ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ,ଓଡ଼ିଶାର ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ,ଆଜି ରାତିଠାରୁ ପ୍ରବଳ ବର୍ଷା

ନମସ୍କାର ଦର୍ଶକବନ୍ଧୁ ପାଣିପାଗର ତାଜା ଅପଡେଟରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ସେହିପରି ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି 12 ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି |

ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି 3 ତାରିକରେ ଚାରି ଜିଲ୍ଲାରେ ସାମାନ୍ୟରୁ ମାଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ଏବଂ ଆଠଟି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି |4 ତାରିକରେ ରାଜ୍ୟରେ ସେହିପରି ପାଞ୍ଚ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ମାଲକାନଗିରି ,କୋରାପୁଟ ,ରାୟଗଡ଼ା ,ଗଜପତି ,ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି 7 ରୁ 11 ସେଣ୍ଟିମିଟର ବର୍ଷା ହୋଇପାରେ ସେହିପରି 5 ତାରିକରେ ପାଞ୍ଚୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ 6 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ମାଲକାନଗିରି ,କୋରାପୁଟ ,ରାୟଗଡ଼ା ,ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ 7 ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି |

ନବରଙ୍ଗ ପୁର ,ନୟାଗଡ଼ ,ପୁରୀ ,ଖୋର୍ଦ୍ଧା ଏବଂ କନ୍ଧମାଳ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |ପାଣିପାଗ ବିଭାଗ ତରଫରୁ ଏହି ସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *