ଆଜିର ରାଶିଫଳ 2023 ଡିସେମ୍ବର 3 ରବିବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ପିଲାଙ୍କ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଅବଶ୍ୟ ଉପକୃତ ହେବେ। ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରିବେ।

ବୃଷ ରାଶି -ବନ୍ଧୁ ପରିଜନମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଦିନସାରା କଠୋର ପରିଶ୍ରମ ଜନିତ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ନେବାକୁ ଭୁଲି ଯାଇପାରନ୍ତି

ମିଥୁନ ରାଶି -କ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ପୁନଶ୍ଚ ଏହା ସାଙ୍ଗକୁ ପରିବାରରେ ମଧ୍ୟ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଲାଭବାନ୍‌ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ।

ସିଂହ ରାଶି -ଆଜି ଯେମିତି ଚାହୁଁଛନ୍ତି ସେହିଭଳି କାମ ସମ୍ପନ୍ନ ହେବାରେ ଅସୁବିଧା ହେବନାହିଁ। ଶ୍ରମଜୀବୀମାନେ କଠିନ ପରିଶ୍ରମ କରି ଉଚିତ ପାରିଶ୍ରମିକ ପାଇବେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପିଲାମାନଙ୍କର କନ୍ଦଳକୁ କେନ୍ଦ୍ରକରି ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।

କନ୍ୟା ରାଶି -ସମସ୍ୟା ମଧ୍ୟରେ ଗତି କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁସଙ୍ଗିକ ସୁବିଧା ସୁଯୋଗ ପାଇ ପଡ଼ୋଶୀଙ୍କଠାରୁ କାମ ହାସଲ କରିବେ। ପାରସ୍ପରିକ ମତଭେଦ କାରଣରୁ ଅପରାହ୍ନେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ସମସ୍ୟା ସମାଧାନ ହେବା ସାଙ୍ଗକୁ ଉଚ୍ଚ ପ୍ରଶଂସା ମଧ୍ୟ ପାଇବେ।

ତୁଳା ରାଶି -ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ, କିନ୍ତୁ ବିଶେଷ କ୍ଷତି ହେବ ନାହିଁ। ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।

ବିଛା ରାଶି -ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। ପ୍ରତ୍ୟେକ କଥାରେ ପଡ଼ୋଶୀଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ।

ଧନୁ ରାଶି -କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କିନ୍ତୁ ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ।

ମକର ରାଶି -ବନ୍ଧୁଙ୍କ ଅନାଦର ଭାବ ଯୋଗୁଁ ସାମୟିକ ମନ ଦୁଃଖ ଘଟିବ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ମିଳିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।

କୁମ୍ଭ ରାଶି -କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିବେ। ତଥାପି ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ।

ମୀନ ରାଶି -ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍‌ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିନପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛିି।

Leave a Reply

Your email address will not be published. Required fields are marked *