ହାରିବା ମ୍ୟାଚକୁ ଜିତି ବିଶ୍ୱକପର ସେମି ଫାଇନାଲରେ ଅଷ୍ଟ୍ରେଲିଆ ,Maxwell ଙ୍କ ପ୍ରହାରରେ କାନ୍ଦି କାନ୍ଦି ଭାରତ ଛାଡ଼ିଲେ ଆଫଗାନିସ୍ତାନ

ନମସ୍କାର ଦର୍ଶକବନ୍ଧୁ ଗ୍ଲେନ ମାକ୍ସିୱେଲ କଲେ ଭାରତୀୟ ଦର୍ଶକମାନଙ୍କ ପାଇଁ କିଛି ଏପରି କାର୍ଯ୍ୟ ଯାହାକୁ ଆପଣମାନେ ମଧ୍ୟ କରିବେ ପ୍ରଶଂସା |ଆଫଗାନିସ୍ତାନ ବିପକ୍ଷରେ ହାରି ଯାଇଥିବା ମ୍ୟାଚକୁ ଜିତାଇ ମ୍ୟାଚର ହିରୋ ପାଲଟି ଯାଇଛନ୍ତି ଗ୍ଲେନ ମାକ୍ସିୱେଲ ଏବଂ ସେ କେବଳ ହିରୋ ପାଲଟି ନାହାଁନ୍ତି ବରଂ କ୍ରିକେଟ ଇତିହାସରେ ନୂଆ ରେକର୍ଡ କରି ଇତିହାସ ସୃଷ୍ଟି କରିଛନ୍ତି |

ତେବେ ଏହି ମ୍ୟାଚ ପାଇଁ ମ୍ୟାକ୍ସିୱେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପାଇଁ ପୁରସ୍କାର ଘୋଷଣା କରା ଯାଇଥିଲା ଯେତେବେଳେ ସେ ଏହି ଟ୍ରଫି ନେଇଥିଲେ ସେ ନିଜ ବୟାନ ଦେଇ କହିଥିଲେ ଯେ ଆଜିର ଦିନ ଏବଂ ଆଜିର ମ୍ୟାଚ ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ କ୍ରାମ୍ପ ଯୋଗୁଁ ମତେ ବ୍ୟାଟିଙ୍ଗରେ ବହୁତ ପ୍ରୋବ୍ଲେମ ହୋଇଥିଲା କିନ୍ତୁ ମୁଁ ନିଶ୍ଚିତ କରିଥିଲି ଯେ ଯେମିତି ହେଉ ମ୍ୟାଚକୁ ଜିତିବାକୁ ପଡ଼ିବ |

କିନ୍ତୁ ଏହି ମ୍ୟାଚରେ ବଡ଼ ଯୋଗଦାନ ଭାରତୀୟ ପ୍ରଶଂସକ ମାନଙ୍କ ମଧ୍ୟ ରହିଛି |ଯେଉଁ ମାନେ କି ଷ୍ଟାଣ୍ଡରେ ବସି ମତେ ପ୍ରତିଟି ସର୍ଟରେ ଚିୟର କରିଥିଲେ |ମୁଁ ଆଘାତ ଖାଇ ପଡ଼ିଆରେ ଶୋଇ ଯାଇଥିଲେ ମଧ୍ୟ ସେମାନେ ମତେ ମୋଟିଭେଟ କରି ଚିୟର ଅଫ କରୁଥିଲେ |

ସେଥିପାଇଁ ମୁଁ ଏହି ଆୱାର୍ଡ ଭାରତୀୟ ଦର୍ଶକଙ୍କୁ ଡେଡିକେଟ କରିବା ପାଇଁ ଚାହେଁ ଗ୍ଲେନ ମ୍ୟାସ୍କିୱେଲ ପ୍ରଥମେ ବ୍ୟାଟିଙ୍ଗରେ ହୃଦୟ ଜିତିଲେ ଏବଂ ପରେ ଏହି ବୟାନ ଦ୍ୱାରା ସମସ୍ତଙ୍କ ମନ ଜିଟିଗଲେ |

Leave a Reply

Your email address will not be published. Required fields are marked *