ଭାରତର ସବୁଠାରୁ ଭୟଙ୍କର କମାଣ୍ଡୋ ,ଯାହା ନାଁ ଶୁଣିଲେ ଚୀନ ,ପାକିସ୍ତାନ ଏବଂ ରୁଷ ଭଳି ଦେଶ ମାନଙ୍କର ପ୍ୟାଣ୍ଟ ଢିଲା ହୋଇଯାଏ

ନମସ୍କାର ଦର୍ଶକବନ୍ଧୁ ଭାରତୀୟ ସେନାର ପ୍ରତ୍ୟକ ସୈନିକ ବହୁତ ସାହସୀ ହୋଇଥାଆନ୍ତି କିନ୍ତୁ ଏମିତି ଏକ ସୈନିକ ରେଜିମେଣ୍ଟ ଅଛି ଯାହାକୁ ସବୁଠାରୁ ଅଧିକ ସାହସୀ ବୋଲି କୁହାଯାଏ |ମୃତ୍ୟୁକୁ ସାମ୍ନାରେ ଦେଖିଲେ ମଧ୍ୟ ଏମାନେ ଡରନ୍ତି ନାହିଁ ଏମାନଙ୍କ ବିଷୟରେ କୁହାଯାଏ ଯେ ଏମାନଙ୍କୁ ମୃତ୍ୟୁର ମଧ୍ୟ ଭୟ ନଥାଏ ଏମାନଙ୍କର ସାହସ ଏବଂ ରଣ କୌଶଳ ଯୋଗୁଁ ବ୍ରିଟିଶ ସେନା ମଧ୍ୟ ଏମାନଙ୍କୁ ନିଜ ସେନାରେ ଜାଗା ଦେଇଛି |

ଆମେ କଥା ହେଉଛୁ ଗୋରଖା ସୈନିକଙ୍କ ବିଷୟରେ ଏମାନଙ୍କ ବିଷୟରେ ଭାରତୀୟ ସେନାର ପ୍ରଥମ ଫିଲଡ ମାଷ୍ଟର ସଁ ମାନିକ୍ସ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି କହୁଛି ଯେ ସେ ମରିବାକୁ ଡରେ ନାହିଁ ତ ସେ ମିଛ କହୁଛି ଅଥବା ସେ ଜଣେ ଗୋରଖା ଅଟେ |24 ଏପ୍ରିଲ 1815 ରେ ବ୍ରିଟିଶ ଦ୍ୱାରା ଗୋରଖାର ରେଜିମେଣ୍ଟ ଆରମ୍ଭ କରା ଯାଇଥିଲା |ଗୋରଖା ରେଜିମେଣ୍ଟ ବଳିଦାନର ଅନ୍ୟତମ ନାମ ଅଟେ |

ବର୍ତ୍ତମାନ ସମୟରେ ଗୋରଖା ସୈନିକ ଭାରତ ,ନେପାଳ ଏବଂ ବ୍ରିଟିଶ ସେନାରେ କାମ କରୁଛନ୍ତି |ଗୋରଖା କୌଣସି ଗୋଟିଏ ଜାତିର ଲୋକ ନୁହଁନ୍ତି ବରଂ ନେପାଳର ଏକ ଜିଲ୍ଲା ରହିଛି ଯାହାର ନାଁ ଗୋରଖା ଅଟେ |ଭାରତୀୟ ସୈନରେ ଗୋରଖା ସୈନିକଙ୍କ ଭର୍ତ୍ତି ପାହାଡ଼ରେ ରହୁଥିବା ଗୁରୁ ଲେମ୍ବୁ ,ରାୟ ଏବଂ ସାଗର ଆଦି ଜାତିରୁ କରାଯାଏ |

ଗୋରଖା ସୈନିକଙ୍କୁ ସେମାନଙ୍କ ଆକ୍ରମଣ ଶୈଳୀରୁ ଜଣା ଯାଇଥାଏ |ଯେତେବେଳେ ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତରୁ ଦୁଇ ଲକ୍ଷ ଗୋରଖା ସୈନିକ ଏଥିରେ ଭାଗ ନେଇ ଥିଲେଏହି ଯୁଦ୍ଧରେ ଏମାନେ ଶତ୍ରୁକୁ ମଧ୍ୟ ପରାସ୍ତ କରିଥିଲେ ଏବଂ ଆଜି ମଧ୍ୟ ପ୍ରଥମ ବିଶ୍ବଯୁଦ୍ଧରେ ଏମାନଙ୍କର ସାହସର କାହାଣୀ ଶୁଣିବାକୁ ମିଳେ |

ଗୋରଖା ସୈନିକଙ୍କ ଯୁଦ୍ଧ କୌଶଳ ଯୋଗୁଁ 1947 ମସିହାରେ ନେପାଳ ,ଭାରତ ଏବଂ ବ୍ରିଟିଶ ମଧ୍ୟରେ ଏକ ଚୁକ୍ତି କରାଗଲା ଏବଂ ଏହା ଦ୍ୱାରା ଗୋରଖା ସୈନିକ ମାନେ ତିନୋଟି ଦେଶ ଅଧୀନରେ କାମ କରିପାରିଲେ ବର୍ତ୍ତମାନ ଭାରତର ସେନାରେ ସାତୋଟି ଗୋରଖା ରେଜିମେଣ୍ଟ ଅଛି |

Leave a Reply

Your email address will not be published. Required fields are marked *