ନମସ୍କାର ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ଆସୁଥିବା ସମୟ ବିଷୟରେ ଜାଣିବା ପାଇଁ ସେହି ବ୍ୟକ୍ତିର ଜନ୍ମ ସମୟ ,ତାରିକ ଆଉ ବାର ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଆଜି ଆମେ ଆପଣଙ୍କୁ କହିବୁ ସପ୍ତାହର ପ୍ରତିବାରର ମହତ୍ତ୍ୱ କଣ ରହିଛି ଏବଂ ସେହିଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମହତ୍ତ୍ୱ କଣ ହୋଇଥାଏ ତେବେ ଚାଲନ୍ତୁ ଜାଣିବା |
ସୋମବାର -ଯେଉଁ ଲୋକ ଏହି ବାର ଜନ୍ମ ହୋଇଥାଏ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜ୍ମା ପୀଡ଼ିତ ହୋଇଥଆନ୍ତି ସେମାନେ ନିଜର ଦୟାପଣ ଏବଂ ଭଲ ସ୍ଵଭାଵ କାରଣରୁ ଜଣା ଯାଆନ୍ତି ଏମାନେ ନିଜ ଖୁସି ଏବଂ ଦୁଃଖକୁ ବହୁତ ଭଲ ଭାବରେ ହ୍ୟାଣ୍ଡଲ କରିପାରନ୍ତି |ପ୍ରଥମେ ପ୍ରଥମେ ଏମାନଙ୍କ ରୁଚି ପାଠ ପଢ଼ାରେ ନଥାଏ କିନ୍ତୁ ପରେ ଏମାନେ ତାହାକୁ ପାରି କରିଦିଅନ୍ତି |
ମଙ୍ଗଳବାର -ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ଜନ୍ମ ହୋଇଥାଏ ସେମାନେ ଟିକେ ରାଗି ସ୍ୱଭାବର ହୋଇଥାଆନ୍ତି ଏହି କାରଣରୁ ତାଙ୍କୁ ଭଲ ସିଚ୍ୟୁସନରେ ନିଜ ଲୋକଙ୍କ ଠାରୁ ଦୁରକୁ ଯିବାକୁ ପଡ଼ିଥାଏ |ଏହି ଲୋକମାନଙ୍କ ଭିତରେ ଅଂହକାର ଭାରି ରହିଥାଏ |
ବୁଧବାର -ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ରୁଚି ଧାର୍ମିକ ,ଆଧ୍ୟାତ୍ମିକ ଗତି ଉପରେ ରହିଥାଏ ଭଗବାନ ଶକ୍ତିଙ୍କ ଉପରେ ଭରସା ରଖିବା କାରଣରୁ ଏମାନେ ସବୁବେଳେ ମାଟି ସହିତ ଯୋଡ଼ି ହୋଇଥାଅନ୍ତି ଏବଂ କୌଣସି ନକାରାତ୍ମକ କାର୍ଯ୍ୟ ଠାରୁ ବହୁତ ଦୂରେଇ ମଧ୍ୟ ରହିଥାଆନ୍ତି |ଏମାନେ ନିଜ କାମକୁ ବହୁତ ଗୁରୁତ୍ୱ ଦେଇଥାଆନ୍ତି ଆଉ ଏମାନଙ୍କୁ ବୋକା ବନାଇବା ସହଜ ହୋଇନଥାଏ |
ଗୁରୁବାର -ଯେଉଁ ମାନଙ୍କ ଜନ୍ମ ଗୁରୁବାର ଦିନ ହୋଇଥାଏ ସେ ବହୁତ ବୁଦ୍ଧିମତ ହୋଇଥାଆନ୍ତି ଏମାନେ କଠିନରୁ କଠିନ ସିଚ୍ୟୁଚେସନରେ ଭଲ ଭାବରେ ପାର ହୋଇ ଯାଆନ୍ତି |ଏମାନଙ୍କୁ ନିଜ ସାଙ୍ଗ ଏବଂ ପରିବାର ଲୋକଙ୍କ ସମର୍ଥନ ଜୀବନ ସାରା ମିଳିଥାଏ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି |
ଶୁକ୍ରବାର -ଏହି ବାର ଜନ୍ମ ହୋଇଥିବା ଲୋକମାନଙ୍କ ଭଲ ହୃଦୟ ଏବଂ ଖୁସିପୂର୍ଣ୍ଣ ଭାବରେ ରହିଥିବା କାରଣରୁ ଏମାନେ ନିଜ ଆଖ ପାଖ ଲୋକଙ୍କୁ ବହୁତ ପ୍ରଭାବିତ କରିଥାଆନ୍ତି |ଆଉ ଯେତେବେଳେ କିଛି ଅସୁବିଧା ସମୟ ଆସେ ବହୁତ ଧର୍ଯ୍ୟର ସହିତ ତାକୁ ପାରି ମଧ୍ୟ କରିଥାଆନ୍ତି |
ଶନିବାର -ଯେଉଁ ବ୍ୟକ୍ତିର ଜନ୍ମ ଶନିବାର ଦିନ ହୋଇଥାଏ ସେମାନଙ୍କ ରୁଚି କୃଷି ,ବିଜନେସ ଏବଂ ଟେକନିକ କ୍ଷେତ୍ରରେ ରହିଥାଏ ଏମାନେ ନିଜ ଆରମ୍ଭ ସମୟରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ି ଥାଆନ୍ତି କିନ୍ତୁ ପରେ ଆଖ ପାଖ ଲୋକଙ୍କ ପାଖରୁ ସାବଧାନ ହେବା ଶିଖି ଯାଆନ୍ତି |
ରବିବାର -ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ଆକଟିବ ହୋଇ ନଥାନ୍ତି ଏମାନେ ସବୁ କାମରେ ପଛରେ ରହି ଥାଆନ୍ତି କିନ୍ତୁ ଭାଗ୍ୟ ସବୁବେଳେ ଏମାନଙ୍କ ସାଦ ଦେଇଥାଏ ଏହା ସହିତ ଏମାନେ ଟିକେ ଲାଜ କୁଳ ସ୍ୱଭାବର ହୋଇଥାଆନ୍ତି |