ମୋଡ଼ ନେଲା ବାତ୍ୟା ମିଚାଉଁଙ୍ଗ 100 କିଲୋମିଟର ବେଗରୁ ଅଧିକ ବହିପାରେ ପବନ ଏହି 7 ଜିଲ୍ଲାକୁ ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ଏହିଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ମିଳିବ ତେବେ ଚେନାରେ ଭୟଙ୍କର ବନ୍ୟାରେ 5ଜଣଙ୍କ ମୃ-ତୁ ବାତ୍ୟା ପ୍ରଭାବରେ ଚେନାଇ ଓ ତାମିଲ ନାଡ଼ୁରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ତେବେ ଏହି ବାତ୍ୟା ଯୋଗୁ ଓଡ଼ିଶାରେ ମଧ୍ୟ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟି ପାତ ହେବାର ସମ୍ଭାବନା ରହିଛି | ପବନର ବେଗ ମଧ୍ୟ ବଢ଼ିପରେ ତେବେ କଣ ରହିଛି ବାତ୍ୟାର ତାଜା ଅପଡେଟ ଆସନ୍ତୁ ଜାଣିବା |

ଚେନାଇର ବିଭିନ୍ନ ଅଂଚଳ ଏବେ ପାଣିଘେରରେ ରହିଛି ତେବେ ଏହି ବନ୍ୟାରେ 5ଜଣଙ୍କ ମୃ-ତୁ ଘଟିଥିବା ସୂଚନା ମଧ୍ୟ ମିଳିଛି | ବନ୍ୟା ଯୋଗୁ ବିଭିନ୍ନ ଦୁର୍ଘଟଣାରେ ଏହି 5ଜଣଙ୍କ ମୃ-ତୁ ହୋଇଥିବା ପୋଲିସ ଦେଇଛି ଚେନାଇରେ ଅନେକ ଅଞ୍ଚଳରେ ଗତ 24 ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବରେ 20 ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିଲା ତେବେ ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖାଦେଇଛି | ଗତ ମଙ୍ଗଳବାର ବୁଧୁବାର ଓଡ଼ିଶାର କେତକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଘଣ୍ଟା ପ୍ରତି 100କିଲୋମିଟର ବେଗରେ ପବନ ବହିବ ମଝିରେ ମଝିରେ ଝଟକା ପବନ 110 କିଲୋମିଟର ବେଗରେ ବହିବ ବୋଲି ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି | ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରିହୋଇଥିବା ସୂଚନା ଅନୁସାରେ ଆଜି ଦକ୍ଷିଣ ଉପକୂଳ ଓଡ଼ିଶା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଏବଂ ଗଞ୍ଜାମ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଏହି ସବୁ ଜିଲ୍ଲାରେ 7ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି | ସେହି ପରି ଆସନ୍ତା କଲି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗସିଂପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହିସବୁ ଜିଲ୍ଲାରେ 7ରୁ 11 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଖଇପରେ ସେଥିପାଇଁ ଚେତାବନୀ ଜାରିକରିଛି ପାଣିପାଗ | ତେବେ ବାତ୍ୟାର ସିଧା ସଳଖ କିଛି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ |

Leave a Reply

Your email address will not be published. Required fields are marked *