ସ୍କୁଲ Student ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଶୀତ ଛୁଟିକୁ ନେଇ ସରକାର ନେଲେ ଏଭଳି ନିଷ୍ପତି ,ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ଼ ଅପଡେଟ ସମୟେ ପୂର୍ବରୁ ଆଗାମୀ ଶୀତ ଛୁଟି ଲାଗୁ କରିବାକୁ ସରକାରଙ୍କ ନିର୍ଦେଶ ତେବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |ଦିଲ୍ଲୀରେ ପ୍ରଦୂଷଣ କାରଣରୁ ସମସ୍ତ ସ୍କୁଲ ଛୁଟିକୁ କରି ଦିଆଯାଇଛି ଏଠାରେ 9 ରୁ 18 ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ |ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ପ୍ରଦୂଷଣକୁ ଦେଖିକି ଡିସେମ୍ବରରେ ଲାଗୁ ହୋଇଥିବା ଶୀତ ଛୁଟି ସମୟରେ ପରିବର୍ତ୍ତନ କରାଯାଇଛି |

ଏହା ପୂର୍ବରୁ ଦିଲ୍ଲୀ ସରକାର ନଭେମ୍ବର 10 ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବା ଏବଂ ଅନଲାଇନ କ୍ଲାସ କରିବାକୁ ଆଦେଶ ଦେଇଥିଲେ ଏବେ ସ୍କୁଲରେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ଚାଲୁଚି |ବିଭିନ୍ନ ପଦକ୍ଷେପ ସତ୍ୱେ ବି ବାୟୁ ପ୍ରଦୂଷଣ ହ୍ରାସ ପାଉ ନଥିବାରୁ ସରକାର ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି |

ସ୍କୁଲ 18 ପର୍ଯ୍ୟନ୍ତ ବନ୍ଦ ରହିବ 19 ରେ ରବିବାର ପଡୁଥିବାରୁ 20 ନଭେମ୍ବରରେ ସ୍କୁଲ ଖୋଲିବ |ଦିଲ୍ଲୀର ଶିକ୍ଷା ନିର୍ଦେଶକ ହିମାଂଶୁ ଗୁପ୍ତା କହିଛନ୍ତି ଗମଭିର ଏକ୍ୟୁଆଇ ଓ ଆଇଏମଡିର ଅନୁମାନକୁ ଦେଖି 2023-24 ବର୍ଷରେ ଶୀତ ଛୁଟି ସମୟ ପୂର୍ବରୁ କରାଯିବାକୁ ନିର୍ଦେଶ ଦିଆଯାଇଛି |ସମସ୍ତ ସ୍କୁଲ 9 ରୁ 18 ତାରିକ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବା ପାଇଁ ନିର୍ଦେଶ ଦିଆଯାଇଛି |

12 ନଭେମ୍ବରରେ ଦୀପାବଳି ଥିବାରୁ ଏହି ସମୟରେ ଦିଲ୍ଲୀରେ ପ୍ରଦୂଷଣ ଅଧିକ ଥିବାର ସମ୍ଭାବନା ବଢି ଯିବାର ଆଶଙ୍କା ରହିଛି |ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ ଚାରି ଶହରୁ ପାଞ୍ଚଶହ ପାଖାପାଖି ରହିଛି ଏହି ପ୍ରକାର ଜଳବାୟୁ ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *