ଏବେ ଏବେ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଖୁସି ଖବର ,ସମସ୍ତ ବିଦ୍ୟାଳୟରେ ମିଳିବ ଏହି ଯୋଜନାରେ ଲାଭ

ଏବେ ଏବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କଲେ ଆଉ ଏକ ନୂଆ ଯୋଜନା ଯେଉଁ ଯୋଜନାର ନାମ ହେଲା ପ୍ରଧାନ ମନ୍ତ୍ରୀ ଶ୍ରୀ ଯୋଜନା ଏହି ଯୋଜନାରେ କଣ ଫାଇଦା ମିଳିବ ଆଉ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ବିଷୟରେ ଜାଣିବା । ଭୁବେଶ୍ବରଠାରେ ଓଡ଼ିଶାର ୩୬ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦୟ ବିଦ୍ୟାଳୟରେ ପିଏମ୍ ଶ୍ରୀ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ପ୍ରାୟ ୧କୋଟି ପିଲାଙ୍କର ଭବିଷ୍ୟତକୁ ଗଢ଼ିବା ସହିତ ତାଙ୍କ ମନରେ ବଢ଼ୁ ଥିବା ଆତ୍ମ ବିଶ୍ୱାସ ସିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଳି କହୁଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତିଯେ ପ୍ରଧାନମନ୍ତ୍ରୀ କଳ୍ପନାରେ ପ୍ରାୟତ ୨୪ହଜାର କୋଟି ଟଙ୍କା ବେୟ ବରାଦର ସମଗ୍ର ଦେଶରେ ୧୪,୫୦୦ରୁ ଅଧିକ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଅକ୍ଷ ନେଇ ୨୦୨୨ଡିସେମ୍ବର ୭ରେ ପାଏମ୍ ଶ୍ରୀ ଯୋଜନାର ଶୁଭ ଆରମ୍ଭ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ସଡେ ୬ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୪ହଜାର ସ୍କୁଲକୁ ଚୟନ କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ବର୍ତ୍ତମାନ ଓଡିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦୟା ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୩୭ଟି କେନ୍ଦୀୟ ବିଦ୍ୟାଳୟ ଓ ୨୬ଟି ନବଦୟ ବିଦ୍ୟାଳୟକୁ ଆଜିଠାରୁ ପିଏମ ଶ୍ରୀ ସ୍କୁଲ ଭାବେ ଅନ୍ତର ଭୁକ୍ତ କରାଯାଇଛି |

୨୦୨୩ ୨୦୨୪ ବର୍ଷ ପାଇଁ ପାଖ ପାଖି ପ୍ରାୟ ୫୦କୋଟି ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ସେଥିରୁ ୧୨କୋଟି ଟଙ୍କା ଏହି ବିଦ୍ୟାଳୟକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି। ଏପଟେ ମନ୍ତ୍ରୀ ଆହୁରି ଜଣାଇଛନ୍ତି ପିଲାମାନଙ୍କର ଦକ୍ଷତା ବୃଦ୍ଧି ଶହ ସେମାନଙ୍କ ବୈଜ୍ଞାନିକ ମନ ଭାବକୁ ବଢ଼ାଇବା ପାଇଁ ଏବଂ କଳା ସାହିତ୍ୟ ବିଜ୍ଞାନରେ ସୁଜନ ଶିଲାତ ବଢ଼ାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦକ୍ଷତା ବଢ଼ାଇବା ଦିଗରେ ପିଏମ ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବ।

Leave a Reply

Your email address will not be published. Required fields are marked *