ଶ୍ରୀମନ୍ଦିରକୁ ହାଫ୍ ପ୍ୟାଣ୍ଟ ପିନ୍ଧି ଯାଇଥିବା ଭକ୍ତ ହଟହଟା ହେଲେ ସିଂହ ଦ୍ୱାରା ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ | ଜାନୁଆରୀରୁ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ପୋଷାକ ପରିଧାନର କଟକଣା ଏନେଇ ସଚେତନ କରାଉଛନ୍ତି ପ୍ରଶାସନ ସହ ମନ୍ଦିର ସେବାୟତ |
ଏହାରି ଭିତରେ ଆଜିଜଣେ ପର୍ଯ୍ୟଟକ ମନ୍ଦିରକୁ ହାପ ପ୍ୟାଣ୍ଟ ପିନ୍ଧି ଯାଇ ହଟହଟା ହୋଇଛନ୍ତି | ଜଣେ ଭକ୍ତ ମନ୍ଦିର ଭିତରକୁ ଯିବାବେଳେ ସେବାୟତ ତାଙ୍କୁ ସିଂହ ଦ୍ୱାରରେ ତାଙ୍କୁ ଅଟକାଇଥିଲେ |ହାପପ୍ୟାଣ୍ଟ ପିନ୍ଧିଥିବା ଜଣେ ଭକ୍ତଙ୍କୁ ସେବାୟତ ଧୋତି ପିନ୍ଧାଇଥିଲେ ପ୍ରଥମେ ଜଣେ ସେବାୟତ ହାତରେ ଗୋଟେ ଧୋତିକୁ ସାଇଜ କରି ଭକ୍ତଙ୍କୁ ଗଞ୍ଜିଟେକି ଧୋତିକୁ ନିଜ ହାତରେ ସେହି ଭକ୍ତକୁ ପିନ୍ଧାଇଥିଲେ |
ଏଠାରେ ଅନ୍ୟ ସେବାୟତ ସମେତ ଅନ୍ୟ ଭକ୍ତଙ୍କ ସାମ୍ନାରେ ସେହ ଭକ୍ତକୁ ଧୋତି ପିନ୍ଧାଇଲେ ତାପରେ ସେହି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିଥିଲେ | ତାପରେ ସେହି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯାଇ ଜଗାଦର୍ଶନ କରିଲେ | ସେବାୟତ ସେହି ଭକ୍ତଙ୍କୁ ଧୋତି ପିନ୍ଧାଇ ମନ୍ଦିର ପରମ୍ପରା ଉପରେ ଅବଗତ କରାଇଛନ୍ତି |
ନୂଆ ବର୍ଷ ଠାରୁ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ଭକ୍ତଙ୍କ ଶାଳୀନତା ପୋଷାକ ବାଧ୍ୟତା ମୂଳକ ଭାବେ ଲାଗୁ କରାଯିବ | ସେଥିପାଇଁ ଉପରୁ ସବୁ ସ୍ଥାନରେ ସଚେତନ କରାଯାଉଛି |