ନମସ୍କାର ଦର୍ଶକବନ୍ଧୁ ଭାରତ ବିଶ୍ୱକପ ଚମ୍ପିୟାନ ହେଲେ ୟୁଜର ମାନଙ୍କୁ ଶହେ କୋଟି ବାଣ୍ଟିବ ଏହି ଷ୍ଟାଟପ କମ୍ପାନୀ ଚମକାଇଲା ଘୋଷଣା ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକ ମାନଙ୍କ ଉତ୍କଣ୍ଠା ବଢିଛି ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମର ଉତ୍ସାହ ବଢିବାକୁ ଚେଷ୍ଟା କରୁଛନ୍ତି |
ଏହି କ୍ରମରେ ଜଣେ ଷ୍ଟାଟପ କମ୍ପାନୀ ଆଷ୍ଟ୍ରୋ ଟ୍ରପର ପ୍ରତିଷ୍ଠିତା ଏବଂ CEO ପୁନିଦ ଗୁପ୍ତା ଭାରତୀୟ ଟିମ ବିଶ୍ୱକପ ଜିତିବା ନେଇ ବଡ଼ ଘୋଷଣା କରିଛନ୍ତି ଏଥର ବିଶ୍ୱକପ ଜିତିଲେ ତାଙ୍କ କମ୍ପାନୀ ନିଜ ୟୁଜର ମାନଙ୍କୁ ଶହେ କୋଟି ଟଙ୍କା ବାଣ୍ଟିବେ ବୋଲି ସେ କହିଛନ୍ତି |ସୋସିଆଲ ମେଡିଆରେ 2011 ବିଶ୍ୱକପ ବିଜୟର ସମୟକୁ ମନେ ପକାଇ ପୁନିଦ କହିଛନ୍ତି |
ଗତ ଥର ଭାରତ ଯେତେବେଳେ ବିଶ୍ୱକପ ଜିତିଥିଲେ ମୁଁ କଲେଜରେ ପଢ଼ୁଥିଲି ସେଦିନ ମୋ ଜୀବନର ଖୁସିର ଦିନ ଗୋଟିଏ ଥିଲା ସାରା ଦିନ ସାଙ୍ଗ ମାନଙ୍କ ସହ ମୁଁ ଚିନ୍ତାରେ ଥିଲି ସମସ୍ତେ ମ୍ୟାଚ ଜିତିବା ବେଳେ ମୁଁ ବହୁତ ଉତ୍ସାହିତ ହୋଇ ଯାଇଥିଲି |ସାଇକେଲରେ ପ୍ରତି ଗଳି ସନ୍ଧି ବୁଲି କ୍ରିକେଟ ପ୍ରଶଂସକ ମାନଙ୍କୁ ଆଲିଙ୍ଗନ କରିଥିଲୁ |
ତେବେ ସେତେବେଳେ ବନ୍ଧୁ ମାନଙ୍କ ସହିତ ଖୁସି ବାଣ୍ଟି ପାରିଥିଲି ହେଲେ ଆଷ୍ଟ୍ରୋଟର ବ୍ୟବହାର କାରୀ ମାନେ ଅଛନ୍ତି ଯେଉଁମାନଙ୍କ ସହ ମୁଁ ନିଜ ଖୁସି ବାଣ୍ଟିବି |ଯଦି ଭାରତୀୟ ଟିମ ଜିତେ ତେବେ ମୁଁ ଶହେ କୋଟି ଟଙ୍କା ବାଣ୍ଟିବି ଆସନ୍ତୁ ଦଳର ବିଜୟ ଲାଗି ପ୍ରାର୍ଥନା କରିବା ଏବଂ ତାଙ୍କର ଉତ୍ସାହ ବଢାଇବା