ଚିଲିକା ମଝିରେ ଡ଼ଙ୍ଗାରୁ ହଠାତ ଗାୟବ ହୋଇଗଲେ ନାଉରୀ…ମଝି ହ୍ରଦରେ ଚକ୍କର କାଟିଲା ଟୁରିଷ୍ଟ ଡ଼ଙ୍ଗା, ଆଉ ତା’ପରେ….

ମଝି ଚିଲିକାରେ ଗଭୀର ଜଳରେ ଡଲଫିନ ଦେଖିବାକୁ ଯାଇଥିଲେ ହେଲେ କଣ ହେଲା କେଜାଣି ହାତଟା ଡଙ୍ଗା ଚଳାଉଥିବା ଚାଳକ ଜଣଙ୍କ ଚିଲିକା ଭିତରକୁ ଗଳିପଡିଲେ | ଆଉ ତାପରେ ବସିଥିବା ଟୁରିଷ୍ଟମାନେ ଚିତ୍କାର କରି ରଡ଼ି ଛାଡିଲେ କାରଣ ଚାଳକ ଜଣଙ୍କ ଗଳିପଡିଲା ପରେ ଡଙ୍ଗାଟି ସେଇଟି ଘୁରିବୁଲିଲା ଆଉ ଚିତ୍କାର କରିଚାଲିଥିଲେ ଟୁରିଷ୍ଟି ମାନେ ଆଉ କିଛି ସମୟ ଭିତରେ ଡଙ୍ଗାଟି ବୁଡିଗଲା | ଆଉ ସେପଟୁ ଅଖ ପାଖରେ ଥିବା ନାଉରି ମାନେ ଦୌଡ଼ି ଆସିଲେ ଆଉ ଶେଷରେ ଟୁରିଷ୍ଟି ମାନେ ଉଦ୍ଧାର ହେଲେ ଆଉ ତାପରେ ସେମାନେ କହିଲେ ସେହି ଭୟଙ୍କର କାହାଣୀ |

କେମିତି ଦଙ୍ଗା ବୁଡ଼ିଗଲା କେମିତି ଚିଲିକା ମଝିରେ ଚାଲାକ ଜଣଙ୍କ ହଟାତ ଗାଳିପଡିଲେ କାହିଁକି ସେ ପାଣିକୁ ଆପେ ଆପେ ଚାଲିଗଲେ କେହି କିଛି ବୁଝି ପାରୁନଥିଲେ | ଆଉ ଏବେତ ଯାତ୍ରୀ ମାନଙ୍କର ଜୀଵନତ ବଞ୍ଚିଗଲା କିନ୍ତୁ ଡଙ୍ଗା ଚାଳକ କେଉଁଠି ଏବେ କେହି ଜାଣିନାହାଁନ୍ତି | ଚିଲିକା ଗଣ୍ଡରେ ଟୁରିଷ୍ଟି ଡଙ୍ଗାରୁ ଗାଳିପଡିଲେ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି ନାଉରି ଗଳିପଡିବା ପରେ ଟୁରିଷ୍ଟି ଡଙ୍ଗାଟି ଚିଲିକା ଗଣ୍ଡରେ ଦିଗହରା ହୋଇ ଚକର କାଟୁଥିଲା ଆଉ ଜୀବନ ବଞ୍ଚେଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଚିତ୍କାର କରିଥିଲେ |

ସେପଟେ ଖବର ପାଇ ସ୍ଥାନୀୟା ଡଙ୍ଗା ଚାଳକମାନେ ଟୁରିଷ୍ଟି ମାନଙ୍କୁ ଉଦ୍ଧାର କରିଥିଲେ ହେଲେ ଚିଲିକା ଗଣ୍ଡରେ ଗାଳିପଡିଥିବା ଟୁରିଷ୍ଟି ଡଙ୍ଗା ଚାଳକଙ୍କର ପତା ମିଳୁନି | ସେ ଏବେ କେଉଁଠି କଣ କରୁଛନ୍ତି କେହି ଜାଣିନାହାନ୍ତି | ତେବେ ଉଦ୍ଧାର ହୋଇଥିବା ଯାତ୍ରୀ କୁହନ୍ତି ଡଙ୍ଗା ଚଳାଉଥିବା ଚାଳକ ଜଣଙ୍କ ମଦ୍ୟ ପାନ କରିଥିଲେ ଆଉ ସେଥି ପାଇଁ ଡଙ୍ଗା ଚଳାଉ ଚଲଉ ମଝି ଗଣ୍ଡରେ ଗାଳିପଡିଥିଲେ ଯେଉଁଠି ଶହଶହ ଡ଼ଲଫିନ ମାଛ ରହିଛନ୍ତି |

ତେବେ ଡଙ୍ଗା ଚଳାଉଥିବା ଚାଳକ କେଉଁଠି କେହି ଜାଣିନାହାଁନ୍ତି ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକ ସାତପଡ଼ା ଘାଟରୁ ୫ଜଣ ଟୁରିଷ୍ଟିଙ୍କୁ ଧରି ଏକ ଡଙ୍ଗା ଚିଲିକାର ଡଲଫିନ ଦେଖେଇବା ପାଇଁ ମଗର ମୁହଁ ନିକଟକୁ ଯାଇଥିଲା ମଝି ଚିଲିକାରେ ହଟାତ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି ଡଙ୍ଗାରୁ ଖସି ପଡ଼ିଲେ | ଆଉ ଏବେ କୁହାଯାଉଛି ସେ କାଳେ ମଦ୍ୟ ପାନ କରିଥିଲେ ହେଲେ ପ୍ରକୃତରେ କାହିଁକି ଡଙ୍ଗା ଚାଳକ ଜଣଙ୍କ ଚିଲିକା ଭିତରକୁ ଗଳିପଡିଲେ କେହି ଜାଣିନାହାଁନ୍ତି |

Leave a Reply

Your email address will not be published. Required fields are marked *