ନମସ୍କାର ଦର୍ଶକବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଯାହା ଏକ ବଡ଼ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି ଓଡ଼ିଆ ସଙ୍ଗୀତ ଜଗତର ଆଉ ଜଣେ ମହାରଥୀ ବିଦାୟ ନେଇଛନ୍ତି |ଦୀର୍ଘ ଚାରି ଦଶନ୍ଧି ଧରି ସେ ଓଡ଼ିଆ ସିନେମା ସଙ୍ଗୀତରେ ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲେ |1986 ମସିହାରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ହୀରା ନୀଳାରୁ ସଙ୍ଗୀତ ନିର୍ଦେଶନା କ୍ୟାରିୟର ଆରମ୍ଭ କରିବା ଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି |
ଗୋଟିଏ ପରେ ଗୋଟିଏ ହିଟ ଗୀତ ଶ୍ରୋତାଙ୍କୁ ଉପହାର ଦେଇ ଆସିଥିଲେ ସ୍ୱରୂପ ନାୟକ ଏକ ଧାରାରେ ଜଣେ ସଫଳ ଗୀତିକାର ଏବଂ ସଙ୍ଗୀତ ନିର୍ଦେଶକ ଥିଲେ |ଗତ କାଲି ରାତିରେ ସ୍ୱରୂପ ନାୟକଙ୍କ ପରଲୋକ ହୋଇଥିଲା ବିଭିନ୍ନ ବର୍ଗର ଲୋକମାନେ ତାଙ୍କ ଆତ୍ମାର ସଦଗତି କାମନା କରିବା ନିମନ୍ତେ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି |
1947 ମସିହା ଫେବୃଆରୀ 8 ତାରିକରେ ଜନ୍ମ ହୋଇଥିବା ସ୍ୱରୂପ ଏକ ଧାରାରେ ଜଣେ ସଙ୍ଗୀତ କାର ,ଗୀତିକାର ଏବଂ ଜଣେ ଗାୟକ ମଧ୍ୟ ହୋଇଥିଲେ |ପଞ୍ଚଭୂତରେ ଲୀନ ହେଲେ ସଙ୍ଗୀତ ନିର୍ଦେଶକ ସ୍ୱରୂପ ନାୟକ କଟକ ଛତି ଚଉଁରା ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ ସମ୍ପନ୍ନ କରାଯାଇଛି
|ସ୍ୱରୂପଙ୍କୁ ତାଙ୍କ ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ |ଓଡ଼ିଆ ଗୀତିକାର ସ୍ୱରୂପ ନାୟକଙ୍କ ପରଲୋକରେ ଅନେକ ସଙ୍ଗୀତ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି |