ଯଦି ଆପଣ ଜଣେ ପୋଷ୍ଟ ଅଫିସର ଗ୍ରାହକ ଅର୍ଥାତ ଆପଣ ଯଦି ପୋଷ୍ଟ ଅଫିସରେ ଇନଭେଷ୍ଟ କରିଛନ୍ତି ତେବେ ଜାଣି ରଖନ୍ତୁ ଏବେ ଏବେ ଆସିଲା ଆଉ କିଛି ନୂଆ ନିୟମ ଯେଉଁଥିରେ ଆପଣଙ୍କୁ ମିଳିବ ନୂଆ ସୁବିଧା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

ପୋଷ୍ଟ ଅଫିସ FD ନିୟମରେ ସରକାର ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଡାକଘରେ FD ଲାଗି ସମୟ ପୂର୍ବରୁ ଉଠାଣ ନିୟମରେ ସଂଶୋଧନ କରାଯାଇଛି |ନୂଆ ନିୟମ ଅନୁସାରେ 10 ନଭେମ୍ବର 2023 କିମ୍ବା ଏହା ପରେ ଖୋଲା ଯାଇଥିବା ପାଞ୍ଚ ବର୍ଷ ଡାକଘର FD ରୁ ଚାରିବର୍ଷ ପରେ ହିଁ ପଇସା ଉଠାଣ କରିପାରିବେ |

କିନ୍ତୁ 9 ନଭେମ୍ବର 2023 ପର୍ଯ୍ୟନ୍ତ ଖୋଲା ଯାଇଥିବା FD ଲାଗି ସମୟ ପୂର୍ବରୁ ଉଠାଣ ଲାଗି ନୂଆ ନିୟମ ଲାଗୁ ହେବ |ତେବେ ନୂଆ ନିୟମ ଅନୁସାରେ କୌଣସି ବି ପୋଷ୍ଟ ଅଫିସରେ FD କୁ ଜମା ତାରିକର 6 ମାସ ପୂର୍ବରୁ ଉଠା ଯାଇପାରିବ ନାହିଁ ସେହିପରି ପାଞ୍ଚ ବର୍ଷୀୟ FD କୁ ଚାରିବର୍ଷ ପୁରୁଣା ହେବା ପୂର୍ବରୁ ଉଠା ଯାଇ ପାରିବନାହିଁ |

ଯଦି 1,2 ଏବଂ ବର୍ଷ ଡାକଘର FD କୁ ଛଅ ମାସ ପରେ ଅର୍ଥାତ ଜମା ତାରିକର ଏକ ବର୍ଷ ପୂର୍ବରୁ ଉଠା ଯିବ ତେବେ ଜମା ପରେ ସେହି ଅବଧି ଲାଗୁ କେବଳ ଡାକଘର ସଞ୍ଚୟ ଖାତା ଉପରେ ସୁଧ ମିଳିବ ଯାହାକି ବହୁତ କମ ରହିବ |

ସେହିପରି ଯଦି ଏକ ବର୍ଷ କିମ୍ବା ଦୁଇବର୍ଷର FD କୁ ସମୟ ପୂର୍ବରୁ ଉଠାଣ କରାଯିବ |ତେବେ ଏକ ବର୍ଷ କିମ୍ବା ଦୁଇବର୍ଷ FD ଉପରେ ଲାଗୁ ସୁଧ ଉପରେ ଦୁଇ ପ୍ରତିଶତ ଜୋରିମାନା କଟାଯିବ ତେବେ ଇଏ ଥିଲା ପୋଷ୍ଟ ଅଫିସର କିଛି ନୂଆ ନିୟମ ଲାଗୁ ହେଲା |

Leave a Reply

Your email address will not be published. Required fields are marked *