ଅଷ୍ଟ୍ରେଲିଆକୁ 4-0 ରେ ହରାଇ ବିଶ୍ୱକପ ପରାଜୟର ବଦଲା ନେଲା ଟିମ ଇଣ୍ଡିଆ ,ଫ୍ୟାନଙ୍କ ମୁହଁରେ ଫୁଟିଲା ହସ

ନମସ୍କାର ଦର୍ଶକବନ୍ଧୁ ଏକ ତରଫ ସିରିଜ ଜିତିଲା ଟିମ ଇଣ୍ଡିଆ ଶେଷ ମ୍ୟାଚର 6 ରନରେ ଅଷ୍ଟ୍ରେଲିଆ ପରାସ୍ତ ଗତକାଲି ବ୍ୟାଙ୍ଗଲୋରର M.Chinnaswamy ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ ଅଷ୍ଟ୍ରେଲିଆ ଶେଷ ମ୍ୟାଚରେ ଟିମ ଇଣ୍ଡିଆର ବିଜୟ ଭାରତ ଠାରୁ 6 ରନରେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ ଦଳ ଟିମ ଇଣ୍ଡିଆ ପକ୍ଷରୁ ମିଳିଥିବା 161 ରନର ବିଜୟ ଲକ୍ଷକୁ କଙ୍ଗାରୁ ଦଳ କୋଡ଼ିଏ ଓଭର ଯାଇ ଖେଳି ମାତ୍ର 154 ରନ ସଂଗ୍ରହ କରି ପାରିଛି |

ଯେଉଁଥିରେ ଦଳ ମୂଲ୍ୟବାନ 8 ଗୋଟି ଉଇକେଟ ହରାଇ ଶେଷରେ ପରାଜୟ ସାମ୍ନା ହୋଇଛି |ସୂଚନା ଯୋଗ୍ୟ ଯେ ଗତ କାଲି କଙ୍ଗାରୁ ଦଳ ଟସ ଜିତି କଙ୍ଗାରୁ ଦଳ ପ୍ରଥମେ ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା ଭାରତ ନିର୍ଦ୍ଧାରିତ 160 ରନରେ ସଂଗ୍ରହ କରିଥିଲା |

ଭାରତ ପକ୍ଷରୁ ୟଶସ୍ବୀ ଜଇସ୍ବଲ ଏବଂ ଋତୁରାଜ ଗାଈକ୍ୱାଡ଼ ଓପନିଂ ବ୍ୟାଟିଙ୍ଗ କରିଥିଲେ |ଶ୍ରେୟସ ଆୟର 37 ଟି ବଲ ଖେଳି ପାଞ୍ଚୋଟି ଚୌକା ଏବଂ 2 ଟି ଛକା ବଳରେ 53 ରନ ସଂଗ୍ରହ କରିଥିଲେ ସେହିପରି ଅଲ ରାଉଣ୍ଡର ଅକ୍ସର ପଟେଲ 31 ରନ ,ଜୀତେଶ ଶର୍ମା 24 ଏବଂ ଋତୁରାଜ ଗାଇକ୍ଵାଡ଼ 10 ରନ ସଂଗ୍ରହ କରିଥିଲେ |

ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଏବଂ ରୀଙ୍କ ସିଂହ ଖରାପ ବ୍ୟାଟିଙ୍ଗ ପ୍ରଦର୍ଶନ କରି ମାତ୍ର 5 ରୁ 6 ରନ ସଂଗ୍ରହ କରି ଆଉଟ ହୋଇ ଯାଇଥିଲେ ଏହା ପରେ କଙ୍ଗାରୁ ଦଳ 161 ରନକୁ ପିଛା କରି 6 ରନରେ ପରାସ୍ତ ହୋଇଛି |

Leave a Reply

Your email address will not be published. Required fields are marked *