ନମସ୍କାର ଦର୍ଶକବନ୍ଧୁ ଘରେ ସୁଖ ଶାନ୍ତି ବଜାଇ ରଖିବାକୁ ହେଲେ ସକାଳୁ ଭକ୍ତି ଗୀତ କିମ୍ବା ଭୋଜନ କିଛି ସମୟ ବଜାଇବା ଉଚିତ | ଘରେ ଝାଡ଼ୁକୁ କେବେବି ଠିଆ କରି ରଖନ୍ତୁ ନାହିଁ ଏବଂ ଝାଡୁରେ କେବେ ଗୋଡ଼ ମାରନ୍ତୁ ନାହିଁ ଏହାଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ ବାସ୍ତୁ ବିଦ୍ୟା ଅନୁସାରେ କେବେବି ଶୋଇବା ଘରେ ଆଇନା ରଖନ୍ତୁ ନାହିଁ ଯଦି ରଖିବାକୁ ପଡ଼ିଥାଏ ତେବେ କପଡ଼ା ଘୋଡ଼ାଇ ରଖିବା ଉଚିତ |
ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ 6 ଟାରୁ 8 ଟା ମଧ୍ୟରେ କରନ୍ତୁ ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି ବସିବା ଉଚିତ |ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତି ଏହା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୁଏ |
ଘର ଭିତରେ ପୂଜା କରିଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସ ଟିଏ ରଖିବା ଉଚିତ ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରହିବା ପାଇଁ ହେଲେ ମୁଖ୍ୟ ଦ୍ଵାରର ଡାହାଣ ପାଖରେ ସ୍ୱସ୍ତିକ ଚିହ୍ନ ଟିଏ ଆଙ୍କିବା ଉଚିତ |ଘରେ ଯଦି ଔଷଧ ଟିଏ ରଖିଥାଆନ୍ତି ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ |
ଏହା ଦ୍ୱାରା ଔଷଧର ପ୍ରଭାବ ଭଲ ରହିଥାଏ |ଘରେ କେବେବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ହୋଇଥାଏ |ଘରେ ଶୋଇବା ବେଳେ କେବେବି ଦକ୍ଷିଣ ଦିଗକୁ ଗୋଡ଼ ରଖି ଶୋଇବା ଉଚିତ ନୁହେଁ ଏହା ଦ୍ୱାରା ଅଶାନ୍ତି ଏବଂ ଖରାପ ସ୍ବପ୍ନ ଆସିଥାଏ |