କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି 5ଟି ନିୟମ ପୁଣ୍ୟର ପ୍ରାପ୍ତି ହେବ ,ସ୍ୱୟଂ ମା ଲକ୍ଷ୍ମୀ ନିଜେ ଆସିବେ ଘରକୁ ,ଜାଣନ୍ତୁ କଣ …

ନମସ୍କାର ବନ୍ଧୁଗଣ ପବିତ୍ର କାର୍ତ୍ତିକ ମାସର ଆରମ୍ଭ ହୋଇ ସାରିଛି ଏହି କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ ଜୀବନ ହସଖୁସିରେ ଭରିଯିବ। ବନ୍ଧୁଗଣ କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ମାସ ଭାବରେ ମାନା ଯାଇଥାଏ। ହିନ୍ଦୁ ଧର୍ମରେ କୁହାଯାଏ ଅଛି କି ଏହି ମାସଟି ଭଗଵାନ ବିଷ୍ଣୁଙ୍କର ଅତି ପ୍ରିୟ ଅଟେ ଏହି ମାସକୁ ଅଧିକ ପୂଜନୀୟ ମାନା ଯାଇଥାଏ। ଶାସ୍ତ୍ର ଅନୁସାରେ ଏହି ସମୟରେ ବ୍ରତ, ତପ, ଦାନ ଧର୍ମ ଏବଂ ପୂଜାପାଠ ଆଦି କରିବା ଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଘରେ ସୁଖଶାନ୍ତି ଭରି ରହିଥାଏ। କୁହାଯାଏ କି ଭଗଵାନ ଶ୍ରୀହରି ବ୍ରହ୍ମାଙ୍କୁ, ବ୍ରହ୍ମା ନାରଦଙ୍କୁ ଏବଂ ନାରଦ ମହାରାଜା ବୁଦ୍ଧଙ୍କୁ ଏହି ମାସର ମହାନତା ବିଷୟରେ କହିଥିଲେ। ଏହା ସହିତ ଏହି ମାସରେ ୭ଟି ମୁଖ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ଏବଂ ଗୃହକୁ ସୁଖ ଶାନ୍ତିର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ ଯାହାକୁ ପାଳନ କରି ଆପଣମାନେ ଭଗଵାନଙ୍କ କୃପା ଲାଭ କରି ପାରିବେ।

ଶ୍ରୀ ହରିଙ୍କର ତୁଳସୀ ଅତି ପ୍ରିୟ ହେବା ଦ୍ଵାରା ଏହି ମାସରେ ତୁଳସୀ ପୂଜାକୁ ଅଧିକ ମହତ୍ତ୍ଵ ଦିଆଯାଇଥାଏ। କହିବାକୁ ଗଲେ ତୁଳସୀ ମାତାଙ୍କର ସର୍ବଦା ପୂଜା କରିବା ଉଚିତ୍ ଏହି ମାସରେ ତାଙ୍କର ପୂଜା ଅର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଏବଂ ଭଗଵାନ ବିଷ୍ଣୁଙ୍କର କୃପା ମିଳିଥାଏ। ତେଣୁ ଏହି ମାସରେ ତୁଳସୀ ମାତାଙ୍କୁ ପୂଜା କରିବା ଉଚିତ୍ ହୋଇଥାଏ।

କାର୍ତ୍ତିକ ମାସର ସବୁଠାରୁ ପବିତ୍ର ନିୟମ ଦୀପ ଦାନକୁ ମାନା ଯାଇଥାଏ। ଏହି ସଂପୂର୍ଣ୍ଣ ମାସରେ ନଦୀ ଏବଂ ପୋଖରୀ ଆଦିରେ ଦୀପ ଦାନ କରିବା ଉଚିତ୍ ହୋଇଥାଏ। ଏହାଦ୍ବାରା ଘରେ ଉପସ୍ଥିତ ଥିବା ନକାରାତ୍ମକ ବାତାବରଣ ଦୂର ହୋଇଥାଏ ଏବଂ ଜୀବନକୁ ସୁଖର ଆଗମନ ହୋଇଥାଏ।

ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ ହୋଇଥାଏ। ମାନାଯାଇଥାଏ କି ଏହି ମାସରେ ଭୂମି ଉପରେ ଶୋଇବା ଦ୍ବାରା ବ୍ୟକ୍ତିର ମନ ଶୁଦ୍ଧ ହୋଇଥାଏ ବ୍ୟକ୍ତିର ଅନ୍ତରରୁ ନକାରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ବିଚାର ପ୍ରବେଶ ହୋଇଥାଏ ଏବଂ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ୍ ଭାବରେ ହୋଇଥାଏ ଯାହା ଫଳରେ ବ୍ୟକ୍ତିର ଶରୀର ସୁସ୍ଥ ଏବଂ ରୋଗ ମୁକ୍ତ ହୋଇଥାଏ।

ମାନ୍ୟତା ରହିଛି କି ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ୍ ନୁହେଁ ଯଦି କେହି ଶରୀରରେ ତେଲ ଲଗାଇବାକୁ ଚାହୁଁ ଥାଆନ୍ତି ତେବେ କେବଳ ନରକ ଚତୁର୍ଦ୍ଦଶୀ ଅର୍ଥାତ୍ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ତେଲ ଲଗାଇ ପାରିବେ।

ଏହି ମାସ ସାରା ମୁଗ, ମସୁର, ଚଣା ଏବଂ ମଟର ଆଦି ଖାଦ୍ୟ ସେବନ କରିବା ଉଚିତ୍ ନୁହେଁ। ଏହାଛଡା ବ୍ୟକ୍ତିଙ୍କୁ ମଦ ଏବଂ ମାଂସ ସେବନରୁ ଦୂରେଇ ରହିବା ଆବଶ୍ୟକ ହୋଇଥାଏ।

ଯେଉଁ ଲୋକ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ନିଜ ଜୀବନରେ ତପସ୍ୱୀ ଭଳି ଜୀବନ ଅତିବାହିତ କରିବା ଉଚିତ୍ ଏହା ସହିତ କମ୍ କଥା କହିବା, ଅନ୍ୟମାନଙ୍କର କଥା ଶୁଣିବା, ଝଗଡ଼ା ଆଦି ନ କରିବା, କାହା ବିଷୟରେ ଖରାପ ନ କହିଲା ଭଳି ନିୟମ ଆଦି ପାଳନ କରିବା ଉଚିତ୍। ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ହୋଇଥାଏ।

ଏହି ମାସରେ ବ୍ରହ୍ମ ଚର୍ଚ୍ଚା ପାଳନ କରିବା ଉଚିତ୍ ଏବଂ ଭଗଵାନ ବିଷ୍ଣୁଙ୍କର ନାମ ସ୍ମରଣ କରିବା ଉଚିତ୍ ମାନା ଯାଇଥାଏ କି କରିବା ଦ୍ବାରା ପତି ପତ୍ନୀଙ୍କ ମଧ୍ୟରେ ବିବାଦ ସମାପ୍ତ ହୋଇଥାଏ ଏଥି ସହିତ ଏହି ମାସର ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ବାରା ବ୍ୟକ୍ତିର ଶରୀରକୁ ସକାରାତ୍ମକ ଉର୍ଯା ମିଳିଥାଏ ଯାହା ଫଳରେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ତେବେ ଦର୍ଶକ ବନ୍ଧୁ ଆପଣମାନେ ଏହିସବୁ ନିୟମକୁ ପାଳନ କରି ଭଗଵାନ ଙ୍କର ଆଶ୍ରୀବାଦ ଲାଭ କରିପାରିବେ।

Leave a Reply

Your email address will not be published. Required fields are marked *