ଗଭୀର ଅବପାତର ରୂପ ନେଲା ଲଘୁଚାପ, ଆଜି ରାତିରୁ ନାଦି ପକେଇବ ଏହି ସବୁ ଜିଲ୍ଲାରେ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

ଯେତେବେଳେ ଗଭୀର ଅବପାତର ରୂପନେଇସାରିଛି ଲଘୁଚାପ ଠିକ ସେତିକି ବେଳେ ଆଜିରାତିରୁ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଛି | ବଙ୍ଗୋପ ସାଗରରେ ସୃଷ୍ଟି ଅବପାତ ଗ୍ରୁଣ୍ଣିଝଡରେ ପରିଣତ ହେବ ଆଶଙ୍କା ଜଣାଯାଉଛି ଯାହାର ପ୍ରଭାବରେ ଆଜି ରାତିରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ | ଏହା ନଭେମ୍ବର 17ରେ ଘ୍ରୁଣ୍ଣିଝଡ଼ରେ ପରିଣତ ହେଏବାର ଯଥେଷ୍ଟ ସମ୍ଭାବନା ରହିଛି | ଆଉ ଯାହାର ପ୍ରଭାବରେ ସମୁଦ୍ରର ପବନର ବେଗ ଘଣ୍ଟା ପ୍ରତି 80ରୁ 90 କିଲୋମିଟର ପର୍ଯ୍ୟନ୍ତ ରହିବ |

ଆଉ ସେଥିପାଇଁ ପୁରୀ, ଜଗସିଂପୁର ଏବଂ ଭଦ୍ରକ ଜିଲ୍ଲା ଉପକୂଳରେ ପବନର ବେଗ ଏହି ସମୟରେ ଘଣ୍ଟା ପ୍ରତିବେଗ 55ରୁ 70 କିଲିମିଟର ବେଗରେ ବହିପାରେ ବୋଲି ପୂର୍ବାନୁମାନ କରାଯାଉଛି | ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧୁବାର ପାରାଦୀପ ଠାରୁ ଦକ୍ଷିଣ ପୂର୍ବ ପ୍ରୟ 650 କିଲିମିଟର ଦୂରରେ କେନ୍ଦିଭୁତ ହୋଇଥିବା ସୂଚନା ମିଳୁଛି | ଶୁକ୍ରବାର ଏହା ଉତର ପୂର୍ବ ଦିନରେ ଅନ୍ଧାର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ଯଥେଷ୍ଟ ସମ୍ଭାବନା ରହିଛି |

ପରବର୍ତୀ ସମୟରେ ଗଭୀର ଅବପାତରେ ରୂପ ନେଇ ପରେ ବୋଲି ପୂର୍ବାନୁମାନ କରାଯାଇଛି ଆଉ ପରବର୍ତୀ ସମୟରେ ନୁହେ ଏବେ ଏହା ଗଭୀର ଅବପାତରେ ରୂପ ନେଇ ସାରିଛି | ଶନିବାର ସକାଳେ ବାଙ୍ଗଲାଦେଶ ଉପକୂଳ ମଙ୍ଗଳା ଓ ଖେପୁପୁର ଅତିକ୍ରମ କରିବାର ସମ୍ଭାବନା ରହିଛି | ପ୍ରଭାବରେ ଆଜି 6 ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ପୁରୀ, କେନ୍ଦ୍ରାପଡ଼ା, କଟକ, ଜଗସିଂପୁର, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ଆଜି ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ |

ଏହି ସବୁ ଜିଲ୍ଲାକୁ ବର୍ତମାନ ସୁଦ୍ଧା ୟେଲୋ ୱାରର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣି ପାଗ ବିଭାଗ ଆଜି ଗଞ୍ଜମ, ଜଗସିଂହପୁର, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି | ଏହା ନଭେମ୍ବର 18 ତାରିଖ ସକାଳେ ବାଲେଶ୍ଵର ଉପକୂଳଠାରେ କିଛି ଦୂରରେ ରହିବାର ସମ୍ଭାବନା ରହିଛି | ଯେଉଁ ସମୟରେ ପବନର ବେଗ ଘଣ୍ଟା ପ୍ରତି 60 ରୁ 75 କିଲୋମିଟର ବେଗରେ ବହିବାର ପୂର୍ବାନୁମାନ କରାଯାଉଛି |

ଆଉ ଏହାର ପ୍ରଭାବରେ ନଭେମ୍ବର 16 ତାରିଖ ମାନେ ଆଜିଠାରୁ ଭୁବେନେଶ୍ଵର ସମେତ ଉପକୂଳ ଓଡ଼ିଶାରେ ମାଧ୍ୟମ ଧାରଣରୁ ଭାରି ବର୍ଷା ହୋଇପାରେ | ତେବେ ନଭେମ୍ବର 17 ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି କାରଣ ଏହା ସାରା ଦିନ ଭଦ୍ରକ ଉପକୂଳରେ ସ୍ଥିର ରହିବ | ନଭେମ୍ବର 16 ଏବଂ 17ରେ ଭୁବେନେଶ୍ଵରରେ 40ରୁ 60 କିଲୋମିଟର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଖୋର୍ଦ୍ଧାରେ 30ରୁ 45 ମିଲିମିଟର ବର୍ଷା ହୋଇପାରେ |

Leave a Reply

Your email address will not be published. Required fields are marked *