ନମସ୍କାର ଦର୍ଶକବନ୍ଧୁ ପ୍ୟାନ କାର୍ଡକୁ ନେଇ ଆସିଲା ବହୁତ ବଡ଼ ଜରୁରୀ ସୂଚନା ଆପଣମାନେ ଜାଣି ସାରିଥିବେ 11.5 କୋଟି ପ୍ୟାନ କାର୍ଡ ବନ୍ଦ କରିଛନ୍ତି ସରକାର ତେବେ ଆପଣଙ୍କ ଯଦି ପ୍ୟାନ କାର୍ଡ ଅଛି ତେବେ ଆପଣଙ୍କ ପ୍ୟାନ କାର୍ଡ ବନ୍ଦ ହେବ କି କଣ ରହିଛି ଏନେଇ ବଡ଼ ଅପଡେଟ ଆସନ୍ତୁ ସମ୍ପୂର୍ଣ୍ଣ ଡିଟେଲସ ଜାଣିବା |କେନ୍ଦ୍ର ସରକାର 11.5 କୋଟି ପ୍ୟାନ କାର୍ଡ ବନ୍ଦ କରିଦେଇଛନ୍ତି ପ୍ୟାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିଥିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଦେଇଛନ୍ତି ସରକାର |
ଏକ RTI ଜରିଆରେ ସେଣ୍ଟ୍ରାଲ ବୋର୍ଡ ଆଫ ଡାଇରେକ୍ଟ ଟ୍ରାଞ୍ଜାକ୍ସନ ଅର୍ଥାତ CBDT ସୂଚନା ଦେଇଛି ଯେ ପ୍ୟାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ କରିବାର ସମୟ ସୀମା ଜୁନ 30 ତାରିକ ପର୍ଯ୍ୟନ୍ତ ଥିଲା |ତେବେ ଯେଉଁ ଲୋକମାନେ ଏହି ସମୟ ସୀମା ମଧ୍ୟରେ ଦୁଇ କାର୍ଡକୁ ଲିଙ୍କ କରିନଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |ଦେଶରେ ବର୍ତ୍ତମାନ ପ୍ୟାନ କାର୍ଡ ସଂଖ୍ୟା 70.24 କୋଟିରେ ପହଁଚିଛି ଏଥିରୁ 57.24 କୋଟି ଲୋକ ପ୍ୟାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିଛନ୍ତି |
ପ୍ରାୟ ବାରକୋଟି ଲୋକ ଧାର୍ଯ୍ୟର ସହିତ ଏହି ନିୟମ ପାଳନ କରି ନାହାଁନ୍ତି ଏଥିରୁ 11.5 କୋଟି ପ୍ୟାନ କାର୍ଡ ଡିଆକ୍ଟିଭ କରି ଦିଆଯାଇଛି |ଆଉ ଆପଣ ଯଦି ଭାବୁଛନ୍ତି ଆପଣଙ୍କ ପାଖରେ ଥିବା ପ୍ୟାନ କାର୍ଡଟି ଆଧାର କାର୍ଡ ସହ ଲିଙ୍କ ହୋଇଛି କି ନାହିଁ ତେବେ ଜାଣିରଖନ୍ତୁ ଆୟକର ଅଧିନାୟିକତ୍ୱ ଦ୍ୱାରା 139A ଅନୁଯାଇ ପ୍ୟାନ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି |
ଆଉ ଏହି ଆଦେଶ ଅନୁସାରେ ଯେଉଁମାନେ ପ୍ୟାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାରେ ବିଫଳ ହୋଇଛନ୍ତି ସେମାନେ 1,000 ଟଙ୍କା ଜୋରିମାନା ଦେଇ ଏବେ ସୁଦ୍ଧା ପ୍ୟାନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିପାରିବେ |
ତେବେ ଜାଣିରଖନ୍ତୁ 2017 ଜୁଲାଇ1 ପୂର୍ବରୁ ପ୍ୟାନ କାର୍ଡ ତିଆରି କରିଥିଲେ ସେମାନଙ୍କ ପାଇଁ ଏହି ନିର୍ଦେଶ ଜାରି ହୋଇଥିଲା ଯେଉଁ ମାନେ ଏହା ପୂର୍ବରୁ ପ୍ୟାନ କାର୍ଡ କରିଥିଲେ ସେମାନେ ପ୍ୟାନ ସହିତ ଆଧାର କାର୍ଡ ଲିଙ୍କ କରୁଛନ୍ତି କି ନାହିଁ ଜାଣିନେବା ନିହାତି ଜରୁରୀ |